ହେଡଲାଇନସ୍:

ଜିଲ୍ଲା ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗ ପ୍ରତାପ ଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୦୭.୧୨.୨୦୨୩/ସୁମନ୍ତ କୁମାର ଦାସ: ଆଜି ଅପରାହ୍ନରେ ଜିଲ୍ଲା ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ, କୁଜଙ୍ଗ ବ୍ଲକ୍ ର ଫତେପୁର ପଞ୍ଚାୟତ ର ଭିନ୍ନକ୍ଷମ ପ୍ରତାପ ଚନ୍ଦ୍ର ପରିଡା ଙ୍କୁ ଉପଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ପ୍ରଦାନ କରିଥିଲେ। ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ରେ ଶ୍ରୀ ପରିଡା ଭୁବନେଶ୍ବର ଠାରେ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରି ନିଜର କାର୍ଯ୍ୟ କୁ ସୂଚାରୁ ରୂପେ ନିର୍ବାହ କରିବା ପାଇଁ ଏକ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ପାଇଁ ନିବେଦନ କରିଥିଲେ। ତାଙ୍କର ଆବଶ୍ଯକତା କୁ ହୃଦୟଙ୍ଗମ କରି ଜିଲ୍ଲା ପ୍ରଶାସନ କୁ ଟ୍ରାଇ ସାଇକେଲ ପ୍ରଦାନ କରିବାକୁ ନିର୍ଦ୍ଦେଶ ଆସିଥିଲା। ତଦନୁଯାୟୀ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନୀଲ କୁମାର ନାୟକ ଙ୍କୁ ଏହା ଅତିଶୀଘ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଏହି ମୋଟରାଇଜଡ ଟ୍ରାଇ ସାଇକେଲ କୁ ଆଲମିକୋ ଭୁବନେଶ୍ବର ରୁ ଅଣାଯାଇ ଶ୍ରୀ ପରିଡା ଙ୍କୁ ପ୍ରଦାନ କରାଯାଇଥିଲା। ଏଠାରେ ଉଲ୍ଲେଖ ଥାଉ କି, ଶ୍ରୀ ପରିଡା ନିଜେ ଦିବ୍ୟାଙ୍ଗ ହୋଇ ମଧ୍ୟ ଦିବ୍ୟାଙ୍ଗ ପିଲାମାନଙ୍କୁ ପାଠ ପଢିବା ପାଇଁ ପ୍ରେରଣା ଯୋଗାଇଥାନ୍ତି। ସେଥିପାଇଁ ତାଙ୍କୁ ବିଭିନ୍ନ ପଞ୍ଚାୟତ କୁ ଯିବାକୁ ପଡେ ଓ ବହୁ କଷ୍ଟର ସମ୍ମୁଖୀନ ହେବାକୁ ପଡିଥାଏ। ଆଜି ଏହି ମୋଟର ଟ୍ରାଇ ସାଇକେଲ ପାଇଥିବାରୁ ସେ ନିଜର ଖୁସି ବ୍ୟକ୍ତ କରିଥିଲେ ଏବଂ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ , 5T ଅଧ୍ୟକ୍ଷ , ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ର ପ୍ରମୁଖ ଶାସନ ସଚିବ , ଜିଲ୍ଲାପାଳ ଓ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ।

0
0
0
s2sdefault