ହେଡଲାଇନସ୍:

ବିର୍ମାଲ ଉଚ୍ଚ ବିଦ୍ୟାଳୟ 1997 ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ: - ସ୍କୁଲ କିମ୍ବା କଲେଜ ରୁ ପାଠ ପଢା ସରିବା ପରେ ଅଧିକାଂଶ ସହପାଠୀ ନିଜର ଜୀବନ ଜୀବକ ପାଇଁ ଅଲଗା ଅଲଗା ହୋଇ କିଏ କେଉଁ ଜାଗାକୁ ଚାଲିଯାଏ ତାହା ଜାଣିବା କଷ୍ଟକର । ଯଦିଓ କିଛି ଅନ୍ତରଙ୍ଗ ବନ୍ଧୁ ନିଜ ନିଜ ଭିତରେ କିଛିଟା ସମ୍ପର୍କ ରଖିଥାନ୍ତି , କିନ୍ତୁ ଅଧିକାଂଶ ସମୟରେ ଓ ଜାଗାରେ ସ୍କୁଲ ର ବନ୍ଧୁ ମାନେ କିମ୍ବା କଲେଜ ଜୀବନର ସହପାଠୀ ମାନଙ୍କ ଭେଟ କ୍ଵଚିତ ଦେଖିବାକୁ ମିଳେ । କିନ୍ତୁ ନିଜେ ପାଠ ପଶୁଥିବା ସ୍କୁଲ କିମ୍ବା କଲେଜ ରେ ଯଦି ବନ୍ଧୁ ମିଳନ କାର୍ଯକ୍ରମ ହୁଏ ତେବେ ସହପାଠୀ ମାନଙ୍କୁ ଏକତ୍ରିତ ହେବାର ଏକ ସୁଯୋଗ ମିଳିଯାଏ । ଆଜି ବରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବିର୍ମାଲ ଉଚ୍ଚ ବିଦ୍ୟାଳୟ 1997 ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମ ରେ 1997 ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ସ୍କୁଲ ଜୀବନର ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପୁର୍ବତନ ଶିକ୍ଷକ ମୁରଲୀ ଦାଶ,ସାହିତ୍ୟ ଶିକ୍ଷକ ଦାଶରଥି ସାହୁ, ଭୂଗୋଳ ଶିକ୍ଷକ ଦୁର୍ଗାଚରଣ ପଟେଲ, ସଂସ୍କୃତ ଶିକ୍ଷକ ନନ୍ଦଲାଲ ସାହୁ, ଖେଳ ଶିକ୍ଷକ ଲୁବାନ ରଣା ଯୋଗ ଦେଇ ଗୁରୁଶିଷ୍ୟର ନିବିଡ଼ ସମ୍ପର୍କ ସମ୍ବନ୍ଧରେ ନିଜ ନିଜର ଅଭିଭାଷଣ ରଖିଥିଲେ। ତେବେ ବର୍ତ୍ତମାନର ଗଣିତ ଶିକ୍ଷକ ସୂର୍ଯ୍ୟକାନ୍ତ ପଣ୍ଡା କାର୍ଯ୍ଯକ୍ରମ କୁ ସଂଯୋଜନା କରିଥିବା ବେଳେ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଦାସ ମୋ ସ୍କୁଲ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟର କ୍ଲାର୍କ ଶିକ୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ହିନ୍ଦୀ ଶିକ୍ଷକ ଜଗନ୍ନାଥ ପ୍ରଧାନ କାର୍ଯ୍ୟକ୍ରମରେ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ବିଦ୍ୟାଳୟର କର୍ମଚାରୀ ଶ୍ରଦ୍ଧାକର ଭୁଏ, ଗୁରୁଦେବ ସାହୁ ଓ ପ୍ରଦୀପ ସାହୁ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିର୍ମାଲ ସରପଞ୍ଚ ସୁଷମା ଆଚାର୍ଯ୍ୟ ଯୋଗ ଦେଇ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ । ଆହୁରି ବିର୍ମାଲ ଉଚ୍ଛ ବିଦ୍ୟାଳୟକୁ ଉନ୍ନତି ଦିଗରେ ଆଗେଇ ନେବାକୁ ପୂର୍ବତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂକଳ୍ପ ନିଆଯାଇଥିଲା ।

0
0
0
s2sdefault