ହେଡଲାଇନସ୍:

ଭି.କେ ପାଣ୍ଡିଆନ ବିଜେଡ଼ି ଓ ବିଜେପି ମଧ୍ୟରେ ସଂଯୋଗ ପାଇଁ ଏଜେଂଟ ଥିଲେ : ଶରତ ପଟ୍ଟନାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଓଡ଼ିଶାର ଏବଂ ପ୍ରତ୍ୟେକ ଓଡ଼ିଆଙ୍କର ଭବିଷ୍ୟତକୁ ନଷ୍ଟ କରିବାକୁ ଦିଆଯିବ ନାହିଁ "

ଓଡ଼ିଶାକୁ ଲିଜ୍ ଆକାରରେ ଶାସନ କରିବାକୁ ଆଉ ଦିଆଯିବ ନାହିଁ : ଶରତ ପଟ୍ଟନାୟକ

ଭୁବନେଶ୍ୱର : "ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବାର ଆବେଦନ ଓ କେନ୍ଦ୍ର ସରକାରଙ୍କ ତୁରନ୍ତ ଆବେଦନକୁ ଅନୁମୋଦନ ସ୍ପଷ୍ଟ ଭାବରେ ସୂଚାଉଛି ଏହା ଓଡ଼ିଶା ପ୍ରତି ବହୁ ପୂର୍ବରୁ ରଚାଯାଇଥିବା ଷଡ଼ଯନ୍ତ୍ରର ଏକ ଅଂଶ ବିଶେଷ । ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଶ୍ରୀ ଭି.କେ ପାଣ୍ଡିଆନ ଗତ ଅକ୍ଟୋବର ବାସ ୨୦ ତାରିଖ ଦିନ ଶୁକ୍ରବାର ଦିନ ନିଜ ଚାକିରୀରୁ ସେ୍‌ôଚ୍ଛାକୃତ ଭାବେ ଅବସର ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ ଏବଂ ତଦନୁସାରେ ରାଜ୍ୟ ସରକାର ଏହି ଆବେଦନକୁ କେନ୍ଦ୍ର ସରକାରଙ୍କ କାର୍ମୀଙ୍କ ମନ୍ତ୍ରଣାଳୟ ବିଭାଗକୁ ପଠାଇ ଦେଇଥିଲେ । ଆବେଦନର ତାରିଖ ଓ ଅନୁମୋଦନର ତାରିଖ ମଧ୍ୟରେ ଦୁଇ ଦିନ ଭାରତ ସରକାରଙ୍କର ଛୁଟି ଦିନ ଥିଲା । କିଭଳି ଭାବରେ ଏବଂ କାହିଁକି ଏତେ ଦ୍ରୁତଗତିରେ ଏହି ଆବେଦନ ପତ୍ରକୁ ୪୮ ଘଂଟା ମଧ୍ୟରେ ଅନୁମୋଦନ କରିଦିଆଗଲା । ଏଭଳି ନଜିର ଓଡ଼ିଶାରେ ଅନ୍ୟ ଆଇ.ଏସ୍‌. ଅଫିସରମାନେ ଯେଉଁମାନେ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଏହି ମୋଦୀ ସରକାରଙ୍କ ଅମଳରେ ଆବେଦନ କରିଥିଲେ ତାକୁ କେନ୍ଦ୍ର ସରକାର ଫେରାଇଦେଲେ । କିନ୍ତୁ ପାଣ୍ଡିଆନଙ୍କ ଆବେଦନ ୪୮ ଘଂଟା ଭିତରେ ଅନୁମୋଦନ ହୋଇଯିବା ଏହା ଉଭୟ ବିଜେଡ଼ି ଓ ବିଜେପି ନେତାମାନଙ୍କର ଶ୍ରୀ ପାଣ୍ଡିଆନଙ୍କ ସହିତ ଥିବା ମଧୁର ସଂପର୍କର ପ୍ରତିଫଳନ କି ନୁହେଁ ବୋଲି ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି | 

