ହେଡଲାଇନସ୍:

ଆରମ୍ଭ ହେଲା 'ଏସଆଇଆର': ଭଞ୍ଜନଗରରେ ବ୍ୟାପକ ଭୋଟର ସଚେତନତା ରାଲି ଓ ସଭା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ​୨୮ ଜୁନ୍ ପର୍ଯ୍ୟନ୍ତ ଘରକୁ ଘର ବୁଲିବେ ବିଏଲଓ; ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ:ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ 'ସ୍ବତନ୍ତ୍ର ସଘନ ସଂଶୋଧନ' (SIR) ଓଡ଼ିଶା ୨୦୨୬ ପ୍ରକ୍ରିୟାକୁ ନେଇ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି। ଦୀର୍ଘ ୨୪ ବର୍ଷ ପରେ ପୁନର୍ବାର ଆରମ୍ଭ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଶନିବାର ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ଏକ ଭବ୍ୟ ସଚେତନତା ରାଲି ବାହାରିଥିଲା। ଏଥିରେ ​ଉପଜିଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ। ରାଲିଟି ସହର ପରିକ୍ରମା କରି ଟାଉନ ହଲ୍ ପର୍ଯ୍ୟନ୍ତ ଯାଇଥିଲା, ଯେଉଁଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ପୋଲିସ୍ ଥାନା ପାର୍ଶ୍ଵରେ ମଧ୍ୟ ଏକ ପଥପ୍ରାନ୍ତ ସଚେତନ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାରେ ଉପଜିଲାପାଳ କହିଥିଲେ ଯେ, ଆଗାମୀ ଦିନରେ ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ଏକ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ନିହାତି ଆବଶ୍ୟକ। ଜନସଂଖ୍ୟା ବୃଦ୍ଧି, ସହରୀକରଣ, ମୃତ ଏବଂ ନକଲି ଭୋଟରଙ୍କ ଚିହ୍ନଟ ପାଇଁ ଏହି ସଂଶୋଧନ ଜରୁରୀ ହୋଇପଡିଛି। ଶେଷ ଥର ପାଇଁ ୨୦୦୨ ମସିହାରେ ଏହି ପ୍ରକ୍ରିୟା ହୋଇଥିବା ବେଳେ, ଚଳିତ ବର୍ଷ ଏହାକୁ ସଫଳ କରିବାକୁ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି।
ଏଥିରେ ମଧ୍ୟ ​ବିଶେଷ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି। ​ଏହି ଅବସରରେ ସଚେତନତା ସୃଷ୍ଟି କରିବା ପାଇଁ "ଅବୁଝା ମଣିଷ ଜୀନ ଦଶା" ନାମକ ଏକ ସୁନ୍ଦର ନାଟକ ପରିବେଷଣ କରାଯାଇଥିଲା। ଏଥିରେ ଶିକ୍ଷକ ବିଷ୍ଣୁ ପଣ୍ଡା, ସନ୍ତୋଷ ରଥ, ସୁଶୀଲ ସାହୁ, ପ୍ରଭାତ ମହାରଣା, ପ୍ରଦୀପ ସାସମଲ, ମମତା ମହାନ୍ତି, ସସ୍ମିତା ଦାଶ ଏବଂ ବାବୁଲି ରଥ ପ୍ରମୁଖ ସୁନ୍ଦର ଅଭିନୟ କରିଥିଲେ। ଏହାସହିତ ପାରମ୍ପରିକ 'ଗାହଣ' ମାଧ୍ୟମରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଇଥିଲା।
(SIR) ୨୦୨୬ ର ଗୁରୁତ୍ୱପୂର୍ଣ୍ଣ ସୂଚୀ ଏବଂ ନିୟମାବଳୀ ବିଷୟରେ,
​ ଆଜିଠାରୁ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ବିଏଲଓ (BLO) ମାନେ ପ୍ରତି ଘରକୁ ୩ ଥର ଯାଇ ପରିଗଣନା ଫର୍ମରେ ତଥ୍ୟ ସଂଗ୍ରହ କରିବେ।
ସର୍ଭେ ସମୟରେ ବିଏଲଓ ମାନେ ନିମ୍ନଲିଖିତ ୧୨ଟି ନିର୍ଦ୍ଦିଷ୍ଟ ପ୍ରମାଣପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ତଥ୍ୟ ଯାଞ୍ଚ କରିବାର ଆବଶ୍ୟକତା ଅଛି। ସେଗୁଡିକ
​ଆଧାର କାର୍ଡ, ପେନସନ ପେପର, ବ୍ୟାଙ୍କ ଡିପୋଜିଟ, ଜନ୍ମ ପ୍ରମାଣପତ୍ର, ପାସପୋର୍ଟ, ବିଦ୍ୟାଳୟ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର, ଜଙ୍ଗଲ ଜମି ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ଭୋଟର ତାଲିକା ନାମ, ଏବଂ ଜମି ପଟ୍ଟା।
​ଏଥି ସହିତ ଆଧାର କାର୍ଡ ଦେଖାଉଥିବା ବ୍ୟକ୍ତିଙ୍କୁ ଆଉ ଏକ ଅତିରିକ୍ତ ସହଯୋଗୀ ଦସ୍ତାବିଜ୍ ଦେବାକୁ ହେବ। ବିଏଲଓମାନେ କେବଳ ଡକ୍ୟୁମେଣ୍ଟ ଦେଖିବେ, କୌଣସି ନକଲ/ଜେରକ୍ସ ମାଗିବେ ନାହିଁ।)
​ ଜୁଲାଇ ୫ ତାରିଖରେ ପ୍ରକାଶ ପାଇବ।
​ଦାବି ଓ ଆପତ୍ତି: ଲୋକେ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ନିଜର ଦାବି ଓ ଆପତ୍ତି ଦାଖଲ କରିପାରିବେ ଏବଂ ସେପ୍ଟେମ୍ବର ୨ ସୁଧା ଏହାର ନିଷ୍ପତ୍ତି ନିଆଯିବ।
​ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
​ଉପସ୍ଥିତ ପ୍ରଶାସନିକ ଅଧିକାରୀ
​ଏହି ଭବ୍ୟ କାର୍ଯ୍ୟକ୍ରମରେ ଅତିରିକ୍ତ ଉପଜିଲାପାଳ ପ୍ରଧାନ ଟୁଲିଆମା, ବିଡିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା ଏବଂ ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ​ସୁଶାନ୍ତ ବେହେରା ସଭାକୁ ସଂଯୋଜନା କରିଥିବା ବେଳେ ଡେପୁଟୀ କଲେକ୍ଟର ରଚିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ନିର୍ବାଚନ ସେକ୍ସନ
କର୍ମଚାରୀ ମୁକ୍ତିକାନ୍ତ ନାୟକ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

0
0
0
s2sdefault