ହେଡଲାଇନସ୍:

ନୂତନ ପୌରାଧ୍ୟକ୍ଷା ଦେବସ୍ମିତାଙ୍କ ଦାୟିତ୍ୱ ଭାର ଗ୍ରହଣ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ଏନଏସି ଉପ-ନିର୍ବାଚନରେ ବିପୁଳ ପରିମାଣରେ ଭୋଟପାଇ ବିଜୟ ଲାଭ କରିଥିବା ସ୍ବର୍ଗତଃ ଭାନୁପ୍ରଭା ମିଶ୍ର ଙ୍କ ଝିଅ ଦେବସ୍ମିତା ଶତପଥି ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି I ଏହି ପରିପ୍ରେକ୍ଷୀରେ ଆଜି ଏନଏସି ସଭା ଗୃହରେ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ ଅଧକ୍ଷତରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ବୈଠକରେ ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାଉନସିଲର ସିଦ୍ଧେଶ୍ୱରୀ ନାୟକ
ଭାରତୀ ବେହେରା, ସଂଗୀତା ନାୟକ, ନିଶାରାଣୀ ନାୟକ ଦୀପକ କୁମାର ନାୟକ, ଲକ୍ଷ୍ମୀପ୍ରିୟା ପରିଛା, ମୋନାଲିଶା ଦଳବେହେରା, ନନ୍ଦିତା ପ୍ରଧାନ, ଯାକେଶ କୁମାର ପ୍ରଧାନ, ବିଧାୟକ ପ୍ରତିନିଧି ଅନିଲ କୁମାର ଦଳବେହେରା ଉପସ୍ଥିତ ଥିଲେ I ସେହିଭଳି ଏନଏସି କାର୍ଯ୍ୟରତ କର୍ମ କର୍ତ୍ତାଙ୍କ ମଧ୍ୟ ରେ ବରିଷ୍ଠ ସହାୟକ ସତ୍ୟ ପ୍ରକାଶ ମହାପାତ୍ର, ମୁକ୍ତା ସଂଯୋଜକ ପ୍ରଭାତ ରଞ୍ଜନ ସାହୁ, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ, ସସ୍ମିତା ବେହେରା, ମୁକେଶ ରଞ୍ଜନ ନାୟକ, ଗଣେଶ ଜେନା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ପରିଚୟ ପ୍ରଦାନ କରି ନୂତନ ଅଧ୍ୟକ୍ଷାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ଜଣେଇଥିଲେ I ନୂତନ ଅଧ୍ୟକ୍ଷା ଦେବସ୍ମିତା ଶତପଥି ଉପସ୍ଥିତ ସମସ୍ତ ଭଦ୍ରମଣ୍ଡଳୀ ଏବଂ ଏନଏସି କର୍ମକର୍ତ୍ତଙ୍କ ସହଯୋଗ କାମନା କରି ମାଆ ଙ୍କ ଅଧୁରା ସ୍ବପ୍ନ ପୂରଣ କରିବେ ବୋଲି ନିଜ ଅଭିଭାଷଣ ରଖିଥିଲେ I

0
0
0
s2sdefault