ହେଡଲାଇନସ୍:

ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଗଣ୍ଠିବାତ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୧୨/୧୦: ଗଣ୍ଠିବାତ ସମସ୍ୟାରୁ ସୁସ୍ଥ ହେବା ସମ୍ଭବପର । ଏହା ଏକ ଜୀବନ ଶୈଳୀ ଜନିତ ବ୍ୟାଧି । ସଚେତନ ଓ ସତର୍କ ହେବା ସହ ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତନ ଆଣିଲେ ଏହି ରୋଗରୁ ମଣିଷ ସୁସ୍ଥ ହୋଇପାରିବ ବୋଲି କହିଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ।
ଅକ୍ଟୋବର ୧୨ ତାରିଖ ବିଶ୍ୱ ଗଣ୍ଠିବାତ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ଲିନିକାଲ ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି ବିଭାଗ ପକ୍ଷରୁ ଏହି ବ୍ୟାଧି ନେଇ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ଆୟୋଜିତ ୱାକାଥନ୍‌ରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ବେହେରା ଏହା କହିଛନ୍ତି ।
ଏହି ଅବସରରେ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ ଗଣ୍ଠିବାତ ରୋଗର ସମସ୍ୟା ଓ ଏହାର ଚିକିତ୍ସା ଏବଂ ନିରାକରଣ ସମ୍ପର୍କରେ ବୁଝାଇଥିଲେ । ଏହି ବ୍ୟାଧିରୁ ମୁକ୍ତି ପାଇବା ନିମନ୍ତେ ଉପଯୁକ୍ତ ଜୀବନ ଶୈଳୀ ଏବଂ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଥିଲେ ।
ୱାକାଥନ୍ ଅବସରରେ ସଂପୃକ୍ତ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରଦୀପ୍ତ ଶେଖର ପାତ୍ରୋ କହିଥିଲେ ଯେ ଏହି ସମସ୍ୟା ଯେ କୈଣସି ବୟସରେ ଦେଖାଦେଇପାରେ । ଏକ ଶହରୁ ଅଧିକ ପ୍ରକାରର ଗଣ୍ଠିବାତ ହୋଇଥାଏ । ତେବେ ଏହା ସଂକ୍ରାମକ ନୁହେଁ । ଏହାର ଚିକିତ୍ସା ସମ୍ଭବ । ସଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା କରାଗଲେ ରୋଗୀଟି ଯନ୍ତ୍ରଣା ଓ ଅକର୍ମଣ୍ୟତାରୁ ମୁକ୍ତ ହୋଇଥାଏ ବୋଲି ସେ କହିଥିଲେ ।
ମାଷ୍ଟରକ୍ୟାଂଟିନ୍ ରୁ ରାମମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ଏହି ୱାକାଥନ୍‌ରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ର, ପ୍ରମେୟର ବ୍ୟୁରୋ ଚିଫ୍ ଶ୍ରୀ ଦେବେନ୍ଦ୍ର ସୁଆର, ଡିଜିଏମ୍ (ସର୍କୁଲେସନ୍‌) ଶ୍ରୀ ଗଜେନ୍ଦ୍ର ଦାସ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଓ ଛାତ୍ରଛାତ୍ରୀମାନେ ସାମିଲ ଥିଲେ ।
ଏହି ଅବସରରେ ହସ୍ପିଟାଲ୍‌ରେ ମଧ୍ୟ ସଂପୃକ୍ତ ବିଭାଗ ପକ୍ଷରୁ ଏକ ସିଏମ୍‌ଇ ଆୟୋଜନ କରାଯାଇଥିଲା ।

0
0
0
s2sdefault