ହେଡଲାଇନସ୍:

'ମୁକ୍ତା' ଯୋଜନାରେ ୧୬୧ଟି କାର୍ଯ୍ୟାଦେଶ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ରାଉରକେଲାର ବିକାଶ ତ୍ୱରାନ୍ୱିତ ହେବା ସହ ସଶକ୍ତ ହେବେ ମିଶନ ଶକ୍ତି ମହିଳା

ରାଉରକେଲା,(ବସନ୍ତ କୁମାର ଜେନା): ଓଡ଼ିଶାରେ ସହରାଞ୍ଚଳର ରୂପାନ୍ତରଣ ସହ ଶ୍ରମିକ ମାନଙ୍କ ଶ୍ରମ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି କ୍ରମରେ ମୁକ୍ତା ଯୋଜନାରେ ରାଉରକେଲା ସହରାଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାକୁ ଆହୁରି ବ୍ୟାପକ କରିବା ନିମନ୍ତେ ଏଥିରେ ଆଉ ୧୬୧ଟି ପ୍ରକଳ୍ପ ଯୋଡ଼ି ସ୍ଥାନୀୟ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଆଜି କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି ।

ଆଜି 'ମୁକ୍ତା' ଯୋଜନାର ଏହି କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମରେ ରାଜ୍ଯ ସରକାରଙ୍କ ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରାଜ୍ଯ ସରକାରଙ୍କ ଏହି ଲୋକାଭିମୁଖୀ ଯୋଜନା କେବଳ ଯେ ରାଉରକେଲା ସହରର ଶ୍ରମିକଙ୍କ ପାଇଁ ନିଶ୍ଚିତ କର୍ମ ନିଯୁକ୍ତି ସୃଷ୍ଟି କରିଛି ତା' ନୁହେଁ ବରଂ ସ୍ଥାନୀୟ ମିଶନ ଶକ୍ତି ମହିଳାଙ୍କ ହାତ ମୁଠାକୁ ଟାଣ କରିଛି ବୋଲି ସେ ମତ ଦେଇଥିଲେ।

ରାଉରକେଲା ସହରର ଉନ୍ନତିକରଣ ନିମନ୍ତେ ୧୬୧ଟି ପ୍ରକଳ୍ପ ପାଇଁ ମୋଟ ୧୨ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଥିରେ ସହର ସୌନ୍ଦର୍ଯ୍ୟକରଣ ସହ ଡ୍ରେନ୍, ପାର୍କ, ଶିଶୁ କ୍ରୀଡ଼ା ଉଦ୍ୟାନ, ୱାକିଂ ଟ୍ରାକ, ବୃକ୍ଷରୋପଣ, ପରିସ୍ରାଗାର, କମ୍ୟୁନିଟି ସେଣ୍ଟର, ୫ଟି ବିଦ୍ୟାଳୟ ରୂପାନ୍ତରଣ, ଖୋଲା ସ୍ଥାନର ଉନ୍ନତିକରଣ, ଜଳାଶୟ ପୁନରୁଦ୍ଧାର, ପବ୍ଲିକ୍ ଜିମ୍, ଭେଣ୍ଡିଂ ଜୋନ୍ ନିର୍ମାଣ ଇତ୍ୟାଦି ଲୋକକଲ୍ୟାଣ ମୂଳକ ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି। ଏହି ସମସ୍ତ ୧୬୧ଟି ପ୍ରକଳ୍ପ ସିଧାସଳଖ ଭାବେ ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଓ ବସ୍ତି ଉନ୍ନୟନ ସଂଘ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ।

ଆଜିର ଏହି କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସହ ଡେପୁଟି କମିଶନର ସୁଧାଂଶୁ ଭୋଇ, ସୀତାଦେବୀ ମାଝୀ, ରୋନିତ କୁମାର, ସୁକାନ୍ତ କୁମାର ବେହୁରିଆ, ଆସିଷ୍ଟାଣ୍ଟ କମିଶନର ନରେନ୍ଦ୍ର ପ୍ରଧାନ, ଗୌରବମୟ ପ୍ରଧାନ, ନିର୍ବାହୀ ଯନ୍ତ୍ରୀ ଅଜୟ ବେହେରା ଓ ଆରଏମସି କର୍ମଚାରୀ ଓ ଏସଏଚଜି ମହିଳାମାନେ ଉପସ୍ଥିତ ଥିଲେ।

0
0
0
s2sdefault