ହେଡଲାଇନସ୍:

ଜିଲ୍ଲାରେ 61 ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୦୬.୧୨.୨୦୨୩/ସୁମନ୍ତ କୁମାର ଦାସ:  ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପୁନଙ୍ଗ ସ୍ଥିତ ପୋଲିସ ରିଜର୍ଭ ପଡିଆ ଠାରେ 61 ତମ ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ବାହିନୀ ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ର ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାହୁଲ ପି ଆର୍ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ। ସେ ଗୃହରକ୍ଷୀ ମାନଙ୍କ କାର୍ଯ୍ୟ ଧାରା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ସେମାନଙ୍କ ଉଦ୍ଦେଶ୍ଯ ରେ ମାନ୍ୟବର ରାଷ୍ଟ୍ରପତି, ରାଜ୍ୟପାଳ,ମୁଖ୍ୟ ମନ୍ତ୍ରୀ ତଥା ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କ ବାର୍ତ୍ତା ପାଠ କରିଥିଲେ ।ସେହି ବାର୍ତ୍ତା ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ତଥା ଶାନ୍ତି ରକ୍ଷା କ୍ଷେତ୍ରରେ ଗୃହରକ୍ଷୀ ଓ ପ୍ରତିରକ୍ଷା ବାହିନୀ ର ଉତ୍ସର୍ଗୀକୃତ ସେବା ପ୍ରଦାନ ପାଇଁ ସେମାନଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ସେହିପରି କର୍ତ୍ତବ୍ୟ ପରାୟଣ ହୋଇ ନିଜର ଦାୟିତ୍ଵ ନିର୍ବାହ କରି ରାଜ୍ଯ ର ଗୌରବ କୁ ନୂଆ ଶିଖର ରେ ପହଞ୍ଚାଇବା ପାଇଁ କହିଥିଲେ ।ବିଭିନ୍ନ ବିପର୍ଯ୍ୟୟ ପରିଚାଳନା ତଥା ଉଦ୍ଧାର କାର୍ଯ୍ୟ ସମୟରେ ସେମାନଙ୍କ ର ଦୁଃସାହସିକତା କୁ ପ୍ରଶଂସା କରିଥିଲେ ଡାଇରେକ୍ଟର ଜେନେରାଲ। ଆରକ୍ଷୀ ଅଧିକ୍ଷକ ମହୋଦୟ ପରେଡ୍ ରେ ଭାଗ ନେଇଥିବା ସମସ୍ତ ସ୍ଵେଚ୍ଛାସେବୀ ଗୃହରକ୍ଷୀ ମାନଙ୍କୁ ଧନ୍ଯବାଦ ଜଣାଇଥିଲେ। ଏହି ଦିବସ ପାଳନ ଅବସରରେ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜୟନ୍ତ କୁମାର ମହାପାତ୍ର,ଶ୍ରୀ ଅମରେନ୍ଦ୍ର ପଣ୍ଡା, ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଦୀପ କୁମାର କେରକେଟା ଏବଂ ଡିଏସ୍ ପି ଶ୍ରୀ ବିରଞ୍ଚି ବାଗ ,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରଶ୍ମି ରଞ୍ଜନ ସାହୁ, ସ°ରକ୍ଷିତ ଆରକ୍ଷୀ ନିରୀକ୍ଷକ ଶ୍ରୀ ଉମାକାନ୍ତ ବେହେରା ଅନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହି ଗୃହରକ୍ଷୀ ମାନଙ୍କୁ ଉତ୍ସାହିତ କରିଥିଲେ।

0
0
0
s2sdefault