ଜଗତସିଂହପୁର,ତା-୨୭.୧୧.୨୦୨୩/ସୁମନ୍ତ କୁମାର ଦାସ: ଓଡ଼ିଶାର ପ୍ରସିଦ୍ଧ ବିଭୂତିକ୍ଷେତ୍ର ଶ୍ରୀଶ୍ରୀ ଗୋରେଖନାଥ ପୀଠରେ ଏକ ଅଘଟଣ ଘଟିଯାଇଛି । ଆଜି ପୂର୍ବାହ୍ନରେ ଶ୍ରଦ୍ଧାଳୁ ମାନଙ୍କ ମାନସିକ ଡୋରି ବନ୍ଧା ଯାଇଥିବା ଗଛରେ ନିଆଁ ଲାଗି ସମସ୍ତ ମାନସିକ ତୋରି ଜଳି ଯାଇଛି । ଏହି ଘଟଣାକୁ ନେଇ ଭକ୍ତମାନଙ୍କ ମନରେ ଭଗ ସୃଷ୍ଟି ହେବା ସହିତ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି। ଆଜି କରିକ ମାସ ପଞ୍ଚକ ଓ ଚତୁର୍ଦ୍ଦଶୀ ଥିବାରୁ ଓ ରବିବାର ହୋଇଥିବାରୁ ଗୋରେଖନାଥଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ ଜମିଥିଲା । ଲଟ୍ଟାର ହଜାର ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ଭିତ ସମୟରେ ଦିନ ପ୍ରାୟ ୧୨.୨୫ ମିନିଟରେ ଗୋରେଖନାଥ ମନ୍ଦିର ବେଢ଼ାରେ ଥିବା ବରଗଛ ଓହଳରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ବନ୍ଧା ଯାଇଥିବା ମାନସିକ ଡୋରିରେ ଦୀପରୁ ନିଆଁ ଲାଗି ମାନସିକ ଡୋରି ସବୁ ହୁତୁହୁତୁ ହୋଇ ଜଳିଥିଲା । ଫଳରେ ସମସ୍ତ ଶ୍ରଦ୍ଧାଳୁମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିଥିଲେ । ଖବରପାଇ ମନ୍ଦିର କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ l ଆଜି ଭଳି କାର୍ତିକ ମାସ ଚତୁର୍ଦଶୀ ଗତେ ପୂର୍ଣ୍ଣିମା ଥିବାରୁ ମାନସିକ ଡୋରିରେ ନିଆଁ ଲାଗିବା ଘଟଣାକୁ ପଣ୍ଡିତମାନେ ନାପସନ୍ଦ କରିଛନ୍ତି । ଏପରି ଘଟଣା ମନ୍ଦିର ଟ୍ରଷ୍ଟବୋର୍ଡରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ କର୍ମକର୍ତ୍ତାଙ୍କ ଅବ୍ୟବସ୍ଥା ଓ ଭୁଲ ପାଇଁ ଏଭଳି ଘଟଣା ଘଟିଲା ବୋଲି ଶ୍ରଦ୍ଧାଳୁମାନେ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ଦାୟୀ କରିଛନ୍ତି । ଆଜିଭଳି ଦିନରେ ୨୦ହଜାର ଉର୍ଦ୍ଧ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲେ ମଧ୍ୟ ମନ୍ଦିର ଟ୍ରଷ୍ଟି ଓ ପ୍ରଶାସନ ତରଫରୁ ରକ୍ତଙ୍କ ଶୃଙ୍ଖଳା ଓ ସୁରକ୍ଷା ପ୍ରତି କୌଣସି ପଦକ୍ଷେପ ଗ୍ରହଣ କରଯାଇନଥିଲା । ଏହି ଅଘଟଣ ସମ୍ପର୍କରେ ମନ୍ଦିର ପରିଚାଳନା କମିଟିର ଅଧିକାରୀଙ୍କ ସହିତ ଯୋଗଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା ।
ରାଜ୍ୟ
ଜଳିଗଲା ଭକ୍ତଙ୍କ ମାନସିକ ଡୋରି
- Hits: 262








