ହେଡଲାଇନସ୍:

ପାଚିକା ସହାୟିକା ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ବିଇଓ କାର୍ଯ୍ୟାଳୟରେ ବିକ୍ଷୋଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 (ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ନିୟୋଜିତ ହୋଇଥିବା ପାଚିକା-ସହାୟକ ସଂଘ ପକ୍ଷରୁ ପାରିଶ୍ରମିକ ବୃଦ୍ଧି ଓ ଅନ୍ୟାନ୍ୟ ନ୍ୟାୟ ସଙ୍ଗତ ଦାବି ନେଇ ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରକାରୀ ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ ଭଳି ଏକ ପାଇଲଟ ପ୍ରକଳ୍ପକୁ ଦୀର୍ଘ ଦୁଇ ଦଶନ୍ଧିରୁ ହେବ ସଫଳ ଭାବେ ଚଳାଇ ଆସୁଥିବା ପାଚିକା – ସହାୟିକା ମାନେ ଦିନକୁ ୬ ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରୁଛନ୍ତି । ସରକାର ତାଙ୍କୁ ମାସିକ ମାତ୍ର ୧୪ଶହ ଟଙ୍କା ପ୍ରଦାନ କରି ଯେଉଁ ବେଠି ଖଟାଉଛନ୍ତି ତାହା ଅତ୍ୟନ୍ତ ଅନ୍ୟାନ ସଂଗତ ଓ ଦୁଃଖ ଦାୟକ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି ଦରମାକୁ ୧୪୦୦ ଟଙ୍କା ପରିବର୍ତ୍ତେ ହରିୟାଣା ରାଜ୍ୟ ଭଳି ମାସିକ ୭ହଜାର ଟଙ୍କା ଏବଂ ତାହା ସହିତ ୟୁନିଫର୍ମ ପୋଷାକ ପ୍ରଦାନ କରିବା ପାଇଁ ଜୋରଦାର ଦାବି କରିଛନ୍ତି । ଏହାଛଡ଼ା ୨୦୦୯ ଡ଼ିସେମ୍ବରରୁ ୨୦୧୨ମାର୍ଚ୍ଚ ପର୍ଯ୍ୟନ୍ତ କାର୍ଯ୍ୟ କରି ବାଦ୍ ପଡ଼ିଥିବା ୨୮ମାସର ବର୍ଦ୍ଧିତ ବକେୟା ପାରିଶ୍ରମିକୁ ପାଇନଥବା ବେଳେ ଏହାକୁ ତୁରନ୍ତ ପ୍ରଦାନ କରିବା, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ୨୦୦୯ ଡ଼ିସେମ୍ବର ଠାରୁ ୨୦୧୭ ଡ଼ିସେମ୍ବର ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ୪୦ ଭାଗ ବକେୟା ପାରିଶ୍ରମିକ ପ୍ରଦାନ କରିବା, ପାଚିକା ଓ ସହାୟକ ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଘୋଷଣା କରିବା, ବର୍ଷକୁ ୧୦ ମାସ ପରିବେ ୧୨ ମାସର ପାରିଶ୍ରମ ପ୍ରଦାନ କରିବା, ଅବସରକାଳୀନ ବୟସ ସୀମା ୬୦ ରୁ ୬୨ କୁ ବୃଦ୍ଧି କରିବା ଆଦି ୧୭ଟି ଦାବି ପୂରଣ ନେଇ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ପ୍ରଥମେ ନିଶ୍ଚିନ୍ତକୋଇଲି ବଜାରରୁ ଶତାଧିକ ପାଚିକା ଓ ସହାୟିକାମାନେ ଦାବି ପୂରଣ ନେଇ ବିଭିନ୍ନ ସ୍ଲୋଗାନ ଦେଇ ବିଇଓ କାର୍ଯ୍ୟାଳୟରେ ପହଁଚି ଏକ ପ୍ରତିବାଦ ସଭା କରିଥିଲେ । ସଭା ପରେ ବିଭିନ୍ନ ଦାବି ପୂରଣ ନିମନ୍ତେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ପାର୍ବତୀ ନନ୍ଦଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

0
0
0
s2sdefault