ସମ୍ବଲପୁର, 18 ନଭେମ୍ବର 2023:ଯୁବ ଉଦ୍ୟୋଗୀମାନେ ରାଜ୍ୟ ସରକାରଙ୍କ ନୂତନ କୃଷି ତଥା ପ୍ରାଣିସମ୍ପଦ ନୀତିର ଲାଭ ଉଠାଇ ସ୍ବାବଲମ୍ବୀ ହେବା ସହ ନିଜସ୍ବ ଆୟ ବୃଦ୍ଧି କରିପାରିବେ ଫଳରେ ସେମାନଙ୍କର ତଥା ସେମାନଙ୍କ ଅଞ୍ଚଳର ବିକାଶ ହୋଇପାରିବ ବୋଲି ମତ ବ୍ୟକ୍ତ କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ । ସମ୍ବଲପୁର ଜିଲ୍ଲାରେ ପଶ୍ଚିମ ଓଡିଶା ଗୋପାଳନ ସମ୍ମିଳନୀ– 2023 ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ପରିଷଦର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ । ଜିଲ୍ଲା ପ୍ରଶାସନ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଏବଂ ପଶ୍ଚିମ ଓଡିଶା ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି । ଦୁଇ ଦିନ ଧରି ଏହି ସମ୍ମିଳନୀ ପିଏଚଡି ପଡିଆରେ ଅନୁଷ୍ଠିତ ହେବ ।
ସମ୍ମିଳନୀରେ ବିଭିନ୍ନ ଷ୍ଟଲ ବୁଲିବା ସହ ସଫଳ ଗୋପାଳକ ତଥା ଚାଷୀ, ଯୁବ ଉଦ୍ୟୋଗୀଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀ ତ୍ରିପାଠୀ । ଏହି ଅବସରରେ ସେ କହିଛନ୍ତି, ନୂତନ ଜ୍ଞାନ କୌଶଳ ବ୍ୟବହାର କରି ଚାଷୀମାନେ ନିଜ ବ୍ୟବସାୟରେ ଅଭିବୃଦ୍ଧି କରିପାରିବେ । ଚାଷୀ କେବଳ ପାରମ୍ପାରିକ କୃଷି ନ କରି ମତ୍ସ୍ୟ ଚାଷ, ଗୋପାଳନ, ପଶୁ ପାଳନ ଆଦି କରିପାରିବେ । ଓଡିଶାର ବିଭିନ୍ନ ଜିଲ୍ଲାର ଚାଷୀମାନଙ୍କୁ ପ୍ରୋତ୍ସାହନ ଦେବାପାଇଁ ବିଭିନ୍ନ ସ୍ଥାନରେ ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟ ଆଦି ନିର୍ମାଣ କରି ପ୍ରାୟ ଦୁଇଗୁଣରୁ ଉର୍ଦ୍ଧ ଦୁଗ୍ଧ ଉତ୍ପାଦନ କରାଯାଉଛି । ଆଗାମୀ ଦିନରେ ସମ୍ବଲପୁର ଜିଲ୍ଲା ଏହିପରି ଅଭିବୃଦ୍ଧିରେ ଉଦାହରଣ ସୃଷ୍ଟି କରିବ ବୋଲି ଶ୍ରୀ ତ୍ରିପାଠୀ ଆଶା ବ୍ୟକ୍ତ କରିଛନ୍ତି ।
ଏହି ଅବସରରେ 10000 ଲିଟର କ୍ଷମତା ବିଶିଷ୍ଟ 6 ଗୋଟି ଦୁଗ୍ଧ ଗାଡିକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେI ଶ୍ରୀ ତ୍ରିପାଠୀ ବିଭିନ୍ନ ପ୍ରଦର୍ଶିତ ଷ୍ଟଲ୍ବୁଲି ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଦୁଗ୍ଧ ବ୍ୟବସାସୀ ଓ କମ୍ପାନୀ ସହ ଆଲୋଚନା କରିଥିଲେl ମୁଖ୍ୟମନ୍ତ୍ରୀ କୃଷି କଲ୍ୟାଣ ଯୋଜନା ଅନ୍ତର୍ଗତ 36 ଜଣଙ୍କୁ ଚାଷୀଙ୍କୁ ଗୋଏହେଡ୍ ( ଆରମ୍ଭକର ) ପତ୍ର ପ୍ରଦାନ କରିଥିଲେ । ବିଗତ ଦୁଇବର୍ଷରେ ଭିତ୍ତିଭୂମିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଓପଶ୍ଚିମଓଡିଶାବିକାଶପରିଷଦ ନେଇଥିବା ପଦକ୍ଷେପ ଗୁଡିକ ପାଇଁ ଉଦ୍ୟୋଗୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଏହି ଉଦଘାଟନୀ ମେଳା ଶ୍ରମ ମନ୍ତ୍ରୀ ଶ୍ରୀ ସାରଦା ପ୍ରସାଦ ନାୟକ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗୀୟ ଶାସନ ସଚିବ ଶ୍ରୀ ସୁରେଶ ବଶିଷ୍ଠ , ରେଢାଖୋଲ ବିଧାୟକ ଶ୍ରୀ ରୋହିତ୍ ପୂଜାରୀ, କୁଚିଣ୍ଡା ବିଧାୟକ ଶ୍ରୀ କିଶୋର ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କୁମୁଦିନୀ ନାୟକ, , ଜିଲ୍ଲାପାଳ ଶ୍ରୀମତୀ ଅନନ୍ୟା ଦାସ, ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ଅଜିତ୍ କୁମାର ମିଶ୍ର ଓ ଅନ୍ୟାନ୍ୟ ବରିଷ୍ଠ ଅତିଥିବୃନ୍ଦ ଉପସ୍ଥିତ ଥିଲେ ।








