( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ରେଶମ ନଗରୀ ବ୍ରହ୍ମପୁର ସହରରେ ସାଇକେଲ ଚୋରି ବଢୁଥିବା ଖବର ପାଇ ପୋଲିସ ଅନୁସନ୍ଧାନ ଚଳାଇ ଖଲିକୋଟ ବିଶ୍ଵବିଦ୍ୟାଳୟ ନିକଟରେ ବୁଲୁଥିବା ଜଣେ ଯୁବକ କୁ ଥାନା କୁ ଆଣି ଜେରା କରିବା ପରେ ତାଠାରୁ ପୋଲିସ ୧୪ ଟି ଚୋରି ସାଇକେଲ ଜବତ କରି ଅଭିଯୁକ୍ତ ପିଣ୍ଟୁ ପ୍ରଧାନ କୁ ଭାରତୀୟ ନ୍ୟାୟ ସଂହିତା ଦଫା ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ପିଣ୍ଟୁ ର ଘର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ହୋଇଥିଲା ବେଳେ ଗତ କିଛି ଦିନ ତଳେ ଖଲିକୋଟ ବିଶ୍ଵବିଦ୍ୟାଳୟ ଖେଳ ପଡିଆ ନିକଟରୁ ଜଣେ ଲୋକଙ୍କ ସାଇକେଲ ଚୋରି ହେଇଥିବା ଥାନା ରେ ମାମଲା ରୁଜୁ ହୋଇଥିଲା। ମାମଲା କୁ ଭିତ୍ତି କରି ପୋଲିସ ନିକଟରେ ସଂଲଗ୍ନ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତ କୁ ଚିହ୍ନଟ କରି ପିଣ୍ଟୁ କୁ ସେହି ଅଞ୍ଚଳରେ ବୁଲୁଥିବା ବେଳେ ଉଠାଇ ନେଇ ଥାନା ରେ ଜେରା କରିଥିଲେ।
ରାଜ୍ୟ
ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ,୧୪ ସାଇକେଲ ଜବତ ଓ ଅଭିଯୁକ୍ତ ଗିରଫ
- Hits: 19







