ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ପାରଳାଖେମୁଣ୍ଡି ପରିସରରେ ଆଜି (ଶନିବାର ଦିନ) ଉଦଯାପନ ହୋଇଯାଇଛି।
ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବଳରାମ ସୁବୁଦ୍ଧିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପ୍ରଫେସର ଅଜୟ କୁମାର ଦାସ , ଓୟୁଟି, ଭୁବନେଶ୍ୱର ପ୍ରମୁଖ ପ୍ରମୁଖ ମଞ୍ଚାସୀନ ଥିଲେ।
ଆଜିର ଉଦଯାପନ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ଏହି କୃଷକ ମେଳା ଅନୁଷ୍ଠିତ ହୋଇଥିଲା। ଏହି ମେଳା ଗତ ତା.୨୮.୧୧.୨୦୨୩ ରିଖ ଠାରୁ ଆଜି ତା.୦୨.୧୨.୨୦୨୩ରିଖ ପର୍ଯ୍ୟନ୍ତ ଚାଲୁ ରହିଥିଲା। ଆଜି ମୁଖ୍ୟ ଅତିଥିଙ୍କ ସମେତ ସମସ୍ତ ଅତିଥି ମାନେ ଗଜପତି ଜିଲ୍ଲାର ଚାଷୀ ମାନଙ୍କୁ ଉଦବୋଧନ ଦେଇ ଚାଷୀ ମାନଙ୍କର ଆୟକୁ ଦୁଇ ଗୁଣିତ କରିବା ନିମନ୍ତେ ବୈଷୟିକ ଜ୍ଞାନ ଓ ଜୈବିକ ସାର ବ୍ୟବହାର କରିବା ସାଙ୍ଗକୁ ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ଫର୍କରେ ଆଲୋଚନା କରଯାଇଥିଲା। ମିଶ୍ରିତ ଫସଲର ଚାଷ , ଅର୍ଥକାରୀ ଫସଲ ପାଇଁ ଉନ୍ନତ ଯନ୍ତ୍ର ପାତିର ସଠିକ୍ ଉପଯୋଗ ଓ ପରିଚାଳନା , ଉନ୍ନତ ମାନର ଯାନ୍ତ୍ରିକ କରଣ ସୁବିଧା ଓ ସୁଯୋଗ ନେବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ।
ଜିଲ୍ଲାର ସ୍ତରୀୟ ପାଞ୍ଚ ଦିନ ଧରି ଅନୁଷ୍ଠିତ ହୋଇଥିବା ମେଳାରେ ୯୮୨ ଜଣଙ୍କୁ ବିଭିନ୍ନ କୃଷି ଯନ୍ତ୍ରପାତି ଯୋଗେଇ ଦିଆଯାଇଛି ଥିବା ବେଳେ ୧୦୦୭ ଜଣ କୃଷକ ଅନଲାଇନ ମାଧ୍ୟମରେ ବିଭିନ୍ନ କୃଷି ଯନ୍ତ୍ରପାତି ଗୁଡ଼ିକୁ ଆବେଦନ କରିଛନ୍ତି ଯାହାର ମୂଲ୍ୟ ୩ କୋଟି ୫୫ ଲକ୍ଷ୍ୟ ୩୫ ହଜାର ୮୦୦ ଟଙ୍କା ହେବ। ଏହି କୃଷି ଯନ୍ତ୍ରପାତି ମେଳା ୫୪ ଗୋଟି ଷ୍ଟୋଲ୍ ଖୋଲା ଯାଇ ବିଭିନ୍ନ ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ ସହିତ ରିହାତି ଦରରେ ଚାଷୀ ଓ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରଦାନ କରାଯାଇଛି।
ଏହି ମେଳାରେ ଜିଲ୍ଲାର ବିଭିନ୍ନ ବିଭାଗ ତଥା ଉଦ୍ୟାନ କୃଷି ବିଭାଗ , ମତ୍ସ୍ୟ ବିଭାଗ , ପ୍ରାଣୀ ସମ୍ପଦ ବିକାଶ , ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ , ଓଡ଼ିଶା କୃଷୀ ଶିଳ୍ପ ନିଗମ , ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ ମିଶନ ଭଳି ବିଭାଗ ଏହି ମେଳାରେ ନିଜ ନିଜ ବିଭାଗର ଯନ୍ତ୍ରପାତି ପ୍ରଦର୍ଶନ କରିଥଲେ। ଏହି ଅବସରରେ ଜିଲ୍ଲାର ସର୍ବୋତ୍କଷ୍ଟ ଚାଷୀ ଓ ମହିଳା ସ୍ବୟଂ ସହାୟକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।
ଏହି ଉଦଯାପନ ବୈଠକରେ ଅତିରିକ୍ତ ଜିଲ୍ଲା କୃଷୀ ଅଧିକାରୀ ଶ୍ରୀ ଆଇରେନିୟସ ପ୍ରଧାନଙ୍କ ସମେତ ବ୍ଲକ୍ ଚାଷୀ ଭାଇ ଭଉଣୀ , କୃଷି ବିଭାଗର ସମସ୍ତ ଅଧିକାରୀ ମାନେ ଯୋଗଦେଇ ଚାଷୀ ମାନଙ୍କୁ କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ଏବଂ ଉଦ୍ୟଗୀ କରଣ ଉପରେ ଆଲୋଚନା କରିଥିଲେ।
ରାଜ୍ୟ
ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପନ
- Hits: 142