ହେଡଲାଇନସ୍:

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ ''ମୁଁ ବି ମିତା'' ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି (ଗୁରୁବାର ଦିନ) District Election officer ଙ୍କ ନିର୍ଦ୍ଦେଶକ୍ରମେ ଭୋଟର ସଚେତନତା କାର୍ଯ୍ୟକ୍ରମ ''ମୁଁ ବି ମିତା'' ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାପାଳଙ୍କ ଦ୍ବାରା ମାଧ୍ୟମିକ ବିଦ୍ୟାଳୟ ତରଫରୁ Electoral Ambassador ଭାବରେ ଚୟନ କରାଯାଇଥିବା ଦୁଇଜଣ ଛାତ୍ରୀ ବିନୋଦିନୀ ଆପଟ୍ଟ ଓ ସନ୍ଦିପା ପଣ୍ଡା ୧୭ ବର୍ଷରୁ ଉର୍ଦ୍ଧ୍ଵ ଛାତ୍ରୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ online ମାଧ୍ୟମରେ ଭୋଟର ତାଲିକା ଭୁକ୍ତ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ତରଫରୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ଅଧିକାରୀ ସି ଆର୍ ସି ସି ଶ୍ରୀ ଉମା ପତି , ଏନ୍. ରବି କୁମାର , କେ. ଚିରଞ୍ଜିବୀ ଅଧିକାରୀ ମାନେ ଛାତ୍ରୀ ମାନଙ୍କୁ App download କରିବାର ଏବଂ ଭୋଟର ତାଲିକାରେ ନୂତନ ଭାବେ ପଞ୍ଜିକରଣ ଓ ସଂଶୋଧନ ଇତ୍ୟାଦି ବିଷୟରେ Online ଦ୍ୱାରା ଏହି କାର୍ଯ୍ୟ କରିବାର ବୈଷୟିକ ଜ୍ଞାନ ଓ ତାଲିମ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତି ଅମ୍ବିକା ଦେବୀ ସଭାପତି ଭାର ଗ୍ରହଣ କରି ନାଗରିକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଧ ବିଷୟରେ ସଚେତନ କରାଇଥିଲେ। ନିଜକୁ ଭାରତର ଏକ ଉତ୍ତମ , କର୍ତ୍ତବ୍ୟପରାୟଣ ନାଗରିକ ଭାବରେ ପ୍ରତିଷ୍ଠିତ କରାଇ କିଭଳି ଆମେମାନେ ଗୌରବାନ୍ୱିତ ହୋଇ ପାରିବା ଏହି ବିଷୟରେ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡ. ମହେନ୍ଦ୍ର ରଇତ , ଡ. ନୃସିଂହ ପାଣିଗ୍ରାହୀ , ଡ. ବାଗ୍ମୀ ରଞ୍ଜନ ଏବଂ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଅଣ କର୍ମଚାରୀ ବୃନ୍ଦଙ୍କ ବିଶେଷ ସହଯୋଗ ରହିଥିଲା।

0
0
0
s2sdefault