ହେଡଲାଇନସ୍:

ସମ୍ଭିଧାନ ପ୍ରଣେତା ବାବା ସାହେବଙ୍କ 67ତମ ଜୟନ୍ତୀ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର ତା - ୦୬.୧୨.୨୦୨୩ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଦିକବି ଶାରଳା ଦାସ ସଂସ୍କୃତି ଭବନରେ ଦଳିତ ବିକାଶ ପରିଷଦ ଜଗତସିଂହପୁର ଏବଂ ଅଲ ଓଡିଶା ଭୋଇ ସମାଜ ବିକାଶ ପରିଷଦ ଜିଲ୍ଲା ସଭାପତି ଶଙ୍କର ଦାସ ଙ୍କ ନେତୃତ୍ୱ ରେ ସମ୍ଭିଧାନ ପ୍ରଣେତା ବାବା ସାହେବ ବି. ଆର ଆମ୍ବେଦକର ଙ୍କ 67ତମ ଜୟନ୍ତୀ ପାଳନ ହୋଇଯାଇଛି l ସର୍ବ ପ୍ରଥମେ ସୁବର୍ଣ୍ଣବାରାହୀ ମନ୍ଦିର ପାଖରୁ ଏକ ବିରାଟ ଶୋଭାଯାତ୍ରା କରାଯାଇ ଆଦିକବି ଶାରଳା ଦାସ ସଂସ୍କୃତି ଭବନରେ ପହଞ୍ଚିଥିଲେ l ଏହି ସଭାରେ ଭୋଇ ସମାଜ ବିକାଶ ପରିଷଦ ରାଜ୍ୟ ସଭାପତି ଲକ୍ଷ୍ମୀଧର ଭୋଇ ଙ୍କ ସଭାପତିତ୍ୱ କରିଥିଲେ l ମୁଖ୍ୟ ଅତିଥିଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭଜମନ ବେହେରା, ପୂର୍ବତନ ପ୍ରଶାସକ ରତ୍ନାକର କାଣ୍ଡି,ବରିଷ୍ଠ ଆଇନ ଯିବି ଦେବେନ୍ଦ୍ର କୁମାର ମଲିକ, ନାଥ କାଣ୍ଡି , ଗଣେଶର ହାଁସଦା, ଅଶୋକ କୁମାର ନାୟକ, ନିରଞ୍ଜନ ରାଉତ,ବିଜୟ ଦାସ ପ୍ରମୁଖ ଯୋଗ ଦେଇ ଦଳିତ ବିକାଶ ର କିପରି ଶିକ୍ଷା,ସ୍ୱାସ୍ଥ୍ୟ, ଏବଂ ଭୂମିହୀନ ମାନଙ୍କୁ ବସୁନ୍ଧରା ଯୋଜନାରେ ଅନ୍ତର୍ଭୂକ୍ତ ହୋଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ l ଏବଂ ଡ଼ା. ବାବା ସାହେବ ଆମ୍ବେଦକର ଙ୍କ ଆଇନ ପ୍ରଣୟନ ବିଷୟରେ ଆଲୋଚନା କରାଯାଇଥିଲା l

0
0
0
s2sdefault