ପ୍ଲାଷ୍ଟିକର କୁପ୍ରଭାବ ବିଷୟରେ ତେଜସ୍ୱିନୀ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର/ଉଦୟନାଥ ପଣ୍ଡା :ଭଂଜନଗର ଅଞ୍ଚଳ ର ଅଗ୍ରଣୀ ସମାଜିକ ଅନୁଷ୍ଠାନ ତେଜସ୍ୱିନୀ ର ପ୍ଲାଷ୍ଟିକ ବର୍ଜନ ଉପରେ ଆଧାରିତ କାର୍ଯ୍ୟକ୍ରମ ଭଂଜନଗର RMC ସଭା ଗୃହରେ ଅନୁଷ୍ଠିତ ହୋଇଥିଲା। ଗତ ଏକ ମାସ ଧରି ବର୍ଜ୍ୟ ପ୍ଲାଷ୍ଟିକ ବୋତଲରେ ଫୁଲ ଗଛ ଲଗାଇବା ଓ ତାକୁ ସଜାଇବା ପାଇଁ ଏକ ପ୍ରତିଯୋଗିତା ହୋଇଥିଲା ଯେଉଁଥିରେ ବିଭିନ୍ନ ବିଦ୍ୟାଳୟ ର ଅନେକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ଭଂଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ଉପାଧ୍ୟକ୍ଷ ଶ୍ରୀମତୀ ଶୁଭଶ୍ରୀ ଦାସ,ବନଖଣ୍ଡ ଅଧିକାରୀ, ପରିବହନ ଅଧିକାରୀ ଶୁଭେନ୍ଦୁ ରଂଜନ ରାୟ, ସୁଳପାଣି ସତପଥି, ତେଜସ୍ୱିନୀ ମୁଖ୍ୟ ଜ୍ୟୋତି ସିଂହ ପ୍ରମୁଖ ଯୋଗଦେଇଥିଲେ। ଏବଂ ଏଥିରେ ସମସ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଓ ଅନେକ ସ୍ଥାନୀୟ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ। ବିଶେଷ କରି ବେଲଗୁଣ୍ଠ। ଚଢ଼େୟାପଲ୍ଲୀ ର ଗୋବର କଣ୍ଢେଇ କାରିଗର ଓ ଓଁ ଶାନ୍ତି କେନ୍ଦ୍ର ର ନୃତ୍ୟ ଶିଳ୍ପୀ ସହ ଦାଶ କାଠିଆ କଳାକାର ଙ୍କ ସଙ୍ଗୀତ ପରିବେଷଣ ମନମୁଗ୍ଧ କର ଥିଲା। କୃତି ପ୍ରତିଯୋଗୀ ପ୍ରତୀକ୍ଷା ମହାପାତ୍ର, ସମୀରା ପାତ୍ର ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା ।ସେହିପରି କବି ସମ୍ରାଟ ମିଡିଆ କ୍ଲବ ସାମ୍ବାଦିକ ମାନଙ୍କୁ ସମ୍ନାନିତ କରାଯାଇଥିଲା । ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ଲାଷ୍ଟିକ ର ବହୁଳ ବ୍ୟବହାର ଓ ତାର କୁ -ପ୍ରଭାବ ବିଷୟରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।

0
0
0
s2sdefault