ହେଡଲାଇନସ୍:

ନାବାଳିକା ଅନ୍ତଃସତ୍ତ୍ୱ, ନାବାଳକ ଫେରାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ : ବିବାହର ପ୍ରତିଶ୍ରୁତି ଦେଇ ରେଢ଼ାଖୋଲ ଥାନାଞ୍ଚଳର ଜଣେ ନାବାଳିକାକୁ ଅନୁଗୋଳ ଜିଲ୍ଲାର ଜଣେ ନାବାଳକ ଅନ୍ତଃସତ୍ତ୍ୱା କରି ଫେରାର୍ ମାରିଥିବା ଥାନାରେ ଅଭିଯୋଗ ହୋଇଛି l ନାବାଳିକା ଜଣକ ଏବେ 5 ମାସର ଗର୍ଭବତୀ ଅଛନ୍ତି l ପରିବାର ଲୋକେ ଏକଥା ଜାଣିବା ପରେ ଚାଇଲ୍ଡଲାଇନକୁ ଜଣେଇଥିଲେ l ଚାଇଲ୍ଡଲାଇନ କର୍ମକର୍ତ୍ତା ଙ୍କ ସହାୟତାରେ ରେଢ଼ାଖୋଲ ଥାନା ରେ ଅଭିଯୋଗ କରାଯାଇଛି l ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l 

ସୂଚନା ମତେ ଅନୁଗୋଳ ଜିଲ୍ଲାରୁ ଜଣେ ନାବାଳକ ରେଢ଼ାଖୋଲ ଥାନାଅଞ୍ଚଳରେ ଗତ 8ରୁ9 ମାସ ହେବ ଶ୍ରମିକ  ଭାବରେ କାମ କରୁଥିଲେ l ଏ ସମୟ ମଧ୍ୟରେ 15 ବର୍ଷର ନାବାଳିକାଙ୍କ ସହିତ ପ୍ରେମ ସଂପର୍କ ରଖିଥିଲେ l ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖି ନାବାଳିକା କୁ ଅନ୍ତଃସତ୍ତ୍ୱା ହେବାପରେ ନାବାଳକ ଫେରାର

0
0
0
s2sdefault