ଢ଼େଙ୍କାନାଳ / ରବିନ୍ ଦାସ ; ଢେଙ୍କାନାଳ ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘ ର ଦ୍ଵିତୀୟ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ କାମାକ୍ଷାନଗର ସ୍ଥିତ ସାରଙ୍ଗଧର ଷ୍ଟାଡିୟମ ଗଡଜାତ ଭବନରେ ଆୟୋଜିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରେମାନନ୍ଦ ସାହୁ ଯୋଗ ଦେଇଥିଲେ । ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘର ଆଇନ ପରାମର୍ଶ ଦାତା ବରିଷ୍ଠ ଆଇନଜୀବି ଶ୍ରୀ ଶେଷରଞ୍ଜନ ଦାସ ଓ ଡ଼କ୍ଟର ସୁଶାନ୍ତ କୁମାର ରାଉତ ଉପସ୍ଥିତ ଥିଲେ । ୱେବ ମିଡ଼ିଆ ସଙ୍ଘର ସଭାପତି ଶ୍ରୀ ଧବଳ ପ୍ରସାଦ ସାହୁଙ୍କ ସମେତ ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ଆସିଥିବା ସାମ୍ବାଦିକ ବନ୍ଧୁ ମାନେ ଯୋଗ ଦେଇଥିଲେ । ମାନ୍ୟବର ଖଣିମନ୍ତ୍ରୀ ଅଭିଭାଷଣରେ ନିରପେକ୍ଷ ଭାବେ ସମ୍ବାଦ ପରିବେଷଣ କରିବା ପାଇଁ ପରାମର୍ଶ ଦେଇଥିଲେ । ସତ୍ୟ ଖବର ପ୍ରସାରଣ କଲେ ଜନସାଧାରଣଙ୍କ ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।
ରାଜ୍ୟ
ଜିଲ୍ଲା ଓ୍ବେବ୍ ମିଡ଼ିଆ ସାମ୍ବାଦିକ ସଂଘର ଦ୍ଵିତୀୟ ବାର୍ଷିକୋତ୍ସବ, ଯୋଗ ଦେଲେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
- Hits: 239