 ଶ୍ରୀ ପଟ୍ଟନାୟକ କହିଛନ୍ତି" ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କେନ୍ଦ୍ର ସରକାର ଜୁନ୍ ମାସ ୨୬ ତାରିଖ ୨୦୨୩ ମସିହାରେ ଏହି ବ୍ୟକ୍ତିଙ୍କ ବିରୁଦ୍ଧରେ ସର୍ବଭାରତୀୟ ପ୍ରଶାସନିକ ଶାସନ ବ୍ୟବସ୍ଥାର ନିୟମ, ଆଚାର ସଂହିତା ଓ ନୀତିର ଘୋର ଉଲଘଂନ ହୋଇଥିବା ଅଭିଯୋଗରେ ତଦନ୍ତ କରିବା ପାଇଁ ଓଡ଼ିଶା ମୁଖ୍ୟ ଶାସନ ସଚୀବଙ୍କୁ ଚିଠି ଲେଖିଥିଲେ । ସାରା ରାଜ୍ୟର ବିରୋଧି ଦଳର ନେତୃବର୍ଗ ଏପରିକି ସାଂସଦ ଏବଂ ବିଧାୟକମାନେ ସମସ୍ତ ପ୍ରମାଣପତ୍ର ସହ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ କେନ୍ଦ୍ର ସରକାର ଦଣ୍ଡିତ କରିବା ପରିବର୍ତେ କାହିଁକି ଏବଂ କାହା ସ୍ୱାର୍ଥ ପାଇଁ ତାଙ୍କର ଆବେଦନକୁ ଅନୁମୋଦନ କଲେ । ନବୀନ ପଟ୍ଟନାୟକ ଓଡ଼ିଶାରେ ଲିଜ୍‌ରେ ସରକାର ଚଳାଇଛନ୍ତି । ୨୦୦୦ ମସିହା ରୁ ୨୦୦୯ ମସିହା ପ୍ୟାରିମୋହନ ମହାପାତ୍ରଙ୍କ ମାଧ୍ୟମରେ ଶାସନ ଚଳାଇଥିଲେ । ୨୦୧୪ ମସିହାରୁ ଏ ପର୍ଯ୍ୟନ୍ତ ପାଣ୍ଡିଆନଙ୍କ ମାଧ୍ୟମରେ ଶାସନ ଚାଲାଇଛନ୍ତି । ଓଡ଼ିଶାକୁ ଲିଜ୍‌ରେ ଶାସନ କରିବାକୁ ଆଉ ଦିଆଯିବ ନାହିଁ । ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଯେଉଁ ଜଙ୍ଗଲ, ଜମି, ଖଣି ଏବଂ ବହୁ ଚର୍ଚ୍ଚିତ ଚିଠ୍ ଫଣ୍ଡ ଦୁର୍ନୀତି, ସମସ୍ତ ଠିକା ଦୁର୍ନୀତି ଓ ବିଶେଷ କରି ପାନୀୟ ଜଳଯୋଗାଣ ଠିକା ହୋଇଥିବା ଦୁର୍ନୀତି, ପ୍ରୀୟାପ୍ରତି ତୋଷଣ ଏପରିକି ବେଦାନ୍ତ ଜମି ଦୁର୍ନୀତି, କୋଭିଡ଼୍ ମହାମାରୀ ସମୟରେ ହଜାର ହଜାର କୋଟିଙ୍କରେ କିଣାଯାଇଥିବା ମେଡ଼ିକାଲ ଉପକରଣ ଇତ୍ୟାଦି ଦୁର୍ନୀତିର ସଂପୂର୍ଣ୍ଣ ତଦନ୍ତ କରାଯିବ । ବିଜେଡ଼ି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଏମାନେ ପରସ୍ପର ଏକ । ଓଡ଼ିଶାର ଜନସାଧାରଣଙ୍କୁ ଭ୍ରମିତ କରିବା ପାଇଁ ଏମାନେ ଓଡ଼ିଶାର ବିଭିନ୍ନ ସମୟରେ ଗଣମାଧ୍ୟମରେ କଳି ଝଗଡା କରୁଛନ୍ତି । କିନ୍ତୁ ପ୍ରକୃତିରେ ପାଣ୍ଡିଆନଙ୍କ ଇସ୍ତଫା ସଂପର୍କୀତ ଘଟଣା ପରେ ଏ ଦୁଇଦଳକୁ ସଂପୂର୍ଣ୍ଣ ଓଡ଼ିଶାବାସୀ ବୁଝି ସାରିଲେଣି । ଏ ଉଭୟ ଦଳ ଓଡ଼ିଶାର ଭୂ ସଂପତି, ଖଣିଜ ସଂପଦ ଏବଂ ସରକାରୀ କାର୍ଯ୍ୟକ୍ରମକୁ ଖୋଲମ୍‌ଖୋଲା ଲୁଟ୍ କରୁଛନ୍ତି । ୬୦ ହଜାର କୋଟି ଟଙ୍କା ଖଣି ଦୁର୍ନୀତି ଏବଂ ୩୨ ହଜାର କୋଟି ଟଙ୍କାର ଚିଟ୍‌ଫଣ୍ଡ ଦୁର୍ନୀତି ଅଭିଯୁକ୍ତମାନଙ୍କୁ ଆଜି ପର୍ଯ୍ୟନ୍ତ ଦଣ୍ଡ ମିଳିଲା ନାହିଁ । ଇ.