-
- ଯୁବ ଖେଳାଳୀଙ୍କ ପ୍ରଶିକ୍ଷଣକୁ ଗୁରୁତ୍ବ ଦେଇ ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ବାରା 15 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା
-
- ଜବାହରଲାଲ କଲେଜରେ 1 କୋଟି ବ୍ୟୟ ବରାଦରେ ମଲ୍ଟିପ୍ରୋପଜ୍ ହଲ୍ ନିର୍ମାଣ ଘୋଷଣା
-
- ଗାନ୍ଧୀ ଷ୍ଟାଡିୟମରେ 3 କୋଟି 50 ଲକ୍ଷ ବ୍ୟୟ ବରାଦରେ ଫ୍ଲୋଡ୍ ଲାଇଟ୍ ନିର୍ମାଣ ଘୋଷଣା
-
- ଡବ୍ଲୁଓଡିସି ସହାୟତାରେ ଜିଲ୍ଲାରବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେଉଥିବା132 ଟିସିସିଟିଭି କ୍ୟାମେରାର ତଦାରଖ
ଭୁବନେଶ୍ବର: ବଲାଙ୍ଗିର ପରିଦର୍ଶନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ । ପଶ୍ଚିମ ଓଡିଶା ଗସ୍ତର ଦ୍ବିତୀୟ ଦିନରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ପରିଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ବିଭିନ୍ନ ଦାବି କୁ ଗୁରୁତ୍ବ ଦେଇ ସହାୟତା ରାଶି ଘୋଷଣା କରିଛନ୍ତି ଶ୍ରୀ ତ୍ରିପାଠୀ । ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ସ୍ଥିତ ଇନଡୋର ଷ୍ଟାଡିୟମ ପରିଦର୍ଶନ କରି ଷ୍ଟାଡିୟମର ଭିତ୍ତିଭୂମୀର ବିକାଶ ସହ ଯୁବ ଖେଳାଳୀଙ୍କ ପ୍ରଶିକ୍ଷଣକୁ ଗୁରୁତ୍ବ ଦେବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ବାରା 15 ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ନେଇ ସୂଚନା ଦେଇଛନ୍ତି ଶ୍ରୀ ତ୍ରିପାଠୀ ।
ଜବାହରଲାଲ ମହାବିଦ୍ୟାଳୟପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସହ ଆଲୋଚନା କରି ଉକ୍ତ କଲେଜରେ ଏକ ମଲ୍ଟିପ୍ରୋପଜ୍ ହଲ୍ ନିର୍ମାଣ ପାଇଁ 1 କୋଟି ଟଙ୍କା ର ସହାୟତା ରାଶି ଘୋଷଣା କରିଛନ୍ତି । ଗାନ୍ଧୀ ଷ୍ଟାଡିୟମରେ ଫ୍ଲୋଡ୍ ଲାଇଟ୍ ର ବ୍ୟବସ୍ଥା କରିବା ପାଇଁ 3 କୋଟି 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ଶ୍ରୀ ତ୍ରିପାଠୀ ।
ପବିତ୍ର ହରିଶଙ୍କର ପୀଠ ପରିଦର୍ଶନ କରି ହରିଶଙ୍କର ପରିସରରେ ନିର୍ମାଣ ହେଉଥିବା ପ୍ରବେଶ ଦ୍ବାର, ବ୍ୟାରେଜ୍ ଓ ସୁରକ୍ଷା ବନ୍ଧ, ପାର୍କିଂସ୍ଥଳୀ, ଭିୟୁ ପଏଣ୍ଟ, ବାଖ୍ୟା କେନ୍ଦ୍ର ଆଦିର ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ସହ ଡିସେମ୍ବର ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନୃସିଂହନାଥ ପୀଠର ଉନ୍ନତିକରଣ ସମତେ ହରିଶଙ୍କର ପୀଠର ବିକାଶ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ବୋଲି ସେ ମତ ପ୍ରକାଶ କରିଛନ୍ତି । ଯୋଗିମୁଣ୍ଡା ଗ୍ରାମରେ ଥିବା ଆଇଟିଆଇ କଲେଜରେ ଛାତ୍ରଛାତ୍ରୀଙ୍କ ସାକ୍ଷାତ କରିବା ସହ ଜିଲ୍ଲାରେ ଥିବା ପାଠାଗାରର ଉନ୍ନତିକରଣ ପାଇଁ 4 ଟି ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଯୋଗାଇଦିଆଯିବା ନେଇ ସେ ଘୋଷଣା କରିଛନ୍ତି ।
ପାଟଣାଗଡ ବ୍ଲକରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନ୍ତର୍ଗତ 55 ଲକ୍ଷ ବ୍ୟୟ ବରାଦରେ ନିର୍ମିତ ହୋଇଥିବା କମର୍ସିଆଲ୍ ବ୍ରଏଲର ଫାର୍ମର ପରିଦର୍ଶନ କରିବା ସହ ରାମପୁର ଗ୍ରାମର ସଫଳ ଯୁବ ଉଦ୍ୟୋଗୀ ଜ୍ଞାନେନ୍ଦ୍ର ଜୈନଙ୍କୁ ସାକ୍ଷାତ କରିଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ବାରା ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେଉଥିବା 132 ଟି ସିସିଟିଭି କ୍ୟାମେରାର ତଦାରଖ କରିଥିଲେ । ପରିଦର୍ଶନରେ ବଲଙ୍ଗିର ଜିଲ୍ଲାପାଳ ଶ୍ରୀ ଚଞ୍ଚଲ ରଣାଙ୍କ ସମେତ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ୍ କୁମାର ମିଶ୍ର ଓ ଅନ୍ୟାନ୍ୟ ବିଶେଷଜ୍ଞ ସଦସ୍ୟ ଉପସ୍ଥିତ ଥିଲେ ।








