ହେଡଲାଇନସ୍:

ସାମାଜିକ କର୍ମୀ ପ୍ରଫୁଲ୍ଲ କୁମାର ମହାପାତ୍ର ଙ୍କ ପୁତ୍ର ଓଡ଼ିଆ ଛାତ୍ର ପ୍ରଦୀପ ଦିଲ୍ଲୀରେ ପୁରସ୍କୃତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ପଞ୍ଚାୟତ ରିସୋ ଗ୍ରାମର ସାମାଜିକ କର୍ମୀ ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ କନିଷ୍ଠ ପୁତ୍ର ପ୍ରଦୀପ କୁମାର ମହାପାତ୍ର ନୂଆଦିଲ୍ଲୀରେ ଥିବା ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ କାର୍ଯ୍ୟାଳୟ ପକ୍ଷରୁ ପୁରସ୍କୃତ ହୋଇଛନ୍ତି । ତୃତୀୟ ବାର୍ଷିକ ଅଡ଼ିଟ ଦିବସ ଅବସରରେ କାର୍ଯ୍ୟାଳୟ ପକ୍ଷରୁ ଭାରତୀୟ ଲୋକତନ୍ତ୍ରର ନମନୀୟତା ଓ ଏଥିରେ ନିୟନ୍ତ୍ରକ ମହାଲେଖା ପରୀକ୍ଷକଙ୍କ ଭୂମିକା ଶୀର୍ଷକ ଇଂରାଜୀ ଭାଷାରେ ଜାତୀୟ ଅନଲାଇନ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ପ୍ରଦୀପ ଦ୍ଵିତୀୟ ସ୍ଥାନ ଅଧିକାର କରି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଏହି ଅବସରରେ ଗତ ଗୁରୁବାର ଦିନ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମାନବସମ୍ବଳ ଆର୍ନ୍ତଜାତୀୟ ସମ୍ପର୍କ ଓ ସମନ୍ୱୟ ବିଭାଗ ଭାରତୀୟ ଅଡ଼ିଟ ଏବଂ ଆକାଉଣ୍ଟ ସେବାର ଉପନିୟନ୍ତ୍ରକ ପରୱିନ ମେହେଟ୍ଟା ଙ୍କ ପୌରହିତ୍ୟରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଯୋଗ ଦେଇଥିଲାବେଳେ ନିୟନ୍ତ୍ରକ ଏବଂ ମହାଲେଖା ର ପରୀକ୍ଷକ ଗିରିଶଚନ୍ଦ୍ର ମୁର୍ମୁ ତାଙ୍କୁ ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ । ପ୍ରଦୀପ ଜୀବବିଜ୍ଞାନ ବିଭାଗରେ ସ୍ନାତକ ର ଲାଭ କରିବା ପରେ ଓଡ଼ିଆ ଛାତ୍ର ଏଭଳି କୃତିତ୍ବ ଅର୍ଜନ କରି ଅଞ୍ଚଳକୁ ଗୌରବାନ୍ବିତ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ବହୁ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇ ଉତରୋତର କାମନା କରିଛନ୍ତି l

0
0
0
s2sdefault