ହେଡଲାଇନସ୍:

ଦ୍ରୁତ ବିକାଶ ର ଏକ ବର୍ଷ: ପୂରଣ ହେବାକୁ ଯାଉଛି ପଦ୍ମପୁର ସ୍ୱତନ୍ତ୍ର ଜିଲ୍ଲା ଦାବୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯିଏ ଯାହା କହୁ ପଦ୍ମପୁର ର ବିକାଶ ମୋର ଏକମାତ୍ର ଲକ୍ଷ୍ୟ  :- ବର୍ଷା

ବରଗଡ :- ପଦ୍ମପୁର ଉପନିର୍ବାଚନ ଠିକ ଏକ ବର୍ଷ ବିତିଯାଇଛି । ଡିସେମ୍ବର ପାଞ୍ଚ 2022 ତାରିଖ ଦିନ , ହୋଇଥିଲା ପଦ୍ମପୁର ଉପନିର୍ବାଚନ । କାରଣ ଥିଲା ତତ୍କାଳୀନ ବିଧାୟିକ ଶ୍ରୀ ବିଜତ ରଞ୍ଜନ ସିଂ ବରିହା ଙ୍କର ଅକାଳ ବିୟୋଗ । ସମସ୍ତଙ୍କୁ ଚକିତ କରିଦେଇ ବିଜୁ ଜନତା ଦଳ ସ୍ବର୍ଗତ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ସୁପୁତ୍ରୀ ତାଙ୍କର ଜ୍ୟେଷ୍ଠ କନ୍ୟା ,ବର୍ଷା ସିଂ ବରିହା ଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିବା ପରେ ବିରୋଧୀ ମାନଙ୍କର ମନରେ ଅନେକ ପ୍ରକାର ଆଲୋଡନ ସୃଷ୍ଟି ହୋଇଥିଲା । ଯଦିଓ ବର୍ଷା ଙ୍କର ପାଖରେ ରାଜନୈତିକ ଅଭିଜ୍ଞତା ନଥିଲା , କିନ୍ତୁ ଜଣେ ଲୋକପ୍ରିୟ ନେତା ଙ୍କର ଝିଅ ଭାବରେ ତାଙ୍କର ରାଜନୀତି ର ଅନୁଭବ ଥିଲା । ଏହା ସହିତ ବର୍ଷା ଥିଲେ ଜଣେ ଉଚ୍ଚ ଶିକ୍ଷିତା ଯୁବତୀ । ଏଠାରେ ସୂଚନାଯୋଗ୍ୟ ଯେ ବର୍ତ୍ତମାନର ସମୟରେ ରାଜନୀତି ହେଉ ବା ଅନ୍ୟ କୋଣସି କାମ , ସବୁଥିରେ ଯୁବ ସମାଜ ର ଭୂମିକା ଓ ଯୋଗଦାନ କୁ କେହିଁ ଅଣଦେଖା କରିବାକୁ ଚାହିଁବି ନାହିଁ । ଉପନିର୍ବାଚନ ରେ ବର୍ଷା ଙ୍କର ନାମ ଘୋଷଣା ହେବା ପରଠାରୁ ବିରୋଧୀ ତାଙ୍କ ବିରୋଧରେ ନାନା ପ୍ରକାର ଅପପ୍ରଚାର ,ବ୍ୟକ୍ତିଗତ ଆରୋପ ଓ ଆକ୍ଷେପ କରିବା ସତ୍ୱେ ପଦ୍ମପୁର ଉପନିର୍ବାଚନ ରେ ରେକର୍ଡ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରି ନିଜର ରାଜନୈତିକ କେରିଅର ଆରମ୍ଭ କରିବା ସହିତ , ପଦ୍ମପୁର ନିର୍ବାଚନ ମଣ୍ଡଳରୁ ପ୍ରଥମ ମହିଳା ବିଧାୟିକା ହୋଇ ପାରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ପଦ୍ମପୁର ଏକ ଅଣ ସଂରକ୍ଷିତ ଆସନ । ଉପନିର୍ବାଚନ ସମୟରେ ବିରୋଧୀ ପ୍ରତେକ ମଞ୍ଚରୁ ବର୍ଷା ଙ୍କୁ ଟାର୍ଗେଟ କରି ମୁଖ୍ୟତଃ ଗୋଟିଏ କଥା କହୁଥିଲେ ଯେ ନିର୍ବାଚନ ସରିବା ପରେ ବର୍ଷା ଙ୍କର ଆଉ ଦେଖା ମିଳିବ ନାହିଁ । କିନ୍ତି ବିରୋଧୀ ମାନଙ୍କର ଏହି ଉକ୍ତିକୁ ବିଗତ ଏକ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ଭୁଲ ପ୍ରମାଣିତ କରି ଦେଇଛନ୍ତି ବର୍ଷା । ନିର୍ବାଚନ ରେ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରିବା ପରେ ପ୍ରତେକ ଦିନ ନିଜର ନିର୍ବାଚନ ମଣ୍ଡଳୀ ର ଗାଁ କୁ ଗାଁ ବୁଲି ସିଧାସଳଖ ଲୋକଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ନିଜର ଲୋକ ସମ୍ପର୍କ କୁ ଆହୁରି ସୁଦୃଡ଼ କରିବା ସହିତ ଜଣେ ପୋଖତ ରାଜନେତା ଭଳି ଦଳୀୟ ସଂଗଠନ କୁ ମଜବୁତ କରିବାରେ ସଫଳ ହୋଇ ପାରିଛନ୍ତି । ବିଗତ ଏକ ବର୍ଷ ମଧ୍ୟରେ , ପ୍ରତେକ ଦିନ ସକାଳୁ ଘରୁ ବାହାରି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନିଜର ନିର୍ବାଚନ ମଣ୍ଡଳୀ ର ଲୋକଙ୍କ ବିକାଶ ପାଇଁ କଠୋର ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି । ଅଳ୍ପ ଦିନ ମଧ୍ୟରେ ସେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଲୋକଙ୍କ ଅତି ପ୍ରିୟ ଓ ଆପଣାର ହୋଇ ପାରିଛନ୍ତି । ମୂଖ୍ୟତଃ ଯୁବ ସମାଜ ଓ ମହିଳା ମାନଙ୍କ ଭିତରେ ଆଜି ତାଙ୍କର ଲୋକପ୍ରିୟତା ବହୁ ମାତ୍ରାରେ ବଢି ଯାଇଛି । ଯେ କୋଣସି ଗ୍ରାମକୁ ଗଲେ ଗାଁ ର ମାଁ ଭଉଣୀ ମାନେ ତାଙ୍କୁ ଅତି ଆଦରରେ କୋଳେଇ ନେଉଥିବା ଦୃଶ୍ୟ ଓ ଯୁବ ସମାଜ ଭିତରେ ବର୍ଷା ଙ୍କର ଲୋକପ୍ରିୟତା ଦେଖି ବର୍ତ୍ତମାନ ସବୁ ଗୋଷ୍ଠୀ ର ବିରୋଧୀ ଅତି ମାତ୍ରାରେ ଚିନ୍ତିତ ଓ ବିବ୍ରତ ।
ଅନ୍ୟପଟେ ବର୍ତ୍ତମାନ ଉପନିର୍ବାଚନ ସମୟରେ ବିଭିନ୍ନ ଗ୍ରାମରେ ଗ୍ରାମର ବିକାଶ ପାଇଁ ବିଜୁ ଜନତା ଦଳ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବର୍ଷା ଦେଇଥିବା ପ୍ରତିଶ୍ରୁତି ଉପରେ କାମ ଜୋରସୋରରେ ଆରମ୍ଭ ହୋଇ ଗଲାଣି । ଏହା ସହିତ ପଦ୍ମପୁର ଅଞ୍ଚଳ ବାସୀ ଙ୍କର ଗୋଟିଏ ମୁଖ୍ୟ ଦାବି ରହିଥିଲା ଯେ ପଦ୍ମପୁର କୁ ଏକ ସ୍ୱତନ୍ତ୍ର ଜିଲ୍ଲା ର ମାନ୍ୟତା ପ୍ରଦାନ କରାଯାଉ । ଏହି ଦାବି କୁ ନେଇ ଅନେକ ଆନ୍ଦୋଳନ ମଧ୍ୟ ହୋଇ ସାରିଛି । ଅଞ୍ଚଳ ବାସୀ ଙ୍କର ଦାବୀର ଯଥାର୍ଥତା ଅନୁଭବ କରି ତଥା ଅଞ୍ଚଳ ବାସୀ ଙ୍କର ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଗତ ଡିସେମ୍ବର ମାସରେ ଏକ ନିର୍ବାଚନୀ ସଭାରେ ଚଳିତ ବର୍ଷ ଶେଷ ସୁଦ୍ଧା ପଦ୍ମପୁର କୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗତ କାଲି ଅର୍ଥାତ ସୋମବାର ଦିନ ଉତ୍ତରାଞ୍ଚଳ ରାଜସ୍ୱ କମିଶନ ଙ୍କର ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ କମିଟି ପଦ୍ମପୁର ଆସି , ଜିଲ୍ଲାପାଳଙ୍କ ଅଫିସ ପାଇଁ ତିନି ଗୋଟି ସ୍ଥାନ ଦେଖି ଯାଇଛନ୍ତି । