ହେଡଲାଇନସ୍:

ଉତ୍କଳ ଆଲୁମିନାରେ ୨୫ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡର ବାଫିଲମାଳି ବକ୍ସାଇଟ ଖଣିରେ ଏକ ସପ୍ତାହବ୍ୟାପୀ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ (ଏମ୍‍ଇଏମ୍‍ସି) ସପ୍ତାହ ୨୦୨୩ ନଭେମ୍ବର ୩୦ରୁ ୨୦୨୩ ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ଏହାର ରୌପ୍ୟ ଜୟନ୍ତୀ ପାଳନ କରିବା ନିମନ୍ତେ ଇଣ୍ଡିଆନ୍‍ ବ୍ୟୁରୋ ଅଫ୍‍ ମାଇନ୍ସ, ଭୁବନେଶ୍ୱର ନେତୃତ୍ୱରେ ଆୟୋଜିତ ହୋଇଯାଇଛି ।
ଖଣିଜ ସମ୍ପଦ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ତଥା କର୍ମଚାରୀ, ଛାତ୍ର ଛାତ୍ରୀ, ସହଭାଗୀ ଏବଂ ଜନସମୁଦାୟ ମଧ୍ୟରେ ଖଣି କାର୍ଯ୍ୟ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
୨୦୨୩ ଡିସେମ୍ବର ୧ ତାରିଖରେ ଶ୍ରୀ ଦିଲୀପ କୁମାର ପରିଡା (ଆବାହକ), ରୁଙ୍ଗ୍‍ଟା ସନ୍ସ (ପ୍ରାଇଭେଟ) ଲିମିଟେଡ, ଶ୍ରୀ ଅତନୁ ବନ୍ଦୋପାଧ୍ୟାୟ, ନର୍ଭେରମ୍‍ ପାୱର, ଶ୍ରୀ ପୁଲକ ରଞ୍ଜନ ନାୟକ, ଓଏମ୍‍ସି ଲିମିଟେଡଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ ବାଫିଲମାଳି ବକ୍ସାଇଟ ଖଣି ତଦାରଖ କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ନୂଆପଡା କ୍ଲବ ହାଉସ୍‍ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ପ୍ରତିନିଧିଗଣ, କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ, ସହଭାଗୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।
କର୍ମଚାରୀଙ୍କ ନିମନ୍ତେ ପ୍ରବନ୍ଧ ଲିଖନ, ସ୍ଲୋଗାନ ଲିଖନ ଏବଂ ପୋଷ୍ଟର ପ୍ରସ୍ତୁତି ଆଦି ପ୍ରତିଯୋଗିତା ସହିତ ସ୍କିଟ୍‍ ଏବଂ ନୃତ୍ୟ ପ୍ରଦର୍ଶନ ପ୍ରଭୃତି କାର୍ଯ୍ରକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ତତ୍‍ ପରେ ଅଂଶଗ୍ରହଣକାରୀ ଓ ବିଜେତାମାନଙ୍କୁ ଉତ୍ସାହିତ କରିବାକୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଶ୍ରୀ ମୁକେଶ କୁମାର ଝା, ହେଡ୍‍ ବାଫିଲମାଳି ବକ୍ସାଇଟ ଖଣି, ଶ୍ରୀ କୌଶସକିସରଣ ମିଶ୍ର, ହେଡ୍‍ ରିଫାଇନେରୀ ଅପରେସନ୍ସ, ଶ୍ରୀ ବିଜୟ କୁମାର ୟୁନିଟ୍‍ ଏଚଆର୍‍ ହେଡ୍‍ ଏବଂ ଉତ୍କଳ ଆଲୁମିନାର ବରିଷ୍ଠ ପରିଚାଳନା ମଣ୍ଡଳୀ ସହିତ ତଦାରଖକାରୀ ଦଳ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପ୍ରୟାସ ନିରନ୍ତର ଜାରି ରଖିବାକୁ ପ୍ରତିବଦ୍ଧ ହୋଇଥିଲେ ।
ତଦାରଖକାରୀ ଦଳ ଖଣି କାର୍ଯ୍ୟ, ଗୋଷ୍ଠୀର ପ୍ରତିଦାନ ମୂଳକ ପ୍ରୟାସ ଏବଂ ଦୀର୍ଘସ୍ଥାୟିତ୍ୱ ନିମନ୍ତେ କାର୍ଯ୍ୟାନ୍ୱୟନ ଯୋଜନା ଆଦିକୁ ପ୍ରଶଂସା କରିଥିଲେ । ଏଥିସହିତ ସେମାନେ ସଚେତନତା ଅଭିଯାନକୁ ସୁରୁଖୁରୁରେ କାର୍ଯ୍ୟକାରୀ କରିବା ସକାଶେ ଖଣି ଯିମ୍‍ ଦ୍ୱାରା ଯେଉଁଭଳି ଭାବରେ ଆଗ୍ରହ ଓ ଉତ୍ସାହ ପ୍ରଦର୍ଶନ କରାଯାଉଛି ଏବଂ ସେମାନେ ଯେଉଁଭଳି ପ୍ରଶଂସନୀୟ ପ୍ରୟାସ କରୁଛନ୍ତି ତାହାକୁ ମଧ୍ୟ ଉଚ୍ଚ ପ୍ରଶଂସା
କରିଥିଲେ ।

0
0
0
s2sdefault