ହେଡଲାଇନସ୍:

ମାଆ ରାମାୟଣମ୍ମା ଯାତ୍ରାରେ ପ୍ଲାଷ୍ଟିକ ରହିତ ଯାତ୍ରାର ବାର୍ତ୍ତା ବାଣ୍ଟିଲେ ସ୍ବେଚ୍ଛାସେବୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସବୁବେଳେ ସବୁ ସ୍ଥାନରେ ସମାଜସେବା କରି ପ୍ରଶଂସା ସାଉଁଟୁଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବା ପ୍ରତିନିଧିର ସ୍ବେଚ୍ଛାସେବୀମାନେ ଛତ୍ରପୁର ଅଧିଷ୍ଠାତ୍ରୀ ମାଆ ରାମାୟଣମ୍ମାଙ୍କ ଯାତ୍ରାରେ ବିଗତ ତିନିଦିନ ଧରି ବିଭିନ୍ନପ୍ରକାର ପଣା ବାଣ୍ଟି ଆସୁଥିଲେ। ସେହି କ୍ରମରେ ଆଜି ବି ପଣା ବଣ୍ଟନ କରିବା ସହ ସଙ୍ଗଠକ ତଥା ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ମାଆ ରାମଚଣ୍ଡୀ ପୂଜା କମିଟିର ସହଯୋଗରେ ପରିବେଶ ସଫେଇ ଉପରେ ବିଶେଷ ସଚେତନତା ସୃଷ୍ଟି କରିବା ଦିଗରେ ପ୍ରଚେଷ୍ଟା କରି ପ୍ଲାଷ୍ଟିକ ଗ୍ଲାସ ବ୍ୟବହାର ବର୍ଜ୍ଜନ କରି ଷ୍ଟିଲ ଗ୍ଲାସରେ ଭକ୍ତମାନଙ୍କୁ ପଣା ବଣ୍ଟନ କରି ଏକ ଉଦାହରଣ ସୃଷ୍ଟି କରିଥିଲେ।
ନିମନ୍ତ୍ରଣ ରକ୍ଷା କରି ଏହି ପଣା କାର୍ଯ୍ୟକ୍ରମର ଉଦଘାଟନ କରିବାକୁ ଆସିଥିବା ସ୍ଥାନୀୟ ଉପଜିଲ୍ଲାପାଳ ଡ଼ଃ ଶିବାଶିଷ ବରାଳ ଏହି ସ୍ବେଚ୍ଛାସେବୀଙ୍କର ସମାଜ ପ୍ରତି ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ। ସେହିପରି ସରକାରୀ ଓକିଲ ପି ଧର୍ମା ରେଡ୍ଡୀ ସମସ୍ତଙ୍କୁ ଯଥା ସମ୍ଭବ ପରିବେଶ ପରିଷ୍କାର ରଖିବା ନିମନ୍ତେ ଅନୁରୋଧ କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହଯୋଗର ହାତ ବଢାଇଥିଲେ ସମାଜସେବୀ ମନୋଜ ମିଶ୍ର , ଜୀବନ କୁମାର ମହାରଣା , ଏସ. ରବି , କରପଡ଼ା ସରପଞ୍ଚ ଅଜୟ ନାୟକ , ସୁଶାନ୍ତ ଗୌଡ଼ , ମାଧବ ସାସମଲ , ମନୋରଞ୍ଜନ ବେହେରା , ତନ୍ମୟ ବେହେରା , ବି.ବୈରାଗୀ ପ୍ରମୁଖ। ଆଜିର ଏହି ମହାନ ପ୍ଲାଷ୍ଟିକ ରହିତ ପଣା ବଣ୍ଟନ ପ୍ରୟାସକୁ ପ୍ରଶଂସା କରିଥିଲେ ମାଆ ରାମଚଣ୍ଡୀ ପୂଜା କମିଟିର ସଂଯୋଜକ କମଳ ପଣ୍ଡା ଓ ବରିଷ୍ଠ ପରାମର୍ଶ ଦାତା ତ୍ରିପତି ବାଲାଜୀ ମିଶ୍ର।

0
0
0
s2sdefault