ହେଡଲାଇନସ୍:

ମିଶନ ଶକ୍ତି ସ୍କୁଟର ଯୋଜନାରେ 54 ଜଣଙ୍କୁ ସ୍କୁଟି ବଣ୍ଟନ, 125 ଏସଏଚଜି ଗ୍ରୁପକୁ ବିନା ସୁଧରେ ଋଣ ବଣ୍ଟନ, ମିଶନ ଶକ୍ତି ଭବନ ଉଦଘାଟନ ଏବଂ ନୂତନ ଭତ୍ତା ବଣ୍ଟନ କଲେ ପୂର୍ବତନ ମନ୍ତ୍ରୀ ବିଧାୟକ ପ୍ରତାପ ଜେନା l

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

(ମାହାଙ୍ଗା-ଶାସକ ପ୍ରଶାସକ): ସାଢେ ଚାରି କୋଟି ଓଡିଆ ଙ୍କ ଲୋକପ୍ରିୟ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ମଧ୍ୟରେ ଅତି ଉଚ୍ଚକୋଟୀର ଯୁଗାନ୍ତକାରୀ ପଦକ୍ଷେପ ହେଉଛି ମହିଳା ମିଶନ ଶକ୍ତି କାର୍ଯ୍ୟକ୍ରମ l ଗ୍ରାମାଞ୍ଚଳର ମାଆ ମାନଙ୍କୁ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏହି ମହିଳା ମିଶନ ଶକ୍ତି କାର୍ଯ୍ୟକ୍ରମ ଶତ ପ୍ରତିଶତ ସଫଳ ହୋଇପାରିଛି l ଯାହାଦ୍ୱାରା ବହୁ ବେରୋଜଗାରୀ, ଗରିବ, ଶିକ୍ଷିତ ମାଆ ମାନେ ଘର କୋଣ ଛାଡି ନିଜେ ସଶକ୍ତ ଏବଂ ସ୍ୱାବଲମ୍ବୀ ହେବା ସହିତ ପରିବାର ପ୍ରତିପୋଷଣ ରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିପାରିଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ପ୍ରକାଶ କରିଥିଲେ l ମହିଳା ମାନଙ୍କୁ ଶତଗୁଣରେ ପ୍ରଗତି ଶୀଳ କରିବା ପାଇଁ ଆଉ ଏକ ଆଧାୟ ଯୋଡି ହୋଇଛି ମାହାଙ୍ଗା ବ୍ଲକ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠି ର ମାଆ ମାନଙ୍କ ପାଇଁ l

ଶୁକ୍ରବାର ଦିନ ମାହାଙ୍ଗା ବ୍ଲକ କୁଆଁପାଳ ବସଷ୍ଟାଣ୍ଡ ପରିସରରେ ମାଆ ମାନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କୁ ମୁଖ୍ୟଅତିଥି ଭାବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଉଦଘାଟନ କରିଛନ୍ତି l ଏହି ଅବସରରେ ବିଧାୟକ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀ ଙ୍କ ମହିଳା ମିଶନ ଶକ୍ତି ସ୍କୁଟର ଯୋଜନାରେ ବିନା ସୁଧରେ ମାହାଙ୍ଗା ବ୍ଲକ ଅଞ୍ଚଳର 54 ଜଣ ମହିଳା ଙ୍କୁ ସ୍କୁଟି ବଣ୍ଟନ କରିବା ସହିତ 125 ଏସଏଚଜି ଗ୍ରୁପ କୁ ବିନା ସୁଧରେ 6 କୋଟି 17 ଲକ୍ଷ 20 ହଜାର ଟଙ୍କା ଋଣ ବଣ୍ଟନ କରିଥିଲେ l ସେହିପରି ଭାବେ ବିଧାୟକ ଶ୍ରୀ ଜେନା ମାଆ ମାନଙ୍କର ବିଭିନ୍ନ ସଭା ସମିତି କାର୍ଯ୍ୟ କ୍ଷେତ୍ରରେ ସୁବିଧା ନିମନ୍ତେ ବ୍ଲକ ମିଶନ ଶକ୍ତି ଭବନ ଉଦଘାଟନ କରିଥିଲେ l ଅପରପକ୍ଷରେ ବିଧାୟକ ଶ୍ରୀ ଜେନା ମଧୁବାବୁ ପେନସନ ଯୋଜନା ରେ 366 ଜଣ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ଙ୍କୁ ନୂତନ ଭତ୍ତା ବଣ୍ଟନ କରିବା ସହିତ ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ କି ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ଆମେ ଭତ୍ତା ପ୍ରଦାନ କରିଆସିଛୁ ଏବଂ ଏହି ଯୋଜନାରେ କିଭଳି ଜଣେ ବି ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଂଚିତ ନହୁଅନ୍ତି ସେଥିପ୍ରତି ଗୁରୁତ୍ବ ଦେଇଆସିଛୁ ଏବଂ ଦଳମତ ନିର୍ବିଶେଷର ଊର୍ଧ୍ଵରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ଭତ୍ତା ପ୍ରଦାନ ଆମର ଲକ୍ଷ୍ୟ ବୋଲି ମତ ପ୍ରକାଶ କରିଥିଲେ l ଏପରିକି ମହିଳା ମାନଙ୍କୁ  ସଶକ୍ତିକରଣ, ସ୍ୱାବଲମ୍ବୀ କରିବା ଉଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଯୋଜନାମାନ ପ୍ରଣୟନ କରିଛନ୍ତି ତାହା ଅତ୍ୟନ୍ତ ଉଚ୍ଚ କୋଟିର ଯାହାପାଇଁ ବିଧାୟକ ପ୍ରତାପ ଜେନା ଏବଂ ମହିଳା ମିଶନ ଶକ୍ତିର ମାଆମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5ଟି ସଚିବ ଭିକେ ପାଣ୍ଡିଆନ ସାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l

ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ବ୍ଲକ ଉନ୍ନୟନ ଅଧିକାରୀ ଅମୀୟ କୁମାର ପଣ୍ଡା, ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ବିଜେଡି ପର୍ଯ୍ୟବେକ୍ଷକ ବିବେକାନନ୍ଦ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସୁସ୍ମିତା ଦାସ, ରିୟାଜୁଲ ହୋଦା, ମିଶନ ଶକ୍ତି ମହିଳା ବ୍ଲକ ଫେଡେରେସନ ସଭାପତି ସସ୍ମିତା ମହାନ୍ତି, ସମ୍ପାଦକ ମମତା ରାଉତ, କଟକ ଜିଲ୍ଲା ବିଜେଡି ମହିଳା ସମ୍ପାଦିକା ନର୍ମଦା ନାୟକ, ମନ୍ଦାଗିନୀ ରାଉତ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମାହାଙ୍ଗା ବ୍ଲକର ହଜାର ହଜାର ସଂଖ୍ୟାରେ ମିଶନ ଶକ୍ତି ମହିଳା ମାନେ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l

0
0
0
s2sdefault