ହେଡଲାଇନସ୍:

ଭଞ୍ଜନଗର ଉପଖଣ୍ଡସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଚଳିତ ମାସ ୨୯ ତାରିଖ ରୁ ଆରମ୍ଭ ହେବାକୁ ଥିବା ଧାନ କିଣା ପାଇଁ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଡିସେମ୍ବର ମାସ ୧୫ ତାରିଖ ୨୦୨୩ ଶୁକ୍ରବାର ଆର୍.ଏମ୍.ସି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ ୧୧୯ ଟି ସେବା ସମବାୟ ସମିତି ଓ ୪୦ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ମୋଟ ୧୫୯ ଟି ସ୍ଥାନରେ ଧାନ କିଣିବା ପାଇଁ ନିଷ୍ପତ୍ତି ହୋଇଛି । ଏହା ସହ ଉପଖଣ୍ଡରେ ସମସ୍ତ ମଣ୍ଡିଗୁଡିକ ଅଲଗା ଦିନରେ ନ ଖୋଲି ଚଳିତ ବର୍ଷ ଗୋଟିଏ ଦିନରେ ଅର୍ଥାତ ଆସନ୍ତା ୨୯ ତାରିଖରେ ଖୋଲା ଯିବା ପାଇଁ ନିଷ୍ପତ୍ତି ହୋଇଛି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଧାନ ବିକ୍ରି, ସ୍ଵୟଂ ସହାୟକ ଗୋଷ୍ଠୀମାନେ ଧାନ କିଣିବା ଏବଂ ଚାଷୀମାନେ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ ଏହି ଦିଗରେ ସମସ୍ତ ଆଲୋଚନା ହୋଇଥିଲା । ଚାଷୀ ଯେମିତି ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ କମ ଦାମ୍ ରେ ବେପାରୀ ମାନଙ୍କୁ ଧାନ ବିକ୍ରୟ ନ କରେ ,ଏହାକୁ ରୋକିବା ପାଇଁ ସମସ୍ତ ବ୍ଲକରୁ ତହସିଲଦାରଙ୍କ ନେତୃତ୍ବରେ ଏକ ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇଛି । ଭଞ୍ଜନଗର ଉପଖଣ୍ଡରେ ଗତ ବର୍ଷ ୧୬.୮୯.୦୦୧.୨୫ କୁଇଣ୍ଟାଲ ଧାନ କିଣାଯାଇଥିବାବେଳେ ଚଳିତ ବର୍ଷ ଧାନ ବିକିବା ପାଇଁ ୪୭୩୧୩ ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି । ଗତ ବର୍ଷ ମିଲରଙ୍କ ସଂଖ୍ୟା ୧୩୦ ଥିଲା ବେଳେ ଏ ବର୍ଷ ୧୩୪ ଜଣ ମିଲର୍ ଧାନ କିଣାରେ ସହମତି ଦେଇଥିବା ସୂଚନା ମିଳିଛି । ଚଳିତ ବର୍ଷ ଟୋକେନ ପାଇବାର ୩୦ ଦିନ ମଧ୍ୟରେ ଚାଷୀ ଧାନ ବିକ୍ରି କରିପାରିବେ । ଏଥିସହ ଯୋଗ୍ୟ ଚାଷୀଙ୍କଠାରୁ ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ କିଣାଯିବ। ସେଥିପାଇଁ ଆବଶ୍ୟକ ଲକ୍ଷ ଧାର୍ଯ୍ୟ ( ଗତ ବର୍ଷ ର ୮୫% )ଉପଖଣ୍ଡକୁ ଆସିଯାଇଛି । ସେହିଭଳି ୨୦୨୨-୨୩ ଆର୍ଥିକ ବର୍ଷରେ ସାଧାରଣ ଧାନ ନିମନ୍ତେ କୁଇଣ୍ଟାଲ ସକାଶେ ୨୦୪୦ ଟଙ୍କା ପ୍ରତି ଦର ଧାର୍ଯ୍ୟ ଥିଲା । ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ବର୍ଷର ସାଧାରଣ ଧାନ ନିମନ୍ତେ ୨୧୮୩ ଟଙ୍କା ପ୍ରତି ଦର ଧାର୍ଯ୍ୟ ରଖାଯାଇଛି । ସେହିଭଳି ଗ୍ରେଡ- ଏ ଧାନର ମୂଲ୍ୟ ଗତ ବର୍ଷ ୨୦୬୦ ରହିଥିବା ବେଳେ ଚଳିତ ବର୍ଷ ଏହା ୨୨୦୩ ଟଙ୍କାକୁ ବୃଦ୍ଧି ପାଇଛି । ପଞ୍ଜୀକୃତ କରିଥିବା ଚାଷୀ ମାନେ ୧୯୬୭ ଟୋଲଫ୍ରି ନମ୍ବରରେ ଯୋଗାଯୋଗ କରି ସେମାନଙ୍କ ଟୋକେନ , ଧାନ ବିକ୍ରୟ ତାରିଖ ଏବଂ ଅନ୍ୟାନ୍ୟ ବିଷୟରେ ସୂଚନା ପାଇପାରିବେ । ଚଳିତ ବର୍ଷ ଚାଷୀଙ୍କୁ ଜେଭଳି କୌଣସି ସମସ୍ୟା ଉପୁଜିବ ନାହିଁ ଧାନ କ୍ରୟ ସମୟରେ ଆବଶ୍ୟକ ହାଉଥିବା ଯନ୍ତ୍ରପାତି ସବୁକୁ ପ୍ରସ୍ତୁତ ରଖିବାକୁ ଉପଜିଲ୍ଲାପାଳ ଆର ଏମ ସୀ କର୍ତ୍ତୁପକ୍ଷଙ୍କୁ ନିର୍ଦେଶ ଦେବା ସହ ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନ କିଣିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଉପଜିଲ୍ଲାପାଳ ARCS ଙ୍କୁ ଚଳିତ ମାସ ୨୦ ତାରିଖ ସୁଦ୍ଧା ସମସ୍ତ ସନ୍ଦିଗ୍ଧ ପ୍ଲଟ ର ଭେରିଫିକେସନ କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ।ଗତବର୍ଷ ସନ୍ଦିଗ୍ଧ ପ୍ଲଟ ସଂଖ୍ୟା ୫୧୯୬୫ ଥିଲା ବେଳେ ଏ ଥର ତାହା ୧୪୬୦୬୭ ଅଛି ଉପଖଣ୍ଡ ରେ ଆସିକା ବ୍ଲକ ରେ ୧୬ ଟି ,ବେଲଗୁଣ୍ଠା ରେ ୧୩ ଟି, ଭଞ୍ଜନଗର ରେ୧୨ ଟି, ବୁଗୁଡା ରେ ୧୪ ଟି, ଧରାକୋଟ ରେ ୧୫ ଟି, ଜଗନ୍ନାଥପ୍ରସାଦ ରେ ୧୭ ଟି, ସେରଗଡ ରେ ୧୫ ଟି ସୁରଡା ରେ ୧୭ ଟିସମବାଯ ସେବା ସମିତି ରେ ଧାନ କିଣାଯିବା ଏଥିସହ ଆସିକା ବ୍ଲକ ରେ ୧୪ ଟି ,ବେଲଗୁଣ୍ଠା ରେ ୪ ଟି, ଭଞ୍ଜନଗର ରେ ୩ ଟି, ବୁଗୁଡା ରେ ୧ ଟି, ଧରାକୋଟ ରେ ୪ ଟି, ଜଗନ୍ନାଥପ୍ରସାଦ ରେ ୪ ଟି, ସେରଗଡ ରେ ୪ ଟି , ସୋରଡା ରେ ୬ ଟି ସ୍ଵୟଂସହାୟକ ଗୋଷ୍ଠୀ ଧାନ କିଣିବେ ବୋଲି ସୂଚନା ମିଳିଛି। ଆଜିର ଏହି ବୈଠକ ରେ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ଅସିତ ମହାନ୍ତି ଙ୍କ ସମେତ ଉପଖଣ୍ଡ ଅଧୀନ ସମସ୍ତ ବ୍ଲକ ର ବିଡିଓ, ତହସିଲଦାର, ସିଡିପିଓ, ସମସ୍ତ ଯୋଗାଣ ନିରୀକ୍ଷକ,ARCS,ସମବାୟ ବିଭାଗର ଅଧିକାରୀ, ମିଶନ ଶକ୍ତି କାର୍ଯ୍ୟକର୍ତାଙ୍କ ସମେତ ମିଲର ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ସଭା ଶେଷ ରେ ବେଳଗୁଣ୍ଠା ବ୍ଲକ ର ଯୋଗାଣ ନିରୀକ୍ଷକ ଶ୍ରୀ ସୁବ୍ରତ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault