ନନ୍ଦାହାଣ୍ଡି/ଭୁବନେଶ୍ୱର ଦାଶ: ନବରଙ୍ଗପୁର ଜିଲ୍ଲା, ନନ୍ଦାହାଣ୍ଡି ବ୍ଲକ ସରୁଗୁଡା ଓଡିଶା ଆଦର୍ଶ ବିଦ୍ୟାଳୟ ପରିଷରରେ ବ୍ଲକ ସ୍ଥରୀୟବିଜ୍ଞାନ ମେଲା ଅନୁଷ୍ଠିତ ହୋଇଯାଇଛି | ନନ୍ଦାହାଣ୍ଡି ବିଇଓ ପୁଷ୍ପାଞ୍ଜଳି ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ନନ୍ଦାହାଣ୍ଡି ବିଡ଼ିଓ କ୍ଷୀରଜ ଚନ୍ଦ୍ରସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ନନ୍ଦାହାଣ୍ଡି ତହସିଲଦାର ବନମାଳୀ ମେହେର ଯୋଗଦେଇଥିଲେ | ନବରଂଗପୁତ୍ର ସଦାଶିବ ପ୍ରଧାନି ଏହି ବିଜ୍ଞାନମେଳା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ | ନନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷ୍ୟା ଶ୍ରୀମତୀ ରଶ୍ମିତା ମାଝୀ, ଡ଼ଙ୍ଗରଭେଜା ସରପଞ୍ଚ କୁମାରୀ ଗୁଣମତୀ ସୌରା, ଡ଼ଙ୍ଗରଭେଜା ସମିତି ସଭ୍ୟ ଅଭିମନ୍ୟୁ ନାୟକ ଓ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ | ଅତିଥି ମାନେ ନିଜ ନିଜର ଅଭିଭାଷଣ ରେ ଛାତ୍ରଛାତ୍ରୀଙ୍କୁ ନିଜ ଜ୍ଞାନକୌଶଳକୁ ଜିଲ୍ଲାସ୍ତରରେ ପ୍ରଦର୍ଶନ କରିବାପାଇଁ ଏହା ଗୋଟିଏ ସୁନ୍ଦର ସୁଯୋଗ ଓ ପିଲାଙ୍କ ଭିତରେ ଥିବା ଶିଶୁ ବୈଜ୍ଞାନିକକୁ ଲୋକଲୋଚନକୁ ଆଣିବା ଏହାର ଉଦେଶ୍ୟ ବୋଲି କହିଥିଲେ |
ରାଜ୍ୟ
ନନ୍ଦାହାଣ୍ଡି ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
- Hits: 207








