ପଦ୍ମପୁର :- ପଦ୍ମପୁର ଜିଲ୍ଳା ଦାବୀ ର ଅନ୍ତ ହେବାକୁ ଯାଉଥିବା ଏବେ ଖବର ମିଳିଛି l ଏ ନେଇ ଆଜି ରାଜସ୍ୱ କମିଶନର ଙ୍କ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ କାର୍ଯ୍ଯାଳୟ ସ୍ଥାନ ନିରୂପଣ ପାଇଁ ପଦ୍ମପୁର ପହଞ୍ଚିଛନ୍ତି l ଗତ ଉପ ନିର୍ବାଚନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଥର ଘୋଷଣା କରିଥିଲେ ଯେ, ଡିସେମ୍ବର ୨୦୨୩ ଶେଷ ସୁଦ୍ଧା ପଦ୍ମପୁର ବାସୀଙ୍କ ଜିଲ୍ଲା ସ୍ଵପ୍ନ ସାକାର ହେବ l କିନ୍ତୁ ଡିସେମ୍ବର ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ଯେ କଥାରେ ନୂହେଁ କାମରେ ବିଶ୍ବାସ କରନ୍ତି ତାହା ପ୍ରମାଣିତ କରିଛନ୍ତି l ପଦ୍ମପୁରରେ ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟର ସ୍ଥାନ ନିରୁପଣ ପାଇଁ ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ଆରଡିସି- ଉତ୍ତରାଞ୍ଚଳ , ସମ୍ବଲପୁର ଅଧ୍ଯକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଆଜି କ୍ଷେତ୍ର ପରିଦର୍ଶନ କରିଛନ୍ତି । ପଦ୍ମପୁର ନିକଟସ୍ଥ ଚିରୋଲି, ଅନ୍ବେଶା ହଷ୍ଟେଲ୍ ପଡିଆ ଓ ବରିକେଲ ପାଖରେ ସର୍ବମୋଟ୍ ତିନୋଟି ସ୍ଥାନକୁ ଏହି କମିଟି ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ କାର୍ଯ୍ଯାଳୟ, ଅନ୍ଯ ସମସ୍ତ କାର୍ଯ୍ଯାଳୟ ଓ ସରକାରୀ କ୍ବାଟର ନିର୍ମାଣ ପାଇଁ ଆବଶ୍ଯକୀୟ ଭିତ୍ତିଭୂମି ଦୃଷ୍ଟିରୁ ଏହି ସ୍ଥାନଗୁଡ଼ିକର ସମୀକ୍ଷା ହୋଇଛି । କମିଟିରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଲଲାଟ କୁମାର ଲୁହା, ପଦ୍ମପୁର ଉପଜିଲ୍ଲାପାଳ ଆଲୋକ ପଟେଲ ଓ ଅନ୍ଯ ସାତ ଜଣ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ଆରଡିସିଂକ ସହ ସମୀକ୍ଷା କରିଛନ୍ତି। ଏହପରେ କମିଟି ବିହିତ ପଦକ୍ଷେପ ପାଇଁ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ବୋଲି ଗଣମାଧ୍ଯମକୁ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ସୂଚନା ଦେଇଛନ୍ତି । ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ଅନ୍ବେଷା ହଷ୍ଟେଲକୁ ଗସ୍ତକରି ଛାତ୍ରୀ ମାନଂକୁ ଭେଟିଥିଲେ ଓ ତାଂକ ସୁଖ ସୁବିଧା ବିଷୟରେ ପଚାରି ବୁଝିଥିଲେ । ଏହା ପରେ ଡକ୍ଟର ଦଳାଇ ପ୍ରଭୁ ନୃସିଂହନାଥଂକ ମନ୍ଦିରକୁ ଗସ୍ତକରି ପ୍ରଭୁଂକ ଦର୍ଶନ କରିଥିଲେ ଓ ରୂପାନ୍ତରଣ କାର୍ଯ୍ଯ ତଦାରଖ କରିଥିଲେ
ରାଜ୍ୟ
ପଦ୍ମପୁର ଜିଲ୍ଲା ପ୍ରସଙ୍ଗ : ଜିଲ୍ଲାପାଳ କାର୍ଯ୍ଯାଳୟ ସ୍ଥାନ ପାଇଁ ରାଜସ୍ଵ କମିଶନର ଙ୍କ ପଦ୍ମପୁର ଗସ୍ତ l
- Hits: 3389








