ରାଉରକେଲା, (ବସନ୍ତ କୁମାର ଜେନା): ସେକ୍ଟର ୧୭ ରେ ଥିବା ମହିଳା ଅନୁଷ୍ଠାନ ଯାଜ୍ଞସେନୀ ଓ ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ର ମିଳିତ ସହଯୋଗରେ ମହିଳା ମାନଙ୍କ ପାଇଁ ମାସିକ ଋତୁସ୍ରାବ ସମୟରେ ବିଭିନ୍ନ ପ୍ରକାର ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯିବାକୁ ନେଇ ଏକ କର୍ମଶାଳା ଆୟୋଜନ କରାଯାଇଥିଲା । ଯାଜ୍ଞସେନୀ ର ଉପସଭାପତି ବିଷ୍ଣୁପ୍ରିୟା ମହାପାତ୍ରଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖ୍ୟାତନାମା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଗୀତାଞ୍ଜଳି ପତ୍ରୀ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ । ସେ ଖୁବ୍ ସୁନ୍ଦର ସରଳ ଭାଷାରେ ଉପସ୍ଥିତ ମହିଳା ଓ କିଶୋରୀ ମାନକୁ ଏହି ମାସିକ ପ୍ରକ୍ରିୟା ସମୟରେ କିପରି ଯତ୍ନଶୀଳ ହେବେ ତା' ବିଷୟରେ ସୂଚନା ପ୍ରଦାନ କରିଥିଲେ ।ମହିଳା ଓ ବାଳିକା ମାନଙ୍କ ର ବିଭିନ୍ନ ଅସୁବିଧା ସବୁ ଜଣ ଜଣ କରି ବୁଝାଇ ଥିଲେ। ପ୍ରାରମ୍ଭରେ ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ର ସଭାପତି ରୋଟାରୀଆନ ପୁତୁଲ ରାହୁଲ ସ୍ବାଗତ ଭାଷଣ ଦେଇ ସଭା କାର୍ଯ୍ୟ ଆରମ୍ଭ କରିଥିଲା ବେଳେ କର୍ମଶାଳାର ଅଧ୍ୟକ୍ଷା ଡାକ୍ତର ସୁମିତା ସାମଲ ଏହାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। କ୍ଲବର ସମ୍ପାଦିକା ଅର୍ଚ୍ଚନା ମହାନ୍ତି ଓ ଯାଜ୍ଞସେନି ର ସମ୍ପାଦିକା ନିନା ରାଣୀ ଜେନା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନାର କରିଥିଲେ।କ୍ଲବ ର ଉପଦେଷ୍ଟା ଅଞ୍ଜନା ମୈତ୍ର , ହରସଲା ସୂର୍ଯ୍ୟବଂଶୀ ମଧ୍ୟ ମଞ୍ଚାସୀନ ଥିଲେ। ମଧୁସୂଦନ ଶିକ୍ଷା ନିବାସ, ସେକ୍ଟର ୧୭ ଛାତ୍ରୀନିବାସ ର କିଶୋରୀ ତଥା ଯାଜ୍ଞସେନୀ ମହିଳା ସଂଘର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ। ଏହି କର୍ମଶାଳା ଦ୍ଵାରା ୪୨ ଜଣ ବିଭିନ୍ନ ବୟସ ର ମହିଳା ମାନେ ଉପକୃତ ହୋଇଥିଲେ। ଯାଜ୍ଞସେନୀର ଉପଦେଷ୍ଟା ଡ଼ଃ କିଶୋରୀ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।
ରାଜ୍ୟ
ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ରେ ମାସିକ ଋତୁସ୍ରାବ କର୍ମଶାଳା ଅନୁଷ୍ଠିତ
- Hits: 245








