ପୁରୀ /ଅନିମେଷ ପଟନାୟକ : ଚାରି ଦ୍ୱାର ଖୋଲିବା ସମ୍ପର୍କରେ କିଛି ମତ ଦେଲେନାହିଁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ | କହିଲେ ଅଯଥାରେ କୌଣସି ପ୍ରସଙ୍ଗରେ ଉପରେ ପଡି ହସ୍ତକ୍ଷେପ କରିବା ( ହିନ୍ଦୀରେ 'ଟାଙ୍ଗ ଲଡାନା' ) ମୋର ଅଭ୍ୟାସ ନୁହେଁ | ମୋ ଠାରୁ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଏପରିକି ପରିଚାଳନା କମିଟି ଅଧ୍ୟକ୍ଷ ଥିବା ମହାରାଜ ବି ମୋତେ କୌଣସି ପ୍ରସଙ୍ଗରେ ଦୁରେଇ ରଖୁଛନ୍ତି | ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପ୍ରସଙ୍ଗରେ ମୋତେ କିଛି କୁହାଯାଇନି କି ମୋ ସହ ପରାମର୍ଶ କରାଯାଇନି | ମୁକ୍ତି ମଣ୍ଡପର ଅଧ୍ୟକ୍ଷ ମୁଁ | କୌଣସି ଧାର୍ମିକ ଜଟିଳତା ଦେଖାଦେଲେ ତାକୁ ସୁଧାରିବା ବା ସମାଧାନ କରିବା ମୁକ୍ତି ମଣ୍ଡପର କାମ | ହେଲେ ଏବେ ସେଠି କୁଆଡେ ମଦ ବୋତଲ ଆସି ପହଂଚିଲାଣି ବୋଲି ଅନେକଦିନର ନୀରବତା ପରେ ମୁହଁ ଖୋଲି କହିଛନ୍ତି ପୁରୀ ଗୋବର୍ଧନ ପୀଠ ଶଙ୍କରାଚାର୍ଯ୍ୟ |
ପୁରୀ ଶ୍ରୀମନ୍ଦିର ପ୍ରଶାସନ ସମେତ ସମୁଦାୟ ଶାସନ ତନ୍ତ୍ର ବିରୋଧରେ ପ୍ରକାର କରିଛନ୍ତି କ୍ଷୋଭ | ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ସମ୍ପର୍କରେ ମୋ ସହ ଗୁପ୍ତ ବା ପ୍ରକଟରେ କୌଣସି ଆଲୋଚନା କରି ନାହାନ୍ତି ସରକାର | ଶାସନତନ୍ତ୍ର ମୋ ଠାରୁ ଦୂରତା ରକ୍ଷା କରୁଛନ୍ତି , କିଛି ଜଣାଉନାହାନ୍ତି | ମୁ ମାଉ ବା ଖାଉ ହୋଇଥିଲେ ମୋ ସହ ସମ୍ପର୍କ ରଖିଥାନ୍ତେ | ମୁ ତ ମାଉ ନୁହଁ କି ଖାଉ ନୁହଁ | କୌଣସି ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାପାଇଁ ସୁପ୍ରିମକୋର୍ଟଙ୍କ ଆଦେଶକୁ ମଧ୍ୟ ଉଲ୍ଲଙ୍ଘନ କରାଯାଉଛି " " ବୋଲି କହିଛନ୍ତି ପୁରୀ ଗୋବର୍ଧନ ପୀଠ ଶଙ୍କରାଚାର୍ଯ୍ୟ
ରାଜ୍ୟ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପ୍ରସଙ୍ଗରେ ମୋତେ କିଛି କୁହାଯାଇନି : ଶଙ୍କରାଚାର୍ଯ୍ୟ
- Hits: 375









