ଜଗତସିଂହପୁର,ତା-୦୪.୧୨.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ବାଲିକୁଦା ବ୍ଲକ୍ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ,ଭା.ପ୍ର.ସେ. ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ । ଆଜି ମୋଟ ୪୬ଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କିୟ ୩୭ ଗୋଟି ଅଭିଯୋଗ, ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ/ ଗ୍ରାମ୍ୟ ସମସ୍ୟା ସଂପର୍କୀୟ ୦୯ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରେସନ କାର୍ଡ ସମସ୍ୟା ସଂପର୍କୀୟ ୦୫ଟି, ଆବାସ ଯୋଜନା ସମସ୍ୟା ସଂପର୍କୀୟ ୦୨ଟି, ଜମିଜମା ସମସ୍ୟା ସଂପର୍କୀୟ ୦୭ଟି,ଭତା ପାଇବା ପାଇଁ ୦୨ଟି ଏବଂ ଅନ୍ୟାନ୍ୟ୧୨ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ୯ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା । ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅକ୍ଷକ ଶ୍ରୀ ରାହୁଲ ପି.ଆର୍, ମୁଖ୍ୟ ବିକାଶ-ତଥା- ନିର୍ବାହୀ ଅଧୁକାରୀ, ଜିଲ୍ଲା ପରିଷଦ ଶ୍ରୀ ରବିନାରାୟଣ ଜେଠୀ,ଉପ-ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଉପଖଣ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ରଶ୍ମି ରଞନ ସାହୁ, ଗୋଷ୍ଠି ଉନ୍ନୟନ ଅଧିକାରୀ, ବାଲିକୁଦା ଶ୍ରୀ ବିକାଶ କୁମାର ମହାନ୍ତି, ତହସିଲଦାର, ବାଲିକୁଦା ଶ୍ରୀ ଅଂଶୁମାନ ଶତପଥ୍,ଜିଲ୍ଲାସ୍ତରୀୟ ଅକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଳକସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତି ଅଭିଯୋଗ ଶୁଣାଣି କରିଥିଲେ ।
ରାଜ୍ୟ
ବାଲିକୁଦା ବ୍ଳକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର
- Hits: 192








