ବଲାଙ୍ଗିର-୨୬:୧୧- ସ୍ଥାନୀୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ, ବଲାଙ୍ଗିର ଠାରେ ଦୁଇ ଦିନିଆ ଜାତୀୟ ସେମିନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ମଂଚାସୀନ ଅତିଥି ବୃନ୍ଦ ସେମୀନାର କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଗୌରୀ ଶଙ୍କର ଶତପଥୀ ବିଚାରପତି ହାଇକୋର୍ଟ କଟକ ଓଡିଶା, ସମ୍ମାନୀୟ ଅତିଥି ଭାବେ ସୌମିତ୍ର କୁମାର ଚାଟାର୍ଜି ପି.ଜି କାଉନସିଲ ଚେୟାରମେନ, ମୁଖ୍ୟ ବକ୍ତା ଭାବରେ ଡ. ମୀନକେତନ ସାହୁ, ଡ. କମଲଜିତ ସିଂ ଭାଇସ ଚାନସେଲର ମଧୁସୂଦନ ଆଇନ ମହାବିଦ୍ୟାଳୟ କଟକ, ଅମରେନ୍ଦ୍ର କୁମାର ମିଶ୍ର ବରିଷ୍ଠ ଆଇନଜୀବି ତଥା ଆଇନ ମହାବିଦ୍ୟାଳୟର ସଭାପତି ଏବଂ ସଞ୍ଜୀବ କୁମାର ପଧାନ ପ୍ରିନ୍ସିପାଲ ବଲାଙ୍ଗିର ଆଇନ ମହାବିଦ୍ୟାଳୟ ମଂଚାସୀନ ଥିଲେ । ସେମୀନାର କାର୍ଯ୍ୟକ୍ରମର ଶୀର୍ଷକ ଥିଲା ‘ଅପରାଧିକ ନିୟମର ନୂତନ ପରିମାଣ: ସମୟ ସାମୟିକ ପ୍ରସଙ୍ଗ ଏବଂ ଆହ୍ୱାନ’ । ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟର ସହକାରୀ ଅଧ୍ୟାପକ ମନିନ୍ଦର ସିଂ ହଂସପାଲ । ଓଡିଶାର ବିକାଶ ଆଇନ ବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ମହାବିଦ୍ୟାଳୟ କଟକ, ଏଲ ଆର ଆଇନ ମହାବିଦ୍ୟାଳୟ, ନୂଆପଡା ଆଇନ ମହାବିଦ୍ୟାଳୟ, ଉକ୍ରଳ ଆଇନ ମହାବିଦ୍ୟାଳୟ, ଓପି ଜିନ୍ଦଲ ସରିପାଟ ଏହି ସମସ୍ତ ଆଇନ ମହାବିଦ୍ୟାଳୟ ଓ ସ୍କୁଲ ଠାରୁ ୪୫୦ ଜଣ ଆଇନ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜ ନିଜର ଉଚ୍ଚକୋଟୀର ଦକ୍ଷତା ପ୍ରତିପାଦନ କରିଥିଲେ । ସନ୍ଧ୍ୟା ସମୟରେ ମନରୋଞ୍ଜନ କାର୍ଯ୍ୟକ୍ରମ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଥମ ବର୍ଷ ଛାତ୍ର ଆକାଶ ନାଗଙ୍କ ନେତୃତ୍ୱରେ ସମ୍ପାଦିତ ହୋଇଥିଲା । ଆଇନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ କୁନୀ କୁନୀ କଳାକାର ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଆଇନ ମହାବିଦ୍ୟାଳୟର ସହକାରୀ ଅଧ୍ୟାପକ ସୁଶୀଲ କୁମାର ଦୀପ, ଅଧ୍ୟାପକ କେ. କେ. ଆଚାର୍ଯ୍ୟ, ଅଧ୍ୟାପକ ବି.ଡି ହୋତା, ଅଧ୍ୟାପକ ଅନିମା ମିଶ୍ର, କର୍ମଚାରୀ ଅରୁଣ ମିଶ୍ର, କମ୍ପୁଟର ବିଭାଗର କିରାଣୀ କୃଷ୍ଣ ପୁଟେଲ , ସୁବ୍ରତ ପଟ୍ଟନାୟକ, କଲ୍ୟାଣୀ ବାଗ, ଜ୍ୟୋତି ପାଣିଗ୍ରାହୀ, ରାମପ୍ରସା ନନ୍ଦ, ରୋହିତ ପୁଟେଲ, ଶଙ୍କର୍ଷଣ ଦାଶ, ବାସମତୀ କୁଅଁର, କୁମୁଦିନୀ ସୁନା ଏବଂ ଆଇନ ମହାବିଦ୍ୟାଳୟର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । । କାର୍ଯ୍ୟକ୍ରମ ଶେଷରେ ଆୟୋଜକ ଚଣ୍ଡୀ ପ୍ରସାଦ ଖମାରୀ ଧନ୍ୟବାଦ ଦେଇଥିଲେ ।
ରାଜ୍ୟ
ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ, ବଲାଙ୍ଗିର ଠାରେ ଦୁଇ ଦିନିଆ ଜାତୀୟ ସେମିନାର କାର୍ଯ୍ୟକ୍ରମ ।
- Hits: 358








