ହେଡଲାଇନସ୍:

ଗୁଣପୁର ରେ ଇଡ଼ିଟାଲ ଚଇତି 2023 ପାଇଁ ପ୍ରସ୍ତୁତ ବୈଠକ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ତିନି ଦିନ ଧରି ଉପଖଣ୍ଡ ସ୍ତରୀୟ 2023 ଚଇତି ଇଡ଼ିଟାଲ  : ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ଉପଖଣ୍ଡ ରେ ଚଳିତ ବର୍ଷ ଡିସେମ୍ବର 21/22 ଏବଂ 23 ତିନି ଦିନ ଧରି ଉପଖଣ୍ଡ ସ୍ତରୀୟ ଇଡ଼ିଟାଲ ଚଇତି ପାଇଁ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଙ୍କ ସଦ ଭାବନା ଗୃହ ରେ ଅନୁଷ୍ଠିତ ହୋଇଯାଇଛି |
ଏହି ବୈଠକ ରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଅଧକ୍ଷତା କରି ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼କ୍ଟର ଗିରିଧାରୀ ଗମାଙ୍ଗ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁର ପ୍ରକଳ୍ପ ପ୍ରଶାସିକା ଶାନ୍ତିପ୍ରଭା ପ୍ରଧାନ ଅତିଥିଭାବେ ମଂଚାସୀନ ଥିଲେ |
ବୈଠକ ରେ ଚଳିତ ମାସ ତିନି ଦିନ ଧରି ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରାଯିବ ବୋଲି ଆଲୋଚନା କରାଯାଇ ଥିଲା |
ବୈଠକ ରେ ଓଡିଶୀ ସଂଗୀତ ଏବଂ ନୁର୍ତ୍ୟ ପାଇଁ ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀ ଏବଂ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ ଙ୍କ ସହ ଆଦିବାସୀ ଶବ୍ଦ ର ପ୍ରତିଷ୍ଠାତା ମଙ୍ଗଇ ଗମାଙ୍ଗ କମ୍ରେଡ ନାଗଭୂଷଣ ପଟନାୟକ ଙ୍କୁ ମରଣତର ସଂମାନ ଦେବା ସହ ସାମାଜିକ ଏବଂ ସାମ୍ବାଦିକ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ଏକ ଜୁରୀ କମିଟି ସେମାନଙ୍କ ନାମ କୁ ଅନୁମୋଦନ କରିବ ବୋଲି ସ୍ଥିର କରାଯାଇଛି | ଅନ୍ୟ ପଟେ କାର୍ଯ୍ୟକ୍ରମ କୁ କିଭଳି ସୁଚାରୁ ରୂପେ କରାଯିବ ତା ପାଇଁ ବିଭିନ୍ନ କମିଟି ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଜଣାଇଦିଆଯାଇଛି |
ଏହି ବୈଠକ ରେ ଅନ୍ୟ ମଧ୍ୟ ରେ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସଚିବ ପ୍ରମୋଦ କୁମାର ସାହୁ ଅକ୍ଷୟ ଦାସ ଗୁଣୁପୁର ପୌର ପରିଷଦ ଅଧକ୍ଷା ମମତା ଗୌଡ଼ ଥାନା ଅଧିକାରୀ ଉତ୍ତମ ସାହୁ ଙ୍କ ସହ ଉପଖଣ୍ଡ ର ସମସ୍ତ ସରକାରୀ ଅଧିକାରୀ, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ର ନିର୍ଦେଶକ କର୍ମକର୍ତ୍ତା ଉପସ୍ଥିତ ଥିଲେ | ଶେଷ ରେ ପ୍ରକଳ୍ପ ପ୍ରଶାସିକ ଶାନ୍ତିପ୍ରଭା ପ୍ରଧାନ ଧନ୍ୟବାଦ ଦେଇ ଥିବା ବେଳେ କାର୍ଯ୍ୟକ୍ରମ କୁ ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଧନୁର୍ଜୟ ବେହେରା ଅନନ୍ତ ପାତ୍ର ପରିଚାଳନା କରି ଥିଲେ |

 

0
0
0
s2sdefault