ହେଡଲାଇନସ୍:

ବ୍ଳକସ୍ତରୀୟ ବିଜ୍ଞାନମେଳା,ବିଜ୍ଞାନକୁ ବ୍ୟବହାର କଲେ ମେଳାର ସାର୍ଥକତା ମିଳିଥାଏ:ଅରୁଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ୨୮ତମ ବ୍ଲକସ୍ତରୀୟ ବିଜ୍ଞାନମେଳା ଆଙ୍କୁଲାଇ ସରକାରୀ ଉଚ୍ଚ ବିଦ୍ୟାଳୟ ମାନଧାତାପୁରଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଳକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ବିଜ୍ଞାନମେଳା ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦାନ କରି ବିଜ୍ଞାନମେଳାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ବିଜ୍ଞାନର ବିଭିନ୍ନ ତଥ୍ୟକୁ ଦୈନନ୍ଦିନ ଜୀବନରେ ବ୍ୟବହାର କଲେ ବିଜ୍ଞାନମେଳାର ସାର୍ଥକତା ମିଳିଥାଏ ବୋଲି କହିଥାଏ । ଆଧୁନିକତାର ବଶବର୍ତ୍ତି ହୋଇ ଆମେ କଂସା ପିତ୍ତଳ ବାସନର ବ୍ୟବହାର ନକରି ଷ୍ଟିଲ ଆଲୁମିନିୟମ ପାତ୍ରର ବହୁଳ ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛେ । ପୂର୍ବରୁ ଲୋକମାନେ ମାଟି ପାତ୍ରରେ ରୋଷେଇ କରିବା ସହିତ ବିଶୁଦ୍ଧ ଖାଦ୍ୟ ଖାଇ ନୀରୋଗ ରହୁଥିଲେ । ସେହିପରି ପ୍ୟାକେଟ ଯୁକ୍ତ ମସଲାର ବ୍ୟାପକ ବ୍ୟବହାର ଅନେକ ରୋଗର କାରଣ ବୋଲି କହିଥିବା ବେଳେ ମୋବାଇଲ ଫୋନର ବହୁଳ ବ୍ୟବହାରକୁ କମାଇବା ପାଇଁ ମୁଖ୍ୟ ଅତିଥି ଡ.ସାହୁ ତାଙ୍କ ବକ୍ତବ୍ୟରେ ମତ ରଖିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ବିଜ୍ଞାନ ଏବଂ ଗଣିତର ଉପାଦେୟତା ସମ୍ପର୍କରେ ମତ ରଖିଥିଲେ । ନୟାଗଡ଼ ବ୍ଲକ ଅନ୍ତର୍ଗତ ପ୍ରାଥମିକ,ଉଚ୍ଚ ପ୍ରାଥମିକ,ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନଙ୍କ ମଧ୍ୟରୁ କନିଷ୍ଠ ବିଭାଗରୁ ୬୩ଟି ବିଜ୍ଞାନ ପ୍ରକଳ୍ପ ଆସିଥିବା ବେଳେ ସର୍ବ କନିଷ୍ଠରୁ ୩୭ଟି ଏବଂ ବରି୍େ‌ଠ ବିଭାଗରୁ ୪୭ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏଥିରୁ ବରିଷ୍ଠ ବିଭାଗରୁ ୫ଟି,କନିଷ୍ଠ ବିଭାଗରୁ ୩ଟି ଏବଂ ସର୍ବ କନିଷ୍ଠ ବିଭାଗରୁ ୨ଟି ଏହିପରି ମୋଟ ୧୦ଟି ପ୍ରକଳ୍ପ ମନୋନୀତ ହୋଇ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳାରେ ଅଂଶଗ୍ରହଣ କରିବେ ।

ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ବ୍ଳକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ,ମୁଖ୍ୟବକ୍ତା ଭାବେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଡ.ଦୀପକ ରଂଜନ ସାହୁ ପ୍ରମୁଖ ଯୋଗଦାନ କରି ବିଭିନ୍ନ ବିଭାଗରେ ପ୍ରଥମ,ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ମାନପତ୍ର ଏବଂ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । ଉଭୟ ଉଦଘାଟନୀ ଏବଂ ଉଦଯାପନୀ ସଭାରେ ଶିକ୍ଷକ ଶେଖ ଅବଦୁଲ ଖାଲିକ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଅଶୋକ ମଲ୍ଲ ଅତିଥି ପରିଚୟ ଏବଂ ଆଙ୍କୁଲାଇ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳୀ ରଥ ଧନ୍ୟବାଦ ପ୍ରଦାନ କରିଥିଲେ ।

0
0
0
s2sdefault