ଜଗତସିଂହପୁର,ତା-୧୧.୧୨.୨୦୨୩/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲାରେ ପୂର୍ବତନ ସାମ୍ବାଦିକ ତଥା ବର୍ତ୍ତମାନ ପାରାଦୀପ ସ୍ଥିତ ଜେ ଏସ ଡ ବ୍ଲୁ କାର୍ଯ୍ୟାଳୟରେ ଜନ ସମ୍ପର୍କ ଅଧିକାରୀ ଭାବେ ଅବସ୍ଥାପିତ ପିନାକୀ ମହାନ୍ତିଙ୍କ ମା ଗାୟତ୍ରୀ ମହାନ୍ତିଙ୍କ ପରଲୋକ ହୋଇ ହୋଇଯାଇଛି। ମୃତ୍ୟୁ ବେଳକୁ ତାଂକୁ ୭୧ ବର୍ଷ ହୋଇଥିଲା। ଗତକାଲି ସନ୍ଧ୍ୟାରେ ସେ ନିଜ ରସଲପୂର୍ ସ୍ଥିତ ବାସଭବନରେ ଶ୍ରୀରାମ ସହସ୍ରନାମ ଓ ସୁନ୍ଦରାକଣ୍ଡ ପଢୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସାଙ୍ଗେ ସାଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା, ଡାକ୍ତରଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଠିକ୍ ସେହି ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କ ସ୍ବାମୀ,ପୁଅ,ନାତି,ଝିଅ ଜ୍ବାଇଁ ଓ ବହୁ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ବହୁ ସ୍ଥାନୀୟ ଜନସାଧାରଣ, ବନ୍ଧୁ ବର୍ଗ ପହଞ୍ଚି ଶେଷ ଦର୍ଶନ କରିଥିଲେ।ସ୍ବର୍ଗତ ମହାନ୍ତି ଜଣେ ଅମାୟିକ,ସରଳ ଓ ଧର୍ମପରାୟଣ ମହିଳା ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶେଷରେ ତାଙ୍କୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇଥିଲା ଓ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।
ରାଜ୍ୟ
ଜେ ଏସ ଡ ବ୍ଲୁ କାର୍ଯ୍ୟାଳୟରେ ଜନ ସମ୍ପର୍କ ଅଧିକାରୀ ଭାବେ ଅବସ୍ଥାପିତ ପିନାକୀ ମହାନ୍ତିଙ୍କ ମା ଗାୟତ୍ରୀ ମହାନ୍ତିଙ୍କ ପରଲୋକ
- Hits: 470








