ହେଡଲାଇନସ୍:

ଅଞ୍ଚଳ ମହାବିଦ୍ୟାଳୟ ରେ ଭାରତୀୟ ଭାଷା ଦିବସ ପାଳିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ସମ୍ମେଳନ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡଃ ବିରଞ୍ଚି ସାହୁ ଙ୍କ ଅଧ୍ୟକ୍ଷତାରେ ଭାରତୀୟ ଭାଷା ଦିବସ ପାଳିତ ହୋଇଯାଇଛି l ସଭାର ଆରମ୍ଭ ରେ ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା l ଅଧ୍ୟକ୍ଷ ଶ୍ରୀ ସାହୁ ସ୍ଵାଗତ ଭାଷଣ ଦେଇଥିଲେ l ଇଂରାଜୀ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଖଗେଶ୍ବର ଦାସ ଭାରତୀୟ ଭାଷା ସମ୍ପର୍କରେ ତଥା ତଥା ମାତୃଭାଷା ଉପରେ ଆଲୋକପାତ କରିଥିଲେ l ସଂସ୍କୃତ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର ସଂସ୍କୃତ ଭାଷା ଉପରେ ଆଲୋଚନା କରିଥିଲେ l ଓଡ଼ିଆ ଭାଷା ଓ ସାହିତ୍ଯ ବିଭାଗ ମୁଖ୍ୟ ଡଃ ସରୋଜ କୁମାର ନାଏକ ଭାଷାର ଉତ୍ପତ୍ତି ଭାରତୀୟ ଭାଷା ଏବଂ ଓଡିଆ ଭାଷା ଉପରେ ଆଲୋକପାତ କରିଥିଲେ l ପ୍ରାଧ୍ୟାପିକା ତାପିନି ପଣ୍ଡା, ଝୁନୁ ପରିଡା, ଅଧ୍ୟାପିକା ରୀନା ଧର୍ମବିନାୟକ, ସୁରେଶ୍ଵରୀ ପାଣ୍ଡେ ତଥା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରି ସଭା କୁ ସଫଳ କରିଥିଲେ l ଶେଷରେ ଅଧ୍ୟାପକ ଜୟ କୁମାର ଭୁଏ ଧନ୍ଯବାଦ ଅର୍ପଣ କରିଥିଲେ l

0
0
0
s2sdefault