ହେଡଲାଇନସ୍:

ଯୁବ ସାମ୍ବାଦିକ ତଥା ସୋରଡ଼ା ନିର୍ବାଚନ ମଣ୍ଡଳୀ ପୁର୍ବତନ ଯୁବ କଂଗ୍ରେସ ସଭାପତି ଜଗନ୍ନାଥଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ କଲେ ପରିବାର ବର୍ଗ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )--ବେଲଗୁଣ୍ଠା ବ୍ଳକ ଗାଙ୍ଗପୁର ଥାନା ଅର୍ନ୍ତଗତ ଖଇରପୁଟୀ ଗ୍ରାମର ଭରତପୁର ସାହିରମୂଳ ବାସିନ୍ଦା,ଯୁବ ସାମ୍ବାଦିକ, ସୋରଡ଼ା ନିର୍ବାଚନ ମଣ୍ଡଳୀ ପୁର୍ବତନ ଯୁବ କଂଗ୍ରେସ ସଭାପତି ତଥା ଫାଷ୍ଟ ଫୁଡ୍ ବ୍ୟବସାୟୀ ଜଗନ୍ନାଥ ନାୟକ(୩୪)ଙ୍କ ଗଳିତ କ୍ଷତାକ୍ତ ମୃତଦେହ ଗୋପାଳପୁର ଥାନା ଅର୍ନ୍ତଗତ ଗୋପାଳପୁର ସହରର ରେଡିକା ସାହିର ଭଡା ଘରୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଗାଙ୍ଗପୁର ଖଇରପୁଟୀ ଅଞ୍ଚଳର ଜଗନ୍ନାଥ ଗତ କିଛି ମାସ ପୂର୍ବେ ଗୋପାଳପୁର ସହରର ମେ ଫାୟାର ଛକ ନିକଟରେ ଗୋପାଳପୁର ଫୁଡ୍ କୋର୍ଟ ନାମରେ ଏକ ଫାଷ୍ଟ ଫୁଡ୍ ଦୋକାନ କରିଥିଲେ ସେଠାରୁ କିଛି ଦିନ ହେବ ସମୁଦ୍ର କୁଳ ନିକଟରେ ଦୋକାନ କରିଥିଲେ ।ଏଥି ସହିତ ସେ ସମୟ ଖବରକାଗଜର ବେଲଗୁଣ୍ଠା ବ୍ଳକ ପ୍ରତିନିଧି ରହିବା ସହିତ ସୋରଡ଼ା ନିର୍ବାଚନ ମଣ୍ଡଳୀର ପୁର୍ବତନ ଯୁବ କଂଗ୍ରେସ ସଭାପତି ଏବଂ ଜଣେ ମଞ୍ଚ କଳାକାର ଭାବେ ନିଜକୁ ପରିଚିତ କରାଇଥିଲେ ।ସେ କିଛି ବର୍ଷ ପୁର୍ବେ ଗାଙ୍ଗପୁର ଠାରେ ଏକ ଫାଷ୍ଟ ଫୁଡ୍ ଦୋକାନ କରିଥିଲେ ସେଠାରେ ବ୍ୟବସାୟ ମାନ୍ଦା ହେବାରୁ ପରେ ହିଞ୍ଜିଳିକାଟୁ ଏବଂ ବର୍ତ୍ତମାନ ଏକ ବର୍ଷ ପାଖାପାଖି ଗୋପାଳପୁର ସହରରେ ଏକ ଫାଷ୍ଟ ଫୁଡ୍ ଦୋକାନ କରିଥିଲେ । ବ୍ୟବସାୟ ମଧ୍ୟ ଭଲ ହୋଇଥିଲା ।