ଡ଼ି. ଓ ସି.ବି.ଆଇ ଓଡ଼ିଶା ଆସିବା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ରାଜ୍ୟର ସ୍ୱାର୍ଥ ଏବଂ ଓଡ଼ିଶାର ଯୁବକ ଓ କୃଷକ, ଛାତ୍ରର ଭବିଷ୍ୟତ ଏହି ଦୁଇ ରାଜନୈତିକ ଦଳ ନିଜର ନିହତ ସ୍ୱାର୍ଥ ପାଇଁ ବନ୍ଧା ପକାଇ ଦେଇଛନ୍ତି । ଭାରତ ବର୍ଷର ଗୃହମନ୍ତ୍ରୀ କେଉଁ ପରିପ୍ରେକ୍ଷୀରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହିତ ଏହି କିଛି ଦିନ ପୂର୍ବରୁ ଏକାନ୍ତରେ ଏକ ହୋଟେଲରେ ଆଲୋଚନ କରୁଥିଲେ । କ’ଣ ଆଲୋଚନା ହେଉଥିଲା? କାହାର ସ୍ୱାର୍ଥ ପାଇଁ ଆଲୋଚନା କରାଯାଉଥିଲା? ଭି.କେ. ପାଣ୍ଡିଆନ ହେଉଛନ୍ତି ଏ ଉଭୟ ଦଳଙ୍କର ପଲିଟିକାଲ ଏଜେଂଟ । "

ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି "ସରକାରୀ ଚାକିରୀରେ ରହି ସମସ୍ତ ମର୍ଜ୍ୟଦାକୁ ଉଲଘଂନ କରିଥିବା ବ୍ୟକ୍ତିଙ୍କୁ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳ ତାଙ୍କୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବାର ୨ ଘଂଟା ଭିତରେ ପୁନଃର୍ବାର ୫ଟି ଏବଂ ମୋ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅଧ୍ୟକ୍ଷ କରିବା ଏହା ଏକ ଘୃଣ୍ୟ ଏବଂ ଅକ୍ଷମଣୀୟ ଅପରାଧ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଆମ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ଯେଉଁ ୪ ହଜାର କୋଟିଙ୍କର ବ୍ୟବସ୍ଥା କରାଯାଇଛି ତାହା କେବଳ ନିଜ ଦଳର ନିର୍ବାଚନୀ ପାଣ୍ଠି ସଂଗ୍ରହ କରିବା ପାଇଁ ଏ ଯୋଜନା । ଓଡ଼ିଶାର ଜନସାଧାରଣ କଷ୍ଠ ଲବ୍ଧ କର ପଇସାରେ ବିଜୁ ଜନତା ଦଳ ନିଜ ଦଳ ପାଇଁ ପାଣ୍ଠି ସଂଗ୍ରହକରୁଛନ୍ତି । ଏହା ଠାରୁ ବଡ଼ ଅପରାଦ ଆଉ କ’ଣ ହୋଇପାରେ? ସବୁଠାରୁ ବଡ଼ କଥା ହେଲା ୨୩ ବର୍ଷ ଭିତରେ ନବୀନ ବାବୁ ବିଜୁ ଜନତା ଦଳର କୌଣସି ନେତୃବର୍ଗଙ୍କର ଦକ୍ଷତାକୁ ଭରସା କରିପାରିଲେ ନାହିଁ । ତାଙ୍କୁ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷ କରିବା ପାଇଁ । କେବଳ ଏହି ପାଣ୍ଡିଆନା ହିଁ ସବୁଠାରୁ ଦକ୍ଷ ବ୍ୟକ୍ତି କି? ନା, ଆଉ କ’ଣ? ମୁଖ୍ୟମନ୍ତ୍ରୀ ୫ଟି ବିଭାଗରେ ତାଙ୍କୁ ଅଧ୍ୟକ୍ଷ କରିଛନ୍ତି କିନ୍ତୁ ଏହି ବିଭାଗ ଏପର୍ଯ୍ୟନ୍ତ ଅଛି ତ? ଯଦି ବିଭାଗ ନାହିଁ ଅଧ୍ୟକ୍ଷ ଆସିଲେ କେଉଁଠୁ? ରାଜ୍ୟରେ ବିଜୁ ଜନତା ଦଳର ଜଣେ ହେଲେ ଯୋଗ୍ୟ ବ୍ୟକ୍ତି ନାହାନ୍ତି ବୋଲି ନବୀନ ବାବୁ ସ୍ପଷ୍ଟ ଭାବରେ ପ୍ରମାଣିତ କରିଦେଲେ । ପାଣ୍ଡିଆନଙ୍କ ମାଧ୍ୟମରେ ଓଡ଼ିଶାକୁ ଲୁଟ୍ କରିବା ପାଇଁ ବିଜେପି ଓ ବିଜେଡ଼ି ଷଡଯନ୍ତ୍ର କରିଛନ୍ତି କଂଗ୍ରେସ ତାହାକୁ କେବେ ହେଲେ କରିବାକୁ ଦେବ ନାହିଁ । ରାଜ୍ୟବାସୀଙ୍କୁ ଶ୍ରୀ ପଟ୍ଟନାୟକ ହାତଯୋଡ଼ି ପବିତ୍ର ବିଜୟା ଦଶମୀର ଶୁଭେଚ୍ଛା ଜଣାଇବା ସହିତ ରାଜ୍ୟବାସୀ ଏ ରାଜ୍ୟକୁ ରକ୍ଷା କରିବା ପାଇଁ ଅଂଟା ଭିଡ଼ନ୍ତୁ । ଗୋପବନ୍ଧୁ ଓ ମଧୁବାବୁ ଓଡ଼ିଶାକୁ ଆଜିକିଛି ଷଡଯନ୍ତ୍ରକାରୀ ଲୁଟ୍ କରିବାକୁ ଯୋଜନା କରୁଛନ୍ତି । କିନ୍ତୁ ତାଙ୍କର ଏହି ଯୋଜନାକୁ ଓଡ଼ିଶାର ପ୍ରତ୍ୟେକ କୋଣେ କୋଣେ ଥିବା ଯୁବକ, ଛାତ୍ର, ମହିଳା, କୃଷକ, ଶ୍ରମିକ ଏବଂ ଚିନ୍ତାଶୀଳ ଚିନ୍ତାନାୟକ ମାନଙ୍କୁ ପଣ୍ଡ କରିବାକୁ ପଡ଼ିବ । ସେଥିପାଇଁ କଂଗ୍ରେସ ହିଁ ଏକାମାତ୍ର ବିକଳ୍ପ । କଂଗ୍ରେସ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧ । ଏହି ସରକାରକୁ ପରିବର୍ତନ କରିବାକୁ ପଡ଼ିବ । ଓଡ଼ିଶାକୁ ରକ୍ଷା କରିବାକୁ ପଡ଼ିବ । ବିଜୁ ଜନତାଦଳ ଏକ ଆଂଚଳିତ ଦଳ ହୋଇଥିଲେ ମଧ୍ୟ ଏ ଦଳର ସଭାପତି ଖୋଦ୍ ମୁଖ୍ୟମନ୍ତ୍ରୀ ଓଡ଼ିଆ ଲୋକଙ୍କୁ ଘୃଣାକରି ଅଣ ଓଡ଼ିଆଙ୍କୁ ଗୁରୁ ଦାୟିତ୍ୱ ଦେବା ଏ ରାଜ୍ୟବାସୀଙ୍କ ପ୍ରତି ତାଙ୍କର କେତେ ପ୍ରିତି ଏଥିରୁ ସ୍ପଷ୍ଟ ବୁଝାପଡ଼ୁଛି । ଓଡ଼ିଶାରେ କଂଗ୍ରେସ ସରକାର ଆସିବ, ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ମୁହଁରେ ହସ ଫିଟିବ ।" 

0
0
0
s2sdefault