ହେଡଲାଇନସ୍:

କୋଲକାତାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସକ୍ ଟ୍ରିଟମେଣ୍ଟକୁ ଡରି ଲୁଚିକି ପଳାଇ ଆସିଛନ୍ତି ଜୟନାରାୟଣ: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ସତର୍କ ରହିବାକୁ ମନମୋହନଙ୍କୁ ପରାମର୍ଶ ଦେଲା ବିଜେଡି

  • ଜୟନାରାୟଣଙ୍କର ତୁରନ୍ତ ଉତ୍ତମ ଚିକିତ୍ସା କରୁ ବିଜେପି

ଭୁବନେଶ୍ୱର, ୧୦/୧୦/୨୦୨୩: "ସବୁବେଳେ ଆମେ କହି ଆସିଛୁ, ଜୟନାରାୟଣ ମିଶ୍ରଙ୍କର ମାନସିକ ସ୍ଥିତି ଠିକ୍ ନାହିଁ । କୋଲକାତାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସକ୍ ଟ୍ରିଟମେଣ୍ଟକୁ ଡରି ସେ ଲୁଚିକି ପଳାଇ ଆସିଛନ୍ତି । ଯେହେତୁ ଚିକିତ୍ସା ସମ୍ପୂର୍ଣ୍ଣ ହୋଇନି, ତେଣୁ ପ୍ରତିଦିନ କିଛି ନା କିଛି ବାଉଳିଚାଉଳି ହେଉଛନ୍ତି" ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍ ମହାନ୍ତି ।

ବିଜେଡି ମୁଖପାତ୍ର ଡକ୍ଟର ମହାନ୍ତି କହିଛନ୍ତି ଯେ ଏହି ବାଚଳାମିର ଆଉ ଏକ ଉଦାହରଣ ସଭିଏଁ ଦେଖ‌ିଲେ। ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହା ଓଡିଶା ଆସିଥିବା ବେଳେ ଜୟନାରାୟଣ ମିଶ୍ର କୋଲକାତାର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତେଣୁ ସେତେବେଳେ କଣ ଘଟିଥିଲା ତାହା ଜାଣିବା ତାଙ୍କ ପକ୍ଷେ ସମ୍ଭବପର ନଥିଲା । ସେଥ‌ିପାଇଁ ଗଣମାଧ୍ଯମ ସାମ୍ନାରେ ପୁଣି ନିଜର ପାଗଳାମି ଦେଖାଇଛନ୍ତି ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଅନୁରୋଧ, ତୁରନ୍ତ ଶ୍ରୀଯୁକ୍ତ ମିଶ୍ରଙ୍କର ଚିକିତ୍ସା ବ୍ୟବସ୍ଥା କରାନ୍ତୁ । ଆଉ ଚିକିତ୍ସା ନସରିଲା ପର୍ଯ୍ୟନ୍ତ ଦୟାକରି ସମ୍ବଲପୁର ଯାଆନ୍ତୁନି । ନଚେତ ବଲାଙ୍ଗୀରରେ ସିନା ଆପଣ ଅଳ୍ପକେ ମାଡ ଖାଇବାରୁ ବର୍ତ୍ତିଗଲେ, ହେଲେ ସମ୍ବଲପୁରରେ ଜୟନାରାୟଣ ମିଶ୍ରଙ୍କ ବାଚଳାମିରୁ ଆପଣ ବର୍ତି ପାରିବେ ନାହିଁ । ମନେଅଛି ନା ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ସହ କଣ ଘଟିଥିଲା ?

ଦୟାକରି ରାଜ୍ୟ ବିଜେପି ନେତାଏଁ ଜୟନାରାୟଣ ମିଶ୍ରଙ୍କର ସ୍ଵାସ୍ଥ୍ୟବସ୍ଥାକୁ ଅଣଦେଖା କରନ୍ତୁ ନାହିଁ । ଯେତେଶୀଘ୍ର ପାରୁଛନ୍ତି ତୁରନ୍ତ ତାଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଉପଲବ୍ଧ କରାନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

0
0
0
s2sdefault