(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) : ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ଏକ ଚାଷୀବହୁଳ ଅଞ୍ଚଳ l ଏହି ଅଞ୍ଚଳର ଲୋକେ ମୁଖ୍ୟତଃ ଚାଷ କାର୍ଯ୍ୟ ସମେତ ଗୋପାଳନ, ମେଣ୍ଢା ପାଳନ, ମଇଁଷି ପାଳନ, କୁକୁଡ଼ା ପାଳନ, ଛେଳି ପାଳନ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି l ସମସ୍ତ ବୃହତ ଏବଂ ଖୁଦ୍ର ପ୍ରାଣୀ ମାନଙ୍କ ଚିକିତ୍ସା କ୍ଷେତ୍ରରେ ସୁବିଧା ଆଣିବା ପାଇଁ ତତକାଳୀନ ପୂର୍ବତନ ମନ୍ତ୍ରୀ ତଥା ବର୍ତମାନ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ନିଶ୍ଚିନ୍ତକୋଇଲି ଗୋଷ୍ଠି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଏକ ନୂତନ ଗୃହ ନିର୍ମାଣ ପାଇଁ 59 ଲକ୍ଷ ଟଙ୍କା ରୁ ଉର୍ଧ୍ଵ ଟଙ୍କା ବ୍ୟୟବରାଦ କରାଯାଇଥିଲା l ଯେଉଁ ପ୍ରାଣୀଚିକିତ୍ସା କେନ୍ଦ୍ର ର ଶୁଭ ଉଦଘାଟନ ଉତ୍ସବ ଗୁରୁବାର ଅପରାହ୍ନ ସମୟରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଉଦଘାଟନ କରିଥିଲା ବେଳେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗଦାନ ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଏକ ନୂତନ ଗୃହର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଥିଲା ଯାହା ଆଜି ସଫଳ ହୋଇଛି ଏବଂ ଏହାଦ୍ୱାରା ସମସ୍ତ ଗୋପାଳକ, କୁକୁଡ଼ାପାଳକ, ଛେଳି ପାଳକ ମାନେ ଉପକୃତ ହେବେ ବୋଲି ପ୍ରକାଶ କରିଥିଲେ l ଏପରିକି ଯାହାଙ୍କ ଉଦ୍ୟମ ପାଇଁ ଏହା ସମ୍ଭବ ହୋଇପାରିଛି ସେହି କରିତକର୍ମା ବିଧାୟକ ପ୍ରତାପ ଜେନା ଏକ ସାଧାରଣ ସଭାରେ ପ୍ରକାଶ କରିଥିଲେ ଏହି ନୂତନ ପ୍ରାଣୀ ଚିକିତ୍ସାକେନ୍ଦ୍ର ଗୃହ ହେବା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶମୂଳକ ସରକାରରେ ସମ୍ଭବ ହୋଇପାରିଛି ଏବଂ ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଆଉ ଯାହାକିଛି ସମସ୍ୟା ରହିଛି ତାହାକୁ ଖୁବ ଶ୍ରୀଘ୍ର ସମାଧାନ କରାଯିବ ବୋଲି ମତ ପ୍ରକାଶ କରିଥିଲେ l ଏପରିକି ବିଶେଷ କରି ଗୋପାଳକ ମାନଙ୍କ ପାଇଁ ଅଧିକରୁ ଅଧିକ କ୍ଷୀର ଉତ୍ପାଦନ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ପାଇଁ ଆଉ ଅଳ୍ପ ଦିନ ମଧ୍ୟରେ କେନ୍ଦୁପାଟଣା ଠାରେ ଓମଫେଡ ଜରିଆରେ ମିଲକ ୟୁନିଟ ପ୍ଲାଣ୍ଟ ଖୋଲାଯିବ ଯେଉଁଥିରେ 20 ହଜାର ଲିଟର କ୍ଷୀର ରହିପାରିବାର ସୁବ୍ୟବସ୍ଥା କରାଯିବ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ l ପରେ ପରେ ପ୍ରାଣୀ ଚିକିତ୍ସାକେନ୍ଦ୍ର ଉଦଘାଟନୀ ଉତ୍ସବ ପାଳନ କରାଯାଇଥିଲା l ସୂଚନାଥାଉକି ଏହି ନିଶ୍ଚିନ୍ତକୋଇଲି ପ୍ରାଣୀ ଚିକିତ୍ସା କେନ୍ଦ୍ର ଟି କଟକ ଚାନ୍ଦବାଲି ମୁଖ୍ୟ ରାସ୍ତା ପାର୍ଶ୍ଵରେ ଅବସ୍ଥିତ ହୋଇଥିବା ବେଳେ ଏହା ଉପରେ ବ୍ଲକ ର 41ଟି ପଂଚାୟତ ର ଗୋପାଳକ, ଛେଳିମେଣ୍ଢା ପାଳକ, କୁକୁଡା ଫାର୍ମ ଏବଂ ଅନ୍ୟାନ୍ୟ ପ୍ରାଣୀ ପାଳକମାନେ ନିର୍ଭର କରିଥାନ୍ତି । ବର୍ତମାନ ଏହି ପ୍ରାଣୀ ଚିକିତ୍ସାଳୟ ଅଧିନରେ ୧୮ଟି ସହାୟକ ପ୍ରାଣୀ ଚିକିତ୍ସା କେନ୍ଦ୍ର ରହିଅଛି । ବର୍ତମାନ ଏହି ସମସ୍ତ ପଂଚାୟତରେ ଥିବା 50 ହଜାରରୁ ଉର୍ଦ୍ଧ୍ବ ବୃହତ୍ ପ୍ରାଣୀ ଓ 50 ହଜାରରୁ ଉର୍ଦ୍ଧ୍ବ କ୍ଷୁଦ୍ର ପ୍ରାଣୀ ଚିକିତ୍ସା ନିମନ୍ତେ ଏହି ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି । ଏହାଛଡା ପ୍ରାଣୀମାନଙ୍କର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥାଏ । ତେବେ ଏହି ନୂତନ ଗୃହ ହେବା ଦ୍ୱାରା ଏକ ଉନ୍ନତମାନର କାର୍ଯ୍ୟାଳୟ ସଭାଗୃହ, ଷ୍ଟୋରରୁମ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଘର ମଧ୍ୟ ହୋଇଗଲା ଯାହାଦ୍ୱାରା ସମସ୍ତ ଚାଷୀ ଭାଇମାନେ ଉପକୃତ ହୋଇପାରିବେ ଯାହାପାଇଁ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳବାସୀ ବିଧାୟକ ପ୍ରତାପ ଜେନା ଏବଂ ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ଏହି ଉଦଘାଟନ ଉତ୍ସବ ରେ ବିଧାୟକ ଙ୍କ ସହ ବ୍ଲକ ଅଧକ୍ଷା ରୋଜି ସେଠି, ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ବ୍ଲକ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ଗୋଷ୍ଠି ପ୍ରାଣୀ ଚିକିତ୍ସାଳୟ ମୁଖ୍ୟ ଅଧିକାରୀ ଡ଼ା.ପ୍ରକାଶ କୁମାର ବେହୁରା, ପୂର୍ବତନ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା.ତନ୍ମୟ ମହାନ୍ତି, ଏମଭିୟୁ ଭିଏସ ସୁଦୀପ୍ତା ସାହୁ, ସାଲେପୁର ପ୍ରାଣୀ ଚିକିତ୍ସା ମୁଖ୍ୟ ଅଧିକାରୀ ଡ଼ା. ଦୀପକ କୁମାର ସେନାପତି, ମାହାଙ୍ଗା ପ୍ରାଣୀ ଚିକିତ୍ସା ମୁଖ୍ୟ ଅଧିକାରୀ ଡ଼ା. ମୀନକେତନ ପଣ୍ଡା, ଜିଲ୍ଲାପରିଷଦ ଭୁପତିଭୁଷଣ ଷଣ୍ଡ, ବିପ୍ଳବ କାପ, ଜସ୍ମିତା ସେଠି, ଜୋନ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, ଅନିଲ ଭୂୟାଁ, ପ୍ରମୋଦ ସ୍ୱାଇଁ, ରାଜ୍ୟ ସଂଖ୍ୟାଲଘୁ ବିଜେଡି ଉପସଭାପତି ଜାକିର ଖାନ, ଜିଲ୍ଲାପରିଷଦ ବିଳାସ ଭୋଇ, ଯୁବ ବିଜେଡି ସଭାପତି ଜ୍ଞାନରଞ୍ଜନ ରାଉତ, ଛାତ୍ର ବିଜେଡି ସଭାପତି ପ୍ରିୟବ୍ରତ ସାହୁ ଙ୍କ ସମେତ ସମସ୍ତ ପ୍ରାଣୀ ଚିକିତ୍ସାଳୟ ଗୋ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ , ବରିଷ୍ଟ ନାଗରିକ, ବୁଦ୍ଧିଜୀବୀ, ସରପଞ୍ଚ, ସମିତିସଭ୍ୟ ଏବଂ ସ୍ଥାନୀୟ ଅଂଚଳବାସୀ ଉପସ୍ଥିତ ରହି ରହିଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରାଣୀଧନ ନିରୀକ୍ଷକ, ପ୍ରାଣୀ ଚିକିତ୍ସାଳୟ କର୍ମଚାରୀ, ସ୍ଥାନୀୟ ଅଞ୍ଚଳର ବହୁ ଚାଷୀ, ବିଜୁ ଜନତା ଦଳ କର୍ମୀ ଯୋଗଦାନ କରି ସହଯୋଗ କରିଥିଲେ l
ରାଜ୍ୟ
ପ୍ରାଣୀ ସମ୍ପଦକୁ ଉତ୍ତମ ଚିକିତ୍ସା ସେବା ଯୋଗାଇବା ନିମନ୍ତେ ବିଧାୟକ ପ୍ରତାପ ଜେନା ଏବଂ ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କ ଦ୍ୱାରା ଗୋଷ୍ଠୀ ପ୍ରାଣୀ ଚିକିତ୍ସା କେନ୍ଦ୍ର ନୂତନ ଗୃହ ଉଦଘାଟିତ l
- Hits: 515








