ଭଞ୍ଜନଗର:ଉଦୟନାଥ ପଣ୍ଡା-ଐତିହ୍ୟ ଭରା ଘୁମୁସର ମାଟି ସଙ୍ଗୀତ, ନୃତ୍ୟ ଓ ଇତିହାସ ପୂର୍ଣ ସ୍ଥାନ ପାଇଁ ପ୍ରସିଦ୍ଧ। ଭଞ୍ଜ ସଙ୍ଗୀତ କୁ ଆଧାର କରି ଅନେକ ଗୁଡିଏ ପାରମ୍ପରିକ ଲୋକ ନୃତ୍ୟ ସୃଷ୍ଟି ହୋଇଛି ଏହି ମାଟିରେ। ଏହି ଲୋକ ନୃତ୍ୟ ମାନଙ୍କରେ ଭଞ୍ଜ ସଙ୍ଗୀତ ସହ ଓଡ଼ିଶୀ ଛାନ୍ଦ ଚଉପଦୀ ସବୁ ବ୍ୟବହାର କରାଯାଇଥାଏ। ଏହି ପାରମ୍ପାରିକ ନୃତ୍ୟ ସବୁକୁ ବିଭିନ୍ନ ନାଟ ଯାତ୍ରା ତଥା ପର୍ବ ପର୍ବାଣୀ ରେ ପରିବେଷଣ କରାଯାଇଥାଏ। ସଖୀ ନାଚ,ଭାରତ ଲୀଳା,ଦଣ୍ଡ ନାଚ, ଘୁଡୁକି, ଦାସକାଠିଆ, ପାଲା ଭଳି ପାରମ୍ପରିକ ନୃତ୍ୟ ସବୁ ଲୋପ ପାଇବାକୁ ଲାଗିଛି। କିନ୍ତୁ ଏସବୁକୁ ବଞ୍ଚାଇ ରଖିବାକୁ ଭଞ୍ଜନଗର ନିକଟବର୍ତ୍ତୀ କଣ୍ଟାଡୋର ଗ୍ରାମର ପ୍ରଚେଷ୍ଟାରେ ଭାରତ ଲୀଳା ନାଟକ ର ଉନ୍ନତି ପାଇଁ ଶ୍ରୀଶ୍ରୀଶ୍ରୀ ନୀଳ କଣ୍ଠେଶ୍ୱର ଲୋକ ନୃତ୍ୟ ଅନୁଷ୍ଠାନ ଆଗେଇ ଆସିଛି। ଆଜି ଡିସେମ୍ବର ମାସ ୬ ତାରିଖ ୨୦୨୩ ବୁଧବାର ମଧ୍ୟାହ୍ନ ୧୨ ଘଣ୍ଟିକା ସମୟେ ଏହାର ପ୍ରତିଷ୍ଠା ଉତ୍ସବ ରେ ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଗୌରି ଶଙ୍କର ଶତପଥୀ, ନୂଆ ଗାଁ ସରପଞ୍ଚ ଅଚ୍ୟୁତାନନ୍ଦ ସାହୁ,ସଙ୍ଗୀତ ଗୁରୁ ଅଶୋକ ମହାପାତ୍ର, ଲୋକ ନୃତ୍ୟ କଳାକାର ନାରାୟଣ ମହାରଣା, ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ,ସଙ୍ଗୀତ ଗୁରୁ ରବି ନାରାୟଣ ଦାଶ ତଥା ସଙ୍ଗୀତ ପ୍ରେମୀ କୁନା କର ଯୋଗ ଦେଇଥିଲେ। ଅନୁଷ୍ଠାନ ର ସଭାପତି କେଶବ ଆଚାର୍ଯ୍ୟ ଓ ସମ୍ପାଦକ କୈଳାଶ ଚନ୍ଦ୍ର ଜେନା ଉପସ୍ଥିତ ରହି କଳାକାର ମାନଙ୍କୁ ସମ୍ମାନୀତ କରିଥିଲେ। ପ୍ରଥମେ ପ୍ରଦିପ ପ୍ରଜ୍ବଳନ ପରେ ଅତିଥି ମାନଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ମନିତ କରାଯାଇଥିଲା। ଚଳିତ ଭିଷଣ ବାତ୍ୟା ମିଗ୍ ଜୋମ୍ ର ପ୍ରଭାବରେ କୋହଲିଆ ପାଗ, ଝିପିଝିପି ବର୍ଷା ପବନରେ ମଧ୍ୟ ଗ୍ରାମ ବାସୀ ଙ୍କ ମନରେ ନିଜର ଲୋକ କଳା ସଂସ୍କୃତିକୁ ପୁନର୍ଉଦ୍ଧାର ପାଇଁ ପ୍ରବଳ ଆଗ୍ରହ ଶତାଧିକ ଗ୍ରାମବାସୀ ମାନଙ୍କୁ ଏକାଠି କରିଥିଲା। ଏହି ସଭା ରେ ଅତିଥିମାନେ ବିଲୁପ୍ତ ପ୍ରାୟ ଭାରତ ଲୀଳା ନାଟ ର ବିକାଶ କୁ ଭୁୟସୀ ପ୍ରସଂଶା କରିଥିଲେ। କଳା ପ୍ରେମି ଶ୍ରୀ ପୁରୁଷୋତ୍ତମ ମହାପାତ୍ର ଙ୍କ ସହାୟତାରେ ଯୁବ ସମ୍ବାଦିକ ଉଦୟ ନାଥ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ।
ରାଜ୍ୟ
କଣ୍ଟାଡୋର ଗ୍ରାମରେ ଲୋକନୃତ୍ୟ ଭାରତଲୀଳା ର ଶୁଭ ଉଦ୍ଘାଟନ
- Hits: 1101








