ହେଡଲାଇନସ୍:

ମାଓ ଅଂଚଳ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ମାଲକାନଗିରିରୁ ରାମକୃଷ୍ଣ/କୋରାପୁଟ ରୁ ଗୁପ୍ତ ପ୍ରସାଦ : ମାଓ ଉପଦ୍ରୁତ ମାଲକାନଗିରି ଓ କୋରାପୁଟ ଜିଲ୍ଲା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ  ଡ଼ .ଆର .ପି .ଶର୍ମା  ଯାଇ ସେଠାକାର ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।  ତାଙ୍କ ସହ ଗୁଇନ୍ଦା ନିର୍ଦେଶକ ସୁନୀଲ ରାୟ ,ଆଇଜି  ଅପରେସନ ଆର .ପି .କୋଚେ  କ୍ରାଇମ ଆଇଜି ଅସିତ  ପାଣିଗ୍ରାହୀ , ଡ଼ିଆଇଜି  ଏସଆଇଡବ୍ଲୁ ନରସିଂହ ଭୋଳ. ମଧ୍ୟ ସାନିଳ ହୋଇଥିଲେ । ଡ଼ ଶର୍ମା ବିଛିନ୍ନାଂଚଳରେ  ବଡ଼ପଡା କ୍ୟାମ୍ପ ଓ ମାଲକାନଗିରିର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ ।  ସେଠାରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରି ମାଓ ସ୍ଥିତି ଉପରେ ସବିଶେଷ ତଥ୍ୟ ହାସଲ କରିଥିଲେ । ସେ  ଗୁରୁପ୍ରିୟା  ବ୍ରିଜ ବୁଲି ସେଠାକାର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଥିଲେ । ତାପରେ  କୋରାପୁଟ ଠାରେ ବିଏସଏଫ , ସିଆରପିଏଫ ଓ  କୋବ୍ରା ବାହିନୀର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ସେ ମଧ୍ୟ କୁନ୍ଦୁଲି ଗଣଧର୍ଷଣ ମାମଲାର ତଦନ୍ତର ଅଗ୍ରଗତି ଉପରେ ତର୍ଜ୍ଜମା କରିଥିଲେ ।

0
0
0
s2sdefault