ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ସାଂସ୍କୃତିକ ବିଭାଗର କାର୍ଯ୍ୟକ୍ରମ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ରାଣୀ ନାଥଙ୍କ ସଭାପତିତ୍ଵରେ ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମହାବିଦ୍ୟାଳୟରେ ଛାତ୍ରୀନିବାସ ଓ ଶ୍ରେଣୀଗୃହ ନିର୍ମାଣରେ ସହାୟତାର ପ୍ରତିଶୃତି ଏବଂ ମହାବିଦ୍ୟାଳୟ ପ୍ରତି ତାଙ୍କର ଆନ୍ତରିକତା ସମସ୍ତଙ୍କୁ ଆନନ୍ଦିତ କରିଥିଲା । ସରକାରଙ୍କ ସମସ୍ତ ଯୋଜନାରେ ଛାତ୍ରୀମାନଙ୍କୁ ପୂର୍ଣ୍ଣ ଅଂଶଗ୍ରହଣ କରିବାକୁ ସେ ଆହ୍ଵାନ କରିଥିଲେ । ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଅଖିଳ ପୁରୋହିତ, ସଦସ୍ୟ ଶ୍ରୀଯୁକ୍ତ ମହାଦେବ ସାନବର୍ଷା, ସଦସ୍ୟା ଶ୍ରୀମତୀ ଜନତା ସାହୁ ଏବଂ ସମାଜସେବୀ ଶ୍ରୀଯୁକ୍ତ ନିରୋଜ ଦୋରା ଯୋଗ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମର ନୋଡାଲ ଅଫିସର ଶ୍ରୀମତୀ ଲୋପାମୁଦ୍ରା ନାୟକ ସ୍ଵାଗତ ଭାଷଣ ଦେଇଥିଲେ । କ୍ରୀଡା କାର୍ଯ୍ୟକ୍ରମର ନୋଡାଲ ଅଫିସର ଶ୍ରୀମତୀ ସରିତାରାଣୀ ପ୍ରଧାନ, ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଏବଂ କର୍ମଚାରୀଙ୍କ ସହାୟତାରେ ସାମାଜିକ କାର୍ଯ୍ୟକ୍ରମର ନୋଡାଲ ଅଫିସର ସୁଶ୍ରୀ ସଂଗୀତା ଗୌନ୍ତିଆ ମଞ୍ଚ ପରିଚାଳନା କରିଥିଲେ । ନୂଆ – ଓ କାର୍ଯ୍ୟକ୍ରମର ନୋଡାଲ ଅଫିସର ଡ଼. ଚନ୍ଦ୍ରିକା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ସଭା କାର୍ଯ୍ୟ ପରେ ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଏକ ପାରମ୍ପାରିକ ଫେସନ୍ ଶୋ ସମସ୍ତଙ୍କ ମନମୋହି ନେଇଥିଲା l ଅଧ୍ୟାପକ ଧୀରେନ୍ଦ୍ର ବର୍ଗେ ଙ୍କ ରଚିତ ଓ ନିର୍ଦ୍ଦେଶିତ ଏକାଙ୍କିକା "ଯୌତୁକପ୍ରଥା ନିଷେଧ" କୁ ଛାତ୍ରୀ ମାନେ ଚମତ୍କାର ଢ଼ଙ୍ଗରେ ପରିବେଷଣ କରିଥିଲେ। ନୃତ୍ୟଗୁରୁ ସୁରେନ୍ଦ୍ର ସାହୁ ଙ୍କ ନିର୍ଦ୍ଦେଶନା ରେ ପରିବେଷିତ ନୃତ୍ୟ ନାଟିକା
"ନାରୀ ସଶକ୍ତିକରଣ "ଉଚ୍ଚକୋଟୀର ହୋଇଥିଲା l
ରାଜ୍ୟ
ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ l
- Hits: 282








