ହେଡଲାଇନସ୍:

ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରି ଙ୍କ ପାଇଁ ଭଞ୍ଜନଗର ପୋଲିସ୍ ର କଡା ଆଭିମୁଖ୍ୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର /ଉଦୟନାଥ ପଣ୍ଡା :ଭଞ୍ଜନଗର ସହରରେ ବିଭିନ୍ନ ମୋଟରଯାନ ଚାଳନା କ୍ଷେତ୍ରରେ ଟ୍ରାଫିକ ନିୟମ କୁ ଉଲ୍ଲଂଘନ କରୁଥିବା ଅମାନିଆ ମାନଙ୍କୁ ସାବାଡ଼ କରିବା ଉଦ୍ଦେଶ୍ୟ ନେଇ ଭଞ୍ଜନଗର ପୋଲିସ ପୋଷଣ କରିଛି ଶକ୍ତ ଆଭିମୁଖ୍ୟ | ଭଞ୍ଜନଗର ସହରରେ ବହୁ ଦୁଇ ଚକିଆ ଓ ଚାରିଚକିଆ ଗାଡ଼ି ଚାଳକ ମଦ୍ୟପାନ କରି, ବିନା ହେଲମେଟ ରେ ଓ ଚାରିଚକିଆ ରେ ସିଟ୍ ଵେଲ୍ଟ ନବାନ୍ଧି ଯାତ୍ରା କରିବା ସହିତ ବିଭିନ୍ନ ବାଇକ୍ ରେ ତିନି ଜଣ ଲେଖାଏଁ ବସି ଵିପତ୍ଜନକ ଯାତ୍ରା କରି ଟ୍ରାଫିକ ନିୟମ କୁ ଉଲ୍ଲଂଘନ କରି ଖସି ପଳାଉଥିବା ଅମାନିଆ ମାନଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ପୋଲିସ୍ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି। ସେଥିନିମିତ୍ତ ଭଞ୍ଜନଗର ସହରର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ପୋଲିସ୍ ପକ୍ଷରୁ ସ୍ଵତନ୍ତ୍ର କ୍ୟାମେରା ବ୍ୟବହାର କରାଯାଉଛି।
ଏହାକୁ ଦୃଷ୍ଟିରେ ରଖି ଆଜି ମଗଂଳ ବାର ଦିନ ପ୍ରାୟ ଦଶ ଘଣ୍ଟିକା ସମୟରେ କିଛି ସମୟ ପାଇଁ, ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟ ଛକ ନିକଟରେ ପରିକ୍ଷା ମୂଳକ ଭାବେ ସ୍ଵତନ୍ତ୍ର କ୍ୟାମେରା ମାଧ୍ୟମରେ ବିଭିନ୍ନ ଗାଡି ଓ ଚାଳକ ମାନଙ୍କ ର ଗତିବିଧି ଉପରେ ନଜର ରଖାଯାଇଥିବା ଦେଖାଯାଇଥିଲା। ଏହିପରି ଭାବରେ ଆଗକୁ ମଧ୍ୟ ଟ୍ରାଫିକ ନିୟମକୁ କଡାକଡି ଭାବରେ ପାଳନ କରାଯିବା ସହିତ, ନିୟମ ଅମାନ୍ୟକାରୀ ଅମାନିଆ ମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି ଜଣାପଡ଼ିଛି।

0
0
0
s2sdefault