ତାଙ୍କ ସାନ ଭାଇ ପୁର୍ଣ୍ଣଚନ୍ଦ୍ର ନାୟକଙ୍କ ଅଭିଯୋଗ ପ୍ରକାରେ ଗତ ବୁଧବାରଠାରୁ ତାଙ୍କ ମୋବାଇଲ ବନ୍ଦ ଥିବା ସହିତ ଦୋକାନ ମଧ୍ୟ ଖୋଲା ନ ଥିଲା ।ଦୀର୍ଘ ଚାରି ଦିନ ଧରି ତାଙ୍କର କୌଣସି ଖୋଜ୍ ଖବର ନ ମିଳିବା କାରଣରୁ ପରିବାର ଲୋକେ ବ୍ୟସ୍ତ ହୋଇ ଗୋପାଳପୁର ରେଡିକା ସାହିରେ ଥିବା ଭଡା ଘରେ ପହଞ୍ଚିଲେ ।ସେଠାରେ ଜଗାଙ୍କ ପଲସର୍ ବାଇକ୍ ଓ ଆର୍.ଟି.ଆର୍ ଗାଡି ଥିବା ବେଳେ ଘର ସାମ୍ନା ପଟରୁ ତାଲା ପଡ଼ିଥିଲା ।ଭିତରୁ ଦୁର୍ଗନ୍ଧ ବାହାରୁଥିବା ଯୋଗୁଁ ତୁରନ୍ତ ପୋଲିସକୁ ଖବର ଦେଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ କବାଟ ଭାଙ୍ଗିଥିଲେ ।ଘର ଭିତରେ ଜଗନ୍ନାଥଙ୍କ ଗଳିତ ଶବ ପଡ଼ିଥିବା ବେଳେ ନିକଟରେ ବଡ଼ ପଥର ,ବାଡି ଓ ଲୁହା ରଡ୍ ପଡିଥବା ବେଳେ ଶରୀରକୁ ଘୋଡା ହୋଇଥିବା,ଶବ ଚାରିପଟେ ପ୍ରଚୁର ରକ୍ତସ୍ରାବ ହୋଇଥିବା ଏବଂ ପିନ୍ଧିଥିବା ସୁନା ମୁଦି ଓ ଚେନ୍ ନ ଥିବା ତାଙ୍କ ଭାଇ ପୁର୍ଣ୍ଣଚନ୍ଦ୍ର ଅଭିଯୋଗ କରିଛନ୍ତି ଏବଂ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି ।ଏହାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ପାଇଁ ପରିବାର ବର୍ଗ ଦାବି କରିଛନ୍ତି ।ଗୋପାଳପୁର ପୋଲିସ ପହଞ୍ଚି ଶବ ଜବତ କରିଥିଲେ ।କନିଷି ଅତିରିକ୍ତ ତହସିଲଦାର ସୋମେଶ ରଣବିଜବର ମାଜିଷ୍ଟ୍ରେଟ ଦାୟିତ୍ବରେ ଥିଲା ବେଳେ ବ୍ରହ୍ମପୁର ସାଇଣ୍ଟିଫିକ୍ ଟିମ୍ ସୁଧିର ଦିଗାଳ ଏବଂ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ଯାଇଛନ୍ତି ।ପ୍ରକାଶ ଥାଉ କି ,ମୃତ ଜଗନ୍ନାଥଙ୍କ ପିତା କୈଳାସ ନାୟକଙ୍କ ଦୁଇ ମାସ ପୂର୍ବେ ମୃତ୍ୟୁ ହୋଇଥିବାବେଳେ ଜଗାଙ୍କ ଉପରେ ପରିବାରର ବୋଝ ପଡ଼ିଥିଲା ।ଏବେ ଜ୍ୟେଷ୍ଠ ପୁତ୍ର ଚାଲିଯିବା ବେଳେ ମାଁ କାମ, ସ୍ତ୍ରୀ ବନ୍ଦନୀ(୩୫),ଝିଅ ଶୁଭଶ୍ରୀ(୧୩),ପୁଅ ସାଇ(୭) ବେସାହାରା ହୋଇ ପଡିଛନ୍ତି । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

0
0
0
s2sdefault