ନୟାଗଡ଼(ବିଶ୍ୱଜିତ ନାୟକ) - ନୟାଗଡ଼ ସହର ସ୍ଥିତ ଖଣ୍ଡପଡ଼ା ରାସ୍ତାରେ ଅବସ୍ଥିତ ଶ୍ୟାମା ପୋଷାକ ସୋରୁମରେ ବିଳମ୍ବିତ ରାତ୍ରୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପୋଷାକ ଓ ଆସବାବପତ୍ର ପୋଡ଼ି ଯାଇଛି। ନୟାଗଡ଼ ଅଗ୍ନିଶମ ବାହିନୀର ୪ ଟି ଦମକଳ ଗାଡ଼ି ସାହାଯ୍ୟରେ ନିଆଁ ଆୟତ କରାଯିବାକୁ ଚେଷ୍ଟା ଚାଲିଛି। ସର୍ଟ ସର୍କିଟ ପାଇଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ନୟାଗଡ଼ ଅଗ୍ନିଶମ ବାହିନୀ ସହ ନୂଆଗାଁ ଓ ଖଣ୍ଡପଡ଼ା ଅଗ୍ନିଶମର ୩ ଟି ଟିମ୍ ମୁତୟନ ହୋଇଛନ୍ତି।
ରାଜ୍ୟ
ଶ୍ୟାମା ସୋରୁମରେ ଭୟାବହ ଅଗ୍ନିକାଣ୍ଡ
- Hits: 419








