ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ଶିକ୍ଷା ବିଭାଗ ତରଫରୁ ସେମିନାର୍ ସହିତ ପ୍ରଥମ ବର୍ଷ ନୂତନ ଛାତ୍ରୀମାନଙ୍କୁ ଏକ ସ୍ଵାଗତ ଉତ୍ସବର ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନୂତନ ଛାତ୍ରୀମାନଙ୍କୁ ସ୍ଵାଗତ କରିବା ସହିତ ଶୃଙ୍ଖଳିତ ତଥା ମାର୍ଜିତ ହେବା ସହିତ ଅନୁଷ୍ଠାନର ସମସ୍ତ ଶିକ୍ଷକ ତଥା ଅଣଶିକ୍ଷକ କର୍ମଚାରୀମାନଙ୍କୁ ଯଥୋଚିତ ବ୍ୟବହାର ପ୍ରଦର୍ଶନ କରିବା ପାଇଁ କିପରି ଯତ୍ନବାନ୍ ହେବେ ସେ ସମ୍ବନ୍ଧରେ ଉପଦେଶ ଛଳରେ ତାଙ୍କ ଅଭିଭାଷଣରେ ନିର୍ଦ୍ଦେଶନା ଦେଇଥିଲେ। ସେହିପରି ବାହାର ଅଞ୍ଚଳରୁ ଆସି ଯେଉଁ ଛାତ୍ରୀମାନେ ମହିଳା ମହାବିଦ୍ୟାଳୟରେ ତିନିବର୍ଷ ପଢ଼ିବା ସମୟ ମଧ୍ୟରେ କଲେଜର ଶୃଙ୍ଖଳିତ ଢାଞ୍ଚାରେ ନିଜକୁ ସାମିଲ୍ କରିପାରିବେ ବୋଲି ଅଧ୍ୟକ୍ଷା ମହୋଦୟ ଛାତ୍ରୀମାନଙ୍କ ମଧ୍ୟରେ ଆଶା ବ୍ୟକ୍ତ କରିଥିଲେ। ସେହିପରି ବିଭାଗୀୟ ଅଧ୍ୟାପିକା ଡ଼.କଲ୍ୟାଣୀ ମିଶ୍ର ମଧ୍ୟ ଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେଲେ ଭବିଷ୍ୟତରେ ବ୍ୟକ୍ତିଗତ ଜୀବନରେ ଆଦର୍ଶ ଜୀବନଯାପନ କରିବା ପାଇଁ ସକ୍ଷମ ହୋଇପାରିବେ ବୋଲି ପିଲାମାନଙ୍କୁ ଉପଦେଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମର ପରବର୍ତ୍ତୀ ଅଧିବେଶନରେ "ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା" ଶିର୍ଷକରେ ଏକ ପାଠଚକ୍ର ଆୟୋଜିତ ହୋଇଥିଲା ଏବଂ ତୃତୀୟ ବର୍ଷ ଛାତ୍ରୀ କେ. ବିନ୍ଦୁମତୀ ଙ୍କ ଦ୍ବାରା ପ୍ରସ୍ତୁତ ସେମିନାର୍ ପ୍ରବନ୍ଧ ପାଠ କରାଯାଇଥିଲା। ଏହି ବିତର୍କରେ ଯୋଗ ଦେଇ ପି.ରମ୍ଯା , ସୋନାଲି କାର୍ସୀ , ଆରତୀ ସ୍ଵାଲ୍ସିଂ ସେମାନଙ୍କର ବିତର୍କୀୟ ମତ ଉପସ୍ଥାପନା କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷା ବିଭାଗର ତୃତୀୟ ବର୍ଷ ଛାତ୍ରୀ ବୃନ୍ଦ- ସୁପ୍ରିୟା , ଲିଜାରାଣୀ , ବିନ୍ଦୁମତୀ , ଦିସ୍ତୀମୟୀ , ଅନୁପମା , ଦିପା , ଶ୍ରାବଣୀ , କୁମୁଦିନୀ ଓ ସ୍ବିଟି ଇତ୍ୟାଦି ପରିଚାଳନା କରିଥିଲେ।
ରାଜ୍ୟ
ମହିଳା ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ପାଠଚକ୍ର ଅନୁଷ୍ଠିତ
- Hits: 396








