ହେଡଲାଇନସ୍:

ବର୍ଷା ଅଭାବରୁ ଧାନ ଫସଲ ନଷ୍ଟ ହେବା ସମ୍ଵନ୍ଧେ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଡାବୁଗାଁ ବ୍ଲକ କୃଷକ ମହାସଂଘ ତରଫରୁ ଦାବିପତ୍ର ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ୧୭/୧୧/୨୩ ଚଳିତ ବର୍ଷ ମୌସୁମୀ ର ଲୁଚକାଳି ସହ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଡାବୁଗାଁ ବ୍ଲକ ର ୩୦ ପ୍ରତିଶତ ଚାଷୀଙ୍କ ଧାନ ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।ବର୍ଷା ଅଭାବରୁ ଧାନ ଗଛ ସବୁ ପୋଡି ଯାଇ ପାଳ ହୋଇଯାଇଥିବା ଅଭିଯୋଗ ଆଣିଛି ଡାବୁଗାଁ ବ୍ଲକ କୃଷକ ମହାସଂଘ। ଆଜି ଏ ନେଇ ଡାବୁଗାଁ ବ୍ଲକ କୃଷକ ମହା ସଂଘ ତରଫରୁ ଜିଲ୍ଲା ପାଳଙ୍କ ଉଦ୍ଦେଶ୍ୟରେ ଡାବୁଗାଁ ତହସିଲଦାର ସଦାଶିବ ଭତରା ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଥାଶୀଘ୍ର ଚିହ୍ନଟ କରାଯାଇ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା କୁ ସଂଘ ତରଫରୁ ଦାବି ହୋଇଛି। ଚଳିତ ବର୍ଷ ଡାବୁଗାଁ ବ୍ଲକ ରେ ୪୫୬୧ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ତେବେ ଚଳିତ ବର୍ଷ ମୌସୁମୀ ବର୍ଷା କମ୍ ହୋଇଥିବା ବେଳେ ଦୁଇ ତିନୋଟି ଲଘୁଚାପ ବର୍ଷା ଯୋଗୁଁ ଧାନଚାଷ ଅଳ୍ପକେ ବର୍ତ୍ତି ଯାଇଥିଲା। ତେବେ ବହୁତ ପରିମାଣର ଢିପ ଜମିରେ ବର୍ଷା ଜଳ ଅଭାବରୁ ଧାନ ଗଛ ଗୁଡ଼ିକ ନଷ୍ଟ ହୋଇଯାଇଛି। ଏପରିକି କିଛି ଖାଲ ଜମି ମଧ୍ୟ ବର୍ଷା ଜଳ ଅଭାବରୁ ନଷ୍ଟ ହୋଇଥିବା କୃଷକ ମହାସଂଘ ଦାବୀ କରିଛି। ବିଶେଷ କରି ଡାବୁଗାଁ ବ୍ଲକ ର ଘୋଡାଖୁଣ୍ଟା, ଚଚରାଗୁଡ଼ା, ଡାବୁଗାଁ, ବଡ ଓଲମା, ଜବାଗୁଡା, ମେଦନା ଓ ଅଞ୍ଚଳା ଗ୍ରାମ ପଞ୍ଚାୟତ ର ଧାନ ଚାଷ ନଷ୍ଟ ହୋଇଯାଇଥିବା ଜଣା ପଡ଼ିଛି। ଧାନ ଗଛ ଗୁଡ଼ିକ ପୋଡି ଯାଇ ପାଳ ହୋଇଯାଇଛି।ବିଶେଷ କରି ଡାବୁଗାଁ ବ୍ଲକ ରେ ଲୋକେ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି। ବିଭିନ୍ନ ସରକାରୀ , ବେସରକାରୀ ବ୍ୟାଙ୍କ ତଥା ଅନ୍ୟାନ୍ୟ ସୂତ୍ର ରୁ ଚାଷୀ ମାନେ ଋଣ କରି ଧାନ ଚାଷ କରିଥିବାରୁ ଚଳିତ ବର୍ଷ କିପରି ଋଣ ପରିଶୋଧ କରିବେ ସେ ନେଇ ଚିନ୍ତିତ ହୋଇ ପଡିଛନ୍ତି । କିଛି ଚାଷୀ ପ୍ରଧାନ ମନ୍ତ୍ରୀ ଫସଲ ବିମା କରିଥିବା ବେଳେ ଅଧିକାଂଶ ନିରକ୍ଷର ଚାଷୀ ଫସଲ ବୀମା କରିପାରି ନାହାଁନ୍ତି। ତେଣୁ ପ୍ରଶାସନ ତରଫରୁ ଉପଯୁକ୍ତ ତଦନ୍ତ କରାଯାଇ ବ୍ଲକ ର ପ୍ରତ୍ୟେକ ପଞ୍ଚାୟତ ର କ୍ଷତିଗ୍ରସ୍ତ ଧାନଚାଷୀଙ୍କୁ ଚିହ୍ନଟ କରାଯାଇ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ବ୍ଲକ କୃଷକ ମହାସଂଘ ତରଫରୁ ଦାବୀ କରାଯାଇଛି। ଏହି ଦାବିପତ୍ର ଦେବା ସମୟରେ ଡାବୁଗାଁ କୃଷକ ମହାସଂଘ ସଭାପତି ସତ୍ୟ ରଂଜନ ପାତ୍ର, ଉପ ସଭାପତି ରାଜେନ୍ଦ୍ର କୁମାର ମିଶ୍ର, ସମ୍ପାଦକ ଦେବି ପ୍ରସାଦ ରଥ, ଗଙ୍ଗା ଗୌଡ଼, ଅର୍ଚୁ ଭତରା, ଦିନେଶ ସିଂ, ଜଗଦୀଶ ଭତରା, ରାଜେନ୍ଦ୍ର ବିଶୋଇ, ହିରା ସିଂ ଭତରା, ଅଭିରାମ ବିଶୋଇ, ହିତେନ୍ଦ୍ର ସିଂ, ଗୁରୁ ଭତରା, ଜଗଦୀଶ ମାଝୀ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

0
0
0
s2sdefault