ଭଞ୍ଜନଗର/ଉଦୟନାଥ ପଣ୍ଡା : ଭଂଜନଗର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଅଧିନସ୍ଥ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଭଂଜନଗର ଠାରେ ଚଳିତ ନଭେମ୍ବର ୧୭ ତାରିଖ ରେ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ - ୨୦୨୩ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍ . ଧନଞ୍ଜୟ ଏହି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ଏବିଇଓ ସୂର୍ଯ୍ୟ ନାୟକ, ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ସ୍ଵରାଜ କହଁର, ବଡକୋଦଣ୍ଡା ଜବାହର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ଯେନା, ଡିବି ହାଇସ୍କୁଲ ର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀ ମତି ଗୀତାଞ୍ଜଳି ପ୍ରଧାନ, ସମସ୍ତ ସି ଆର ସି ସି ଏବଂ ପ୍ରଧାନ ଶିକ୍ଷକ ମାନେ ଅଂଶଗ୍ରହଣ କରିଥିଲେ।
ଏହି ବିଜ୍ଞାନ ପ୍ରଦର୍ଶନୀ ରେ ମୋଟ ୧୧୨ ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଏଥିମଧ୍ୟରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ୬୯ ଟି ପ୍ରକଳ୍ପ ଓ ଉଚ୍ଚ ବିଦ୍ୟାଳୟ ସ୍ତରରେ ୪୩ ଟି ପ୍ରକଳ୍ପ ଅଂଶଗ୍ରହଣ କରିଥିଲା। ଏହି କାର୍ଯ୍ୟକ୍ରମରେ ଜର୍ଜ ରୂପେ କାର୍ଯ୍ୟ ନିର୍ବାହ କରିଥିଲେ ଭଂଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅଧ୍ୟାପିକ ଶ୍ରୀମତୀ ସ୍ମରଣିକା ପାଢ଼ୀ ଓ ରମାକାନ୍ତ ସାହୁ, କ୍ଷତ୍ରିୟବରପୁର ମହାବିଦ୍ୟାଳୟର ଅଧ୍ୟାପିକା ସ୍ନିଗ୍ଧା ରାଣୀ ଗୌଡ଼, ବେଲଗୁଣ୍ଠା ମହାବିଦ୍ୟାଳୟର ଅଧ୍ୟାପକ ଡ. ପ୍ରଦ୍ୟୁମ୍ନ କୁମାର ସାହୁ, ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ପାଣିଗ୍ରାହୀ ଓ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ଦିଗାମ୍ବର ପ୍ରଧାନ । ଏହି ବିଜ୍ଞାନ ପ୍ରଦର୍ଶନୀ ରେ ଗାଲେରୀ ଉଚ୍ଚ ବିଦ୍ୟାଳୟ ର ୧୦ମ ଶ୍ରେଣୀ ଛାତ୍ରୀ ଗାୟତ୍ରୀ ଗୌଡ଼ ପ୍ରଥମ ସ୍ଥାନ, ବାହାଡାପଦର ଉଚ୍ଚ ନ୍ୟାୟାଳୟର ମନିଷା ପ୍ରଧାନ ଦ୍ଵିତୀୟ ସ୍ଥାନ, ମୁଜାଗଡ ହାୟର ସେକେଣ୍ଡାରୀ ସ୍କୁଲର ଆଦିତ୍ୟ ଗୌଡ଼ ତୃତୀୟ ସ୍ଥାନ ଓ କଇଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅମ୍ରିତା ବିଶ୍ଵାଳ ଚତୁର୍ଥ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି।
ଅପରାହ୍ନରେ ଭଂଜନଗର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଯୁକ୍ତ ଏସ୍ ଧନଞ୍ଜୟଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଭଂଜନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନୀଲ କୁମାର ସେଠୀ, ମୂଖ୍ୟ ବକ୍ତା ରୂପେ ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଅନ୍ୟତମ ଅତିଥି ଭାବେ ଏବିଇଓ ଶ୍ରୀଯୁକ୍ତ ସୂର୍ଯ୍ୟ ନାୟକ ଓ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଯେନା ଯୋଗଦାନ କରିଥିଲେ। ।ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ନ୍ୟାୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ସ୍ଵରାଜ କହଁର। ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଶିକ୍ଷୟତ୍ରୀ ସି ଏଚ୍ ସସ୍ମିତା କୁମାରୀ ପାତ୍ର ପରିଚୟ ପ୍ରଦାନ କରିଥିଲେ । ପ୍ରଥମ, ଦ୍ଵିତୀୟ , ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ସହ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ବହୁ ଆଡ଼ମ୍ବରପୂର୍ଣ୍ଣ ଓ ରୋମାଞ୍ଚକର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
ଏଥିରେ ଡି ବି ସରକାରୀ ବାଳିକା ଉଚ୍ଚ ନ୍ୟାୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ, ସମସ୍ତ ସି ଆର ସି ସି, ଅନ୍ୟାନ୍ୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟତ୍ରୀ, ଗାଇଡ୍ ଶିକ୍ଷକ, ଅଫିସ କର୍ମଚାରୀ, ମିଡ଼ିଆ ବନ୍ଧୁ, ଅଭିଭାବକ, ଏନ୍ ସି ସି, , ରେଡ଼କ୍ରସ ,ଗାଇଡ୍, ଅଂଶଗ୍ରହଣ କରିବା ସହିତ ସହଯୋଗ କରି କୁନୀ ବିଜ୍ଞାନୀ ମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷୟତ୍ରୀ ଶ୍ରୀ ମତୀ ପୁଷ୍ପାଞ୍ଜଳି ପ୍ରଧାନ ଧନ୍ୟବାଦ୍ ପ୍ରଦାନ କରିଥିଲେ। ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ ସଭାପତି ସଭାକାର୍ଯ୍ୟ ପରିସମାପ୍ତି ଘୋଷଣା କରିଥିଲେ।
ରାଜ୍ୟ
ଭଂଜନଗରରେ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ - ୨୦୨୩ ଅନୁଷ୍ଠିତ
- Hits: 382








