ବଲାଙ୍ଗିର ୦୪/୧୨ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ ଦେଓଗାଁ ବ୍ଲକ ଅନ୍ତର୍ଗତ ସଲେପାଳି ଜଗତ ବନ୍ଧୁ ଶିକ୍ଷା ନିକେତନ କାର୍ଯ୍ୟଲୟ ଠାରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀଯୁକ୍ତ ବିନୟ କୁମାର ପାତ୍ର , ଦେୱାନି ନ୍ୟାୟାଧୀଶ ଶ୍ରୀଯୁକ୍ତ ଜନ୍ମେଜୟ ପଳେଈ , ଡିପ୍ଲୋମା କଲେଜ ଅଧ୍ୟକ୍ଷ ଡକ୍ଟର ସୁଧାଂଶୁ କୁମାର ମେହେର , ଜଗତ ବନ୍ଧୁ ଶିକ୍ଷା ନିକେତନ ପରିଚାଳକ ଶ୍ରୀଯୁକ୍ତ କର୍ଣ୍ଣିୟାର ପ୍ରଧାନ, ପ୍ରଧାନ ଶିକ୍ଷକ ସଙ୍କଟ ପଧାନ,ଉପସ୍ଥିତ ରହି ଭିନ୍ନକ୍ଷମ ପାଇଁ ଥିବା ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ । ଏହି ଶିବିର ରେ ଶ୍ରୀଯୁକ୍ତ ପାତ୍ର ଅନ୍ତଜାତୀୟ ଭିନ୍ନକ୍ଷମ ଦିବସ ତାତ୍ପର୍ଜ୍ୟ ସରଲ ଭାବେ ବୁଝାଇବ ସହ ଜିଲ୍ଲା ଆଇନ ସେବା ପ୍ରାଧିକରଣ କିପରି ମାଗଣା ଆଇନ ସେବା ଯୋଗଉଛି ତା ସମ୍ପର୍କରେ ବିସ୍ତ୍ରୁତ ବୁଝାଇଥିଲେ ।
ରାଜ୍ୟ
ଭିନ୍ନକ୍ଷମ ଦିବସ ଉପଲକ୍ଷେ ଆଇନ ସଚେତନତା ଶିବିର :
- Hits: 178








