ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ''ଆକାଂକ୍ଷା'' ତରଫରୁ ପାରଳାଖେମୁଣ୍ଡି ସ୍ଥିତ ନବଜୀବନ କନ୍ୟା ଶିଶୁ ଗୃହ ଠାରେ ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ୮୫ ଜଣ ରୁ ଉର୍ଦ୍ଧ୍ବ ଅନ୍ତେବାସୀଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଥିଲା। କନ୍ୟା ଶିଶୁ ମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିଯୋଗିତାରେ ଭାଗ ନେଇଥିବା ଶିଶୁ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ପୁରସ୍କାର ବିତରଣ କରାଯିବା ସହିତ ସମସ୍ତ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
ଏହି ଅବସରରେ ''ଆକାଂକ୍ଷା'' ମହିଳା ସଂଗଠନ ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ , ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ , ଡ଼.କଲ୍ୟାଣୀ ମିଶ୍ର , ଶ୍ରୀମତୀ ସରିତା ପାଣିଗ୍ରାହୀ ଯୋଗଦେଇ ସ୍ଵଚ୍ଛତା ହିଁ ସେବା , ବେଟି ବଂଚାଅ ବେଟି ପଢାଅ , ବାଲ୍ୟ ବିବାହ , କନ୍ୟା ଭୃଣ ହତ୍ୟା ଓ ମହିଳା ହିଂସା କୁ ବନ୍ଦ କରିବା ଦିଗରେ ସଚେତନ କରାଇଥିଲେ ଏବଂ ଶିଶୁ ମାନଙ୍କର ସୁରକ୍ଷା ଓ ଅଧିକାର ଉପରେ ସଚେତନ କରାଯାଇ ଥିଲା। ଶେଷରେ ଶିଶୁ ଗୃହର କେନ୍ଦ୍ର ପରିଚାଳିକା ପ୍ରଭାସିନୀ କୁମାରୀ ଲୀମା ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
''ଆକାଂକ୍ଷା'' ପକ୍ଷରୁ ଜାତୀୟ କନ୍ୟା ଦିବସ ପାଳିତ
- Hits: 310