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ ଖୁବଶୀଘ୍ର ପଦ୍ମପୁର ଏକ ସ୍ୱତନ୍ତ୍ର ଜିଲ୍ଲା ହେବାକୁ ଯାଉଛି ।
ବିଧାୟିକା ଭାବରେ ନିର୍ବାଚିତ ହେବା ପରେ ଦୀର୍ଘ ଏକ ବର୍ଷ ହୋଇଗଲା , ପ୍ରତ୍ୟେକ ଦିନ ଗାଁ କୁ ଗାଁ ବୁଲି ଲୋକଙ୍କ ସହିତ ଅଲୋଚନ କରିବା ସହିତ ଉନ୍ନୟନ ମୂଳକ କାମର ସମୀକ୍ଷା ମଧ୍ୟ କରୁଛନ୍ତି ନିଜେ ବିଧାୟିକା ବର୍ଷା । ବର୍ଷା ଙ୍କର ଏହି ସବୁ କାମ ଏବେ ବିରୋଧୀ ମାନଙ୍କ ପାଇଁ ପ୍ରବଳ ମୁଣ୍ଡ ବ୍ୟଥାର କାରଣ ପାଲଟି ଯାଇଛି । ଲୋକସମ୍ପର୍କ ହେଉ ବା ଉନ୍ନୟନ ମୂଳକ କାମ କରିବା ହେଉ , ସବୁଥିରେ ବିରୋଧୀ ମାନଙ୍କ ଠାରୁ ଢେର ଆଗରେ ରହିଛନ୍ତି ବର୍ଷା ।
ଇତି ମଧ୍ୟରେ ଅନେକ ସ୍ଥାନରେ ବିଭିନ୍ନ ମାଧ୍ୟମରେ ବର୍ଷା ଙ୍କୁ ହତୋତ୍ସାହିତ କରିବା ପାଇଁ ହେଉ କି ତାଙ୍କର ଲୋକପ୍ରିୟତା କୁ ସଙ୍କୁଚିତ କରିବା ପାଇଁ ହେଉ ବିରୋଧୀ ମାନଙ୍କ ଦ୍ୱାରା ତାଙ୍କ ବିରୋଧରେ ଅପପ୍ରଚାର ମଧ୍ୟ ଜାରି ରହିଛି । ହେଲେ ବିଧାୟିକା ବର୍ଷା ଙ୍କର ମନ୍ତବ୍ୟ ହେଲା ଯେ ବିରୋଧୀ ମାନେ ତ ବିରୋଧ କରିବେ କିନ୍ତୁ ପଦ୍ମପୁର ଅଞ୍ଚଳ ର ବିକାଶ ପାଇଁ ସେ ସବୁ ପ୍ରକାର ପ୍ରୟାସ ଜାରି ରଖିବେ । ପଦ୍ମପୁର ନିର୍ବାଚନ ମଣ୍ଡଳୀର ପ୍ରତେକ ଲୋକ ତାଙ୍କର ନିଜର ଲୋକ , ନିଜ ଲୋକଙ୍କ ବିକାଶ ପାଇଁ ସେ ବିରୋଧି ଙ୍କର ସବୁ କଟୁ ମନ୍ତବ୍ୟ ଶୁଣିବାକୁ ପ୍ରସ୍ତୁତ । ଏହା ସହିତ ବିଧାୟିକା ଏହା ମଧ୍ୟ କହିଛନ୍ତି ଯେ ପଦ୍ମପୁର ଅଞ୍ଚଳ ର ବିକାଶ ପାଇଁ ବିରୋଧୀ ମାନେ ମଧ୍ୟ ଆଗେଇ ଆସି ସହଯୋଗ କରନ୍ତୁ । ଯାହାଫଳରେ ବିକାଶ କାର୍ୟ୍ଯ ବାଧାପ୍ରାପ୍ତ ହେବ ନାହିଁ । ଅଞ୍ଚଳ ବାସୀ ଙ୍କର ପାଇଁ ହେଉଥିବା ଉନ୍ନୟନ ମୂଳକ କାର୍ୟ୍ଯ ରେ ସହଯୋଗ କରି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଜିତିବାର ପ୍ରୟାସ କରିବା କଥା ନା କି ଅବାନ୍ତର , ମିଥ୍ୟା , ଆରୋପ ବା ପ୍ରତିଶୃତି ଦେଇ , ବୋଲି କହିଛନ୍ତି ବିଧାୟିକା ବର୍ଷା ।

0
0
0
s2sdefault