ପଞ୍ଚମ ଦିନ ସିଂହନପୁର ଠାରେ ଯୌତୁକ, ଯୌନ ନିର୍ଯାତନା ଉପରେ ସଚେତନତା
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :-ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ରେ ନୂଆ-ଓ, ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ସାମାଜିକ କାର୍ଯ୍ୟସୂଚୀ ଅନୁଯାୟୀ ପଞ୍ଚମ ଦିବସରେ କଲେଜର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ପରିଚାଳନାରେ କଲେଜରେ ଯୋଗ,ସ୍ଥାନୀୟ ସିଂହନପୁର ଗ୍ରାମରେ ଏଡ୍ସ, ଯୌତୁକ, ସ୍ୱାକ୍ଷରତା, ବୃକ୍ଷରୋପଣ, ଯୌନ ନିର୍ଯ୍ଯାତନା ତଥା ରକ୍ତଦାନ ଉପରେ ରେଲି କରି ସଚେତନ କରାଯାଇଥିଲା l ପରେ ମହାବିଦ୍ୟାଳୟ ସମ୍ମୁଖ ସଫେଇ କରାଯାଇଥିଲା।ଶ୍ରୀ ଖଗେଶ୍ୱର ଦାଶ, ଶ୍ରୀ ପ୍ରଭାତ କୁମାର ମହାପାତ୍ର, ନୋଡାଲ ଅଫିସର ଶ୍ରୀ ନବକୃଷ୍ଣ ମିଶ୍ର, ଶ୍ରୀ ସନ୍ତୋଷ ମିଶ୍ର, ଶ୍ରୀ ପ୍ରମୋଦ ପାଣିଗ୍ରାହୀ, ଡ. ସରୋଜ କୁମାର ନାଏକ, ଡ଼. ତୁଷାରକାନ୍ତ ସାହୁ, ସଞ୍ଜୟ ଟିଗା,ଶ୍ରୀ ଭୁବନେଶ୍ୱର ବରିହା, ଶ୍ରୀ ପୂର୍ଣ୍ଣଚନ୍ଦ୍ର ମିରିଗ ,ଶ୍ରୀ ଜୟ କୁମାର ଭୁଏ, ଶ୍ରୀମତୀ ବୁନୀ ସାହୁ, ଶ୍ରୀ ମିଥୁନ ମେହେର ପ୍ରମୁଖଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନିର ପ୍ରାୟ ଚାରି ଶହ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଦୀର୍ଘ ପାଞ୍ଚଦିନ ଧରି ଚାଲିଥିବା ସାମାଜିକ କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ବରିକେଲ ଗ୍ରାମ, ସିଂହନପୁର ଗ୍ରାମ, ପଦ୍ମପୁର ସହରରେ ରେଲି , ଉପଖଣ୍ଡ ଚିକିତ୍ସାଳୟ ସଫେଇ ସହ ଜନ ସଚେତନତା ସଭା,କଲେଜ ପରିସର ସଫେଇ, କଲେଜ ରକ୍ତଦାନ କ୍ୟାମ୍ପରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ୨୬ ୟୁନିଟ ରକ୍ତଦାନ, ପ୍ରାକୃତିକ ବିପର୍ଯ୍ୟୟ, ଵିତ୍ତୀୟ ଶିକ୍ଷଣୀୟ ସତେଜନତା, କ୍ୟୁଇଜ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ଗୁଡିକରେ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ.ବିରଞ୍ଚି ସାହୁ,ପ୍ରମୋଦ କୁମାର ତ୍ରିପାଠୀ, ପ୍ରାଧ୍ୟାପକ ତାରାପ୍ରସାଦ ଶତପଥି ଙ୍କ ସମେତ ସମସ୍ତ ଅଧ୍ୟାପକ, ପ୍ରାଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ଓ ସ୍ବେଚ୍ଛାସେବୀ ସହଯୋଗ କରିଥିଲେ।