ହେଡଲାଇନସ୍:

"ମୋ ସୁନା ଝିଅ" କାର୍ଯକ୍ରମର ଶୁଭ ଉଦଘାଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର :ତା ୦୪/୧୨/୨୦୨୩-( ଆର୍ତ୍ତତ୍ରାଣ ମହାପାତ୍ର): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ସ୍ବାସ୍ଥ୍ୟ ପରିବାର ମଙ୍ଗଳ ବିଭାଗ ଦ୍ଵାରା ଆୟୋଜିତ ବିଜୁ କନ୍ୟା ରତ୍ନ ଯୋଜନା ଅନ୍ତର୍ଗତ ମୋ ସୁନା ଝିଅ କାର୍ଯକ୍ରମ କୁ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଜିଲ୍ଲା ମାତୃ ଓ ଶିଶୁ ଚିକିତ୍ସାଳୟ ଠାରେ ଶୁଭ ଉଦଘାଟନ କରିଛନ୍ତି । ଜିଲ୍ଲାରେ ଶିଶୁ ମାନଙ୍କ ମଧ୍ୟରେ ଲିଙ୍ଗଗତ ତାରତମ୍ୟ କୁ ରୋକିବା ନିମନ୍ତେ ବିଜୁ କନ୍ୟା ରତ୍ନ ଯୋଜନା ଅନ୍ତର୍ଗତ ମୋ ସୁନା ଝିଅ କାର୍ଯ୍ୟକ୍ରମ ମାଧ୍ୟମରେ କନ୍ୟା ସନ୍ତାନ ମାନଙ୍କ ସୁରକ୍ଷା ଓ ଯତ୍ନକୁ ସୁଦୃଢ କରିବାକୁ ଜିଲ୍ଲାପାଳ ଶ୍ରୀ ରାୟ ଗୁରୁତ୍ୱାରୋପ କରିଛନ୍ତି l କରିବା ପାଇଁ ସଚେତନତା କାର୍ଯ୍ୟ କ୍ରମ କରାଯାଇ ଥିଲା ।ନୂତନ ଭାବରେ ଉଦ୍ଘାଟିତ ହୋଇ ଥିବା ମାତୃ ଓ ଶିଶୁ ଚିକିତ୍ସାଳୟ ସୋନପୁର ରେ ଦାଖଲ ଥିବା ୧୫ ଜଣ ଶିଶୁକନ୍ୟାଙ୍କ ଦମ୍ପତିଙ୍କୁ ଶିଶୁର ପୋଷାକ,ଟୱାଲ୍, ମିଷ୍ଟାନ୍ନ ଏବଂ ପ୍ରଶଂସା ପତ୍ର ପ୍ରଦାନ ପୂର୍ବକ ସମସ୍ତଙ୍କୁ ଶୁଭେଚ୍ଛା ଜଣେଇ ଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ସୂର୍ଯ୍ୟନାରାୟଣ ଦାଶ,ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଅଞ୍ଜଳିନା ପ୍ରଧାନ, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦୁର୍ଗାଦତ୍ତ ଦାସ, ଡାକ୍ତର ପ୍ରକାଶ କୁମାର ଦଣ୍ଡସେନା , ଶିଶୁ ମଙ୍ଗଳ କମିଟି ସଭ୍ୟ ହେମନ୍ତ କୁମାର ସା,ଶାନ୍ତନୁ କର୍ଣ୍ଣ, ସମାଜ ସେବୀ ଶ୍ରୀବତ୍ସ ମାଲିକ, ରେର୍ ସାଧାରଣ ସମ୍ପାଦକ ଅନଙ୍ଗ ନେଗି, କାର୍ଯ୍ୟକ୍ରମ ଅଧିକାରୀଣୀ ଅନିତା ଗୁରୁ ପ୍ରମୁଖ ଉପସ୍ଥିତ ରହି କନ୍ୟା ସନ୍ତାନ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ କାର୍ଯକ୍ରମ ପରିଚାଳନା କରିଥିଲେ। ଚିକିତ୍ସାଳୟ ର ଷ୍ଟାଫ ନର୍ସ,ସେବିକା ତଥା ଏସ ଏନ ସି ୟୁ କର୍ମଚାରୀ ସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